ETV Bharat / state

ବାଲେଶ୍ୱରରେ ପ୍ରଚାର କଲେ ନବୀନ, ବିଜେପି ସାଂସଦଙ୍କୁ କଲେ ଟାର୍ଗେଟ - Naveen Patnaik Election Campaign

author img

By ETV Bharat Odisha Team

Published : May 24, 2024, 11:04 PM IST

CM Naveen Patnaik Campaign in Balasore: ଯୋଡ଼ି ଶଙ୍ଖ ପାଇଁ ଭୋଟ ମାଗିଲେ ବନୀନ । ନିର୍ବାଚନ ପରେ ବାଲେଶ୍ୱର, ଭଦ୍ରକ ଏବଂ ବାରିପଦାକୁ ନେଇ ଏକ ଅର୍ବାନ କ୍ଳଷ୍ଟର ଗଠନ କରାଯିବା ନେଇ କହିଲେ ପାଣ୍ଡିଆନ । ଅଧିକ ପଢନ୍ତୁ

NAVEEN PATNAIK ELECTION CAMPAIGN
NAVEEN PATNAIK ELECTION CAMPAIGN (ETV Bharat Odisha)

ବାଲେଶ୍ବର: ଲୋକସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ 4ଟା 30ରେ ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ନବୀନ ହେଲିକେପ୍ଟରରୁ ଓହ୍ଲାଇ ସିଧା ସଭାସ୍ଥଳକୁ ଯାଇଥିଲେ । ସେଠାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ଲୋକସଭା ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ସମେତ 7ଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନେ ସେମାନଙ୍କ ଅଭିଭାଷଣ ରଖିବା ସହ ବିଜେଡି ସପକ୍ଷରେ ମତଦାନ ପାଇଁ ନିବେଦନ କରିଥିଲେ ।

NAVEEN PATNAIK ELECTION CAMPAIGN (ETV Bharat Odisha)

ଶେଷରେ ନବୀନ ନିଜ ଅଭିଭାଷଣରେ BSKY କାର୍ଡ ଠାରୁ ଆରମ୍ଭ କରି 5-ଟିରେ ରୂପାନ୍ତରଣ ଭଲ ଲାଗୁଛି କି ନାହିଁ ବୋଲି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ । ଏହାସହ ଆସନ୍ତା ଜୁଲାଇ ମାସରୁ ବିଜୁଳି ବିଲ ମାଗଣା ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ଵରରେ ବିଜେପି ସାଂସଦଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସେ କିଛି କାମ କରିଥିଲେ କି, କେବଳ ମିଛ କଥା କହି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏଥର ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ । ଏହାପରେ ଭିକେ ପାଣ୍ଡିଆନ ନିଜର ଅଭିଭାଷଣରେ କହିଥିଲେ ଯେ, ନବୀନ ବାବୁଙ୍କୁ ଆଶୀର୍ବାଦ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରନ୍ତୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ଜୁନ 9 ତାରିଖ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଦସ୍ତଖତ ବିଜୁଳି ବିଲ ଛାଡ଼ ପାଇଁ କରିବେ, ଦ୍ଵିତୀୟ ଦସ୍ତଖତ ବିଜୁ ସ୍ବାସ୍ଥ୍ୟକାର୍ଡ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ କରିବେ । ମିଶନ ଶକ୍ତି ମହିଳା ମାନଙ୍କୁ 60 ବର୍ଷ ପରେ ଭତ୍ତା ବ୍ୟବସ୍ଥା ତୃତୀୟ ଦସ୍ତଖତ କରିବେ । ଏହାସହ ବାଲେଶ୍ୱର, ଭଦ୍ରକ ଏବଂ ବାରିପଦାକୁ ନେଇ ଏକ ଅର୍ବାନ କ୍ଳଷ୍ଟର କରାଯିବା ।

ଏହା ମଧ୍ୟ ପଢନ୍ତୁ .......ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲ୍ଟେଜ ପ୍ରଚାର; ବାରିପଦା-ରାଇରଙ୍ଗପୁରରେ ମାଗିଲେ ଭୋଟ - CM Naveen Patnaik In Mayurbhanj

ସେପଟେ ମହିଳାମାନଙ୍କୁ 33 ପ୍ରତିଶତ ନୁହେଁ ଏଥର ବାଲେଶ୍ୱର ଜିଲ୍ଲାରେ 8ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମହିଳା ହୋଇଥିବା ବେଳେ ଏହା 50 ପ୍ରତିଶତ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର । ଏହାସହ ବିଜେପି କିମ୍ବା କଂଗ୍ରେସ ମହିଳାମାନଙ୍କ କଥା ଚିନ୍ତା କରିଥିଲେ ଏଥର ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଇଥାନ୍ତା ବୋଲି କହିଛନ୍ତି ଲେଖାଶ୍ରୀ । ତେବେ ନବୀନଙ୍କ ନିର୍ବାଚନ ପ୍ରଚାର ପରେ ବାଲେଶ୍ୱର ଭୋଟରଙ୍କ ଉପରେ କ'ଣ ପ୍ରଭାବ ପଡ଼ିବ ତାହା ସମୟ କହିବ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.