ETV Bharat / state

କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର

author img

By ETV Bharat Odisha Team

Published : Dec 3, 2023, 10:03 AM IST

Updated : Dec 3, 2023, 2:21 PM IST

Police Encounter: ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ସୁଶାନ୍ତ ସାହୁ ଆହତ । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

encounter in cuttack
encounter in cuttack

encounter

କଟକ: କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର । ଅପରାଧୀ ଲିପୁ ଓରଫ ସୁଶାନ୍ତ ସାହୁଙ୍କୁ ଏନ୍‌କାଉଣ୍ଟର କଲା ନିଶ୍ଚିନ୍ତକୋଇଲି ପୋଲିସ । ଶନିବାର ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ପାଟ୍ରୋଲିଂ କରିବା ସମୟରେ ଅସୁରେଶ୍ୱର ଠାରେ ସୁଶାନ୍ତକୁ ଏନକାଉଣ୍ଟର କରାଯାଇଥିଲା । ଗୋଡରେ ଗୁଳି ବାଜିବାରୁ ଚିକିତ୍ସା ନିମନ୍ତେ ତାକୁ ପ୍ରଥମେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଏନକାଉଣ୍ଟର ପରେ ଚାଲିଛି ମଙ୍ଗୁର ଚିକିତ୍ସା, ଅନେକ ଡକାୟତି ମାମଲାରେ ଥିଲା ସମ୍ପୃକ୍ତ

ଅପରାଧି ସୁଶାନ୍ତ ସାହୁ ନାମରେ ବିଭିନ୍ନ ଥାନାରେ 54ଟି ସଙ୍ଗୀନ ମାମଲା ରହିଛି । ସେ ଆଉ ତା ସହଯୋଗୀ ମିଶି ଅପରାଧ କରିବା ପାଇଁ ପ୍ଲାନ କରୁଥିବା ବେଳେ ନିଶ୍ଚିନ୍ତକୋଇଲି ଥାନା ଏସଆଇ ତପନ ନାୟକ ଏବଂ ପୋଲିସ ଷ୍ଟାଫ ଚଢ଼ାଉ କରିଥିଲା । ଏହି ସମୟରେ ସୁଶାନ୍ତ ସାହୁ ପ୍ରଥମେ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଲାଇ ଥିଲା । ନିଜକୁ ରକ୍ଷା କରିବା ପାଇଁ ଏଲଆଇ ତପନ ନାୟକ ଲିପୁ ଉପରକୁ ଗୋଟେ ରାଉଣ୍ଡ ଗୁଳି ଚଳାଇଥିଲେ । ଯାହା ଫଳରେ ଅପରାଧୀ ଲିପୁର ବାମ ଗୋଡରେ ଗୁଳି ବାଜିଥିଲା । ତାକୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ପ୍ରଥମେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ କେନ୍ଦ୍ର ନିଆଯାଇଥିଲା । ପରେ ଅଧିକ ଚିକିତ୍ସା ଆବଶ୍ୟକ ଥିବାରୁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ କହିଛି।

ଏହା ମଧ୍ୟ ପଢନ୍ତୁ- Cuttack Encounter: ପୋଲିସ ଏନକାଉଣ୍ଟରରେ ଡକାୟତ ମଙ୍ଗୁ ମହାରଣା ଆହତ

ଗତ ସେପ୍ଟେମ୍ବର ମାସରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଡକାୟତ ମଙ୍ଗୁ ମହାରଣାକୁ ଏନକାଉଣ୍ଟର କରିଥିଲା କଟକ କମିଶନରେଟ ପୋଲିସ । ସଦର ଅଞ୍ଚଳରେ ତାକୁ ଏନକାଉଣ୍ଟର କରାଯାଇଥିଲା । ଫଳରେ ମଙ୍ଗୁର ବାମ ଗୋଡର ଠିକ୍ ଆଣ୍ଠୁ ଉପରକୁ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଏସସିବି କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା । କନ୍ଦରପୁର ଅଞ୍ଚଳରେ ହୋଇଥିବା ଡକାୟତିରେ ମଙ୍ଗୁ ସମ୍ପୃକ୍ତ ଥିଲା । ଏହି ଘଟଣା ପରେ ସେ ଫେରାର୍ ରହିଥିଲା । କନ୍ଦରପୁର ଡକାୟତି ଘଟଣାରେ ତାକୁ ଧରିବା ପାଇଁ ପୋଲିସ ଟିମ୍ ଯାଇଥିଲା । ଏହି ସମୟରେ ସେ ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା । ଫଳରେ ପୋଲିସ ମଧ୍ୟ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା ।

ଇଟିଭି ଭାରତ, କଟକ

Last Updated : Dec 3, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.