ETV Bharat / state

ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁକୁ ଏନକାଉଣ୍ଟର କଲା ପୁରୀ ପୋଲିସ

author img

By ETV Bharat Odisha Team

Published : Dec 11, 2023, 8:18 PM IST

Updated : Dec 11, 2023, 9:09 PM IST

Encounter in Puri: ପୁରୀରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବାରିକ ଓରଫ ସନ୍ତୁକୁ ଏନକାଉଣ୍ଟର କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁକୁ ଏନକାଉଣ୍ଟର କଲା ପୁରୀ ପୋଲିସ

ପୁରୀ: ଜିଲ୍ଲାରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବାରିକ ଓରଫ ସନ୍ତୁକୁ ଏନକାଉଣ୍ଟର କରିଛି ପୋଲିସ । ପୁରୀ-ବ୍ରହ୍ମଗିରି ରୋଡ଼ ଗିରଳ ଜଙ୍ଗଲରେ ପୋଲିସ ସନ୍ତୋଷକୁ ଏନକାଉଣ୍ଟର କରିଥିବା ବେଳେ ତା'ର ଡାହାଣ ପଟ ଗୋଡରେ ଗୁଳି ବାଜିଛି । ଅଭିଯୁକ୍ତ ସନ୍ତୋଷକୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ପୋଲିସ ଭର୍ତ୍ତି କରାଯାଇଛି । ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ କରିଥିବାରୁ ଅପରାଧୀ ସନ୍ତୁକୁ ଖୋଜୁଥିଲା ପୋଲିସ ।

ଏହା ବି ପଢନ୍ତୁ- ପୁରୀରେ ଏନକାଉଣ୍ଟର, 2 ଅପରାଧୀ ଆହତ

ତେବେ ପୋଲିସର ସୂଚନା ଅନୁଯାୟୀ ଗତ ୨୯ ତାରିଖ ରାତିରେ ଅଭିଯୁକ୍ତ ସନ୍ତୋଷ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡିପୁଟ ଗ୍ରାମର ଝଲି ସାହୁଙ୍କୁ ଗୁଳି ମାଡ଼ କରିଥିଲା । ଝଲିଙ୍କ ଡାହାଣ ହାତରେ ଗୁଳି ବାଜିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ରେବଣା ନୂଆ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଏନେଇ ବ୍ରହ୍ମଗିରି ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ସନ୍ତୋଷକୁ ଧରିବା ପାଇଁ ପୋଲିସ ଖୋଜାଖୋଜି‌ କରୁଥିଲା । ଅଭିଯୁକ୍ତ ସନ୍ତୋଷ ଆଜି ଗିରଳ ଜଙ୍ଗଲ ଭିତରେ ଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ତାକୁ ଧରିବା ପାଇଁ ଚେଷ୍ଟା କରିଥିଲା ।

ଏହା ବି ପଢନ୍ତୁ- ପୁରୀ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଆହତ

ଏହା ବି ପଢନ୍ତୁ- ପୁରୀରେ ଏନକାଉଣ୍ଟର: ଅପରାଧୀ ବିଜୁ ଆହତ

ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷକୁ ଧରିବା ପାଇଁ ପୋଲିସ ଚେଷ୍ଟା କରୁଥିବା ବେଳେ ପୋଲିସ ଉପରକୁ ସନ୍ତୋଷ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ପରେ ପୋଲିସ ତାକୁ ଏନକାଉଣ୍ଟର କରିଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାରେ ଗତ ଅଗଷ୍ଟ ମାସରେ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଥିଲା ପୁରୀ ପୋଲିସ । ବାସେଳି ସାହି ଥାନା ଲୋକନାଥ ମନ୍ଦିର ପଛ ପଟେ ଥିବା ଶଙ୍କରେଶ୍ୱର ଜଙ୍ଗଲରେ ହୋଇଥିଲା ଏନକାଉଣ୍ଟର । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଓରଫ ପିନାକୀ ବରାଳ ଆହତ ହୋଇଥିଲା । ପୋଲିସ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ପିନାକୀର ବାମ ଗୋଡରେ ଗୁଳି ଲାଗିବାରୁ ସେ ଆହତ ହୋଇ ପଡିଥିଲା । ଆହତ ପିନାକୀକୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ଅପରାଧୀ ଜଣକ ବନ୍ଧୁକ ଧରି ଅପରାଧ ଘଟାଇବାକୁ ପୁରୀ ଆସୁଥିବା ବେଳେ ତାକୁ କରିବାକୁ ଯାଇ ପୋଲିସ ଗୁଳି ଚାଳନା କରିଥିଲା ।

ଇଟିଭି ଭାରତ, ପୁରୀ

Last Updated : Dec 11, 2023, 9:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.