ETV Bharat / state

ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, କହିଲେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି - CM Naveen Patnaik campaign

author img

By ETV Bharat Odisha Team

Published : May 27, 2024, 6:26 PM IST

CM Naveen Patnaik in Jagatsinghpur: ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଚାର । ବିରୋଧୀମାନେ କୁମ୍ଭୀର କାନ୍ଦଣା କରୁଛନ୍ତି ବୋଲି ନବୀନ କହିଛନ୍ତି । ଅଧିକ ପଢନ୍ତୁ

CM Naveen Patnaik
CM Naveen Patnaik (ETV Bharat Odisha)

ଜଗତସିଂହପୁର: ଆସନ୍ତା ଜୁନ 1 ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ । ଏହାକୁ ନେଇ ସବୁଦଳ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜଗତସିଂହପୁର ଓ ରାହାମାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜୋରଦାର କରିଛନ୍ତି । ବିରୋଧୀମାନେ କୁମ୍ଭୀର କାନ୍ଦଣା କରୁଛନ୍ତି କହି ବିରୋଧୀ ଦଳକୁ ଟାର୍ଗେଟ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ।

ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର (ETV Bharat Odisha)

ଜିଲ୍ଲାର ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର ରାହାମା ଓ ଜଗତସିଂହପୁର ସହରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ସଭା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ନିର୍ଦ୍ଧାରିତ ସମୟର 30 ମିନିଟ ବିଳମ୍ବରେ ମୁଖ୍ୟମନ୍ତ୍ରୀ ରାହାମାରୁ ପ୍ରଚାର ସାରି ହେଲିକପ୍ଟର ଯୋଗେ ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ପହଞ୍ଚିଥିଲେ । ଏହାପରେ ସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ।

ଏହା ବି ପଢନ୍ତୁ- ବାଲେଶ୍ୱରରେ ପ୍ରଚାର କଲେ ନବୀନ, ବିଜେପି ସାଂସଦଙ୍କୁ କଲେ ଟାର୍ଗେଟ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆସନ୍ତା ଜୁଲାଇ ମାସରୁ ଆପଣଙ୍କ ବିଜୁଳି ବିଲ ଆସିବାକୁ ଦିଆଯିବ ନାହିଁ । ପ୍ରତ୍ୟେକ ପରିବାରକୁ 100 ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦିଆଯିବ । ସମସ୍ତ ଯୋଜନା ପାଇବାକୁ ହେଲେ ଯୋଡି ଶଙ୍ଖ ଗୋଟିଏ ଭୋଟ୍ ଏମଏଲଏ ଓ ଗୋଟିଏ ଭୋଟ୍ ଏମପିଙ୍କୁ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିରୋଧୀ ବିଜେପିକୁ ଶାଣିତ ଆକ୍ରମଣ କରିଥିଲେ । ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳିକୁ ନେଇ ବିରୋଧୀ ବିଜେପିକୁ କରେଣ୍ଟ ଲାଗିଛି । ସେମାନେ ବାଉଳି ଚାଉଳି ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

5T ଅଧ୍ୟକ୍ଷ ପାଣ୍ଡିଆନ ବିଜେପିର ମାଗଣା ବିଜୁଳି ପ୍ରତିଶୃତିକୁ ସମାଲୋଚିତ କରି କହିଥିଲେ, "ସାଧାରଣ ଲୋକେ ନିଜ ହାତରୁ 50 ହଜାର ଟଙ୍କା ଖର୍ଚ୍ଚ କରି ନିଜ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବେ ପରେ ସୂର୍ଯ୍ୟଙ୍କ ଠାରୁ କରେଣ୍ଟ ଆଣି ନିଜ ଘରେ ବ୍ୟବହାର କରିବେ । ଜଣେ ଗରିବ ପରିବାର ଲୋକେ ସେ 50 ହଜାର ଟଙ୍କା କେଉଁଠୁ ଆଣିବେ ? ବିଜେପି କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ କରିବା କଥା କହୁଛି । ଯଦି ସେହି ଯୋଜନା କାର୍ଯ୍ୟକାରୀ ହୁଏ ତେବେ ରାଜ୍ୟର 2କୋଟିରୁ ଅଧିକ ଲୋକେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବେ । "

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି, ନିଆଳିର ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ, ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ସାରଦା ପ୍ରସନ୍ନ ଜେନା, ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସଭାରେ ଜଗତସିଂହପୁର, ବାଲିକୁଦା-ଏରସମା, ନିଆଳି, କାକଟପୁର, ଓ ନିମାପଡା ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.