ETV Bharat / politics

୨୫ ବର୍ଷ ଧରି ରାଜ୍ୟରେ କୃଷକ ସମାଜ ଅବହେଳିତ: ବିଜେପି କୃଷକ ମୋର୍ଚ୍ଚା - BJP Krushak Morcha Press Meet

author img

By ETV Bharat Odisha Team

Published : May 27, 2024, 3:58 PM IST

BJP Krushak Morcha: ବିଜେପି କୃଷକ ମୋର୍ଚ୍ଚା ରାଜ୍ୟରେ କୃଷକ ମାନଙ୍କ ପ୍ରତି ହୋଇଥିବା ଅବହେଳାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଶୀତଳ ଭଣ୍ଡାର ଅଭାବ, ସାର ଓ କୃଷି ଋଣ ବଣ୍ଟନରେ ଅନିୟମିତତା ଆଦି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି କୃଷକ ମୋର୍ଚ୍ଚା । ଅଧିକ ପଢନ୍ତୁ

BJP Krushak Morcha Press Meet
BJP Krushak Morcha Press Meet (ETV Bharat Odisha)

ବାଲେଶ୍ବର: କୃଷକଙ୍କ ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବାଲେଶ୍ୱର ଲୋକସଭା କାର୍ଯ୍ୟାଳୟ ମାହେଶ୍ୱରୀ ଭବନ ସଭାଗୃହରେ ଆଗାମୀ ଦିନରେ ମୋଦି ସରକାର ଓଡ଼ିଶାରେ ଆସିଲେ କୃଷକ ମାନଙ୍କ ପାଇଁ କଣ ସବୁ ଯୋଜନା ପ୍ରଣୟନ କରାଯିବ ସେନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି । ବିଜେପିର କୃଷକ ମୋର୍ଟ୍ଟାର ରାଜ୍ୟ ମୁଖପାତ୍ର ଲକ୍ଷ୍ମଣ ପଣ୍ଡା ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ବାଲେଶ୍ବର ଆସିବେ ପ୍ରଧାନମନ୍ତ୍ରୀ, ‘ନନା’ଙ୍କ ପାଇଁ ମାଗିବେ ଭୋଟ - Modi To Visit Balasore

BJP Krushak Morcha Press Meet (ETV Bharat Odisha)

ସେ କହିଛନ୍ତି,"ଗତ ୨୫ ବର୍ଷ ଧରି ରାଜ୍ୟରେ ସ୍ଥିର ସରକାର ଥିବା ସତ୍ତ୍ବେ ରାଜ୍ୟରେ କୃଷକ ଅବହେଳିତ ହୋଇଛନ୍ତି । ଚାଷୀଙ୍କର ଉନ୍ନତିରେ ସମାଜର ଉନ୍ନତି ହୋଇଥାଏ । ଓଡିଶା ଏକ ଚାଷୀ ପ୍ରଧାନ ରାଜ୍ୟ ଅଟେ । ଚାଷୀ ଅନେକ ସମସ୍ୟା ଦେଇ ଗତି କରୁଥିବା ବେଳେ ରାଜ୍ୟ ସରକାର ନିଜର ପ୍ରତିଶୃତି ପାଳନ କରିନାହାନ୍ତି । ଏ ଯାଏଁ ରାଜ୍ୟରେ ସମସ୍ତ ଜମିଗୁଡିକୁ ଜଳ ସେଚନ କରାଯାଇନାହିଁ, ଶୀତଳଭଣ୍ଡାର ନାହିଁ ଫଳରେ ଚାଷୀ ଶାଗ ମାଛ ଦରରେ ନିଜର ଫସଲ ବିକ୍ରି କରୁଛନ୍ତି । ସାରକୁ ସରକାର ବାଣ୍ଟି ପାରୁ ନାହାଁନ୍ତି ଓ କୃଷି ଋଣ ମିଳିପାରୁନାହିଁ । ଆଗାମୀ ଦିନରେ ବିଜେପି ଶାସନକୁ ଆସିଲେ କୃଷକ ମାନଙ୍କୁ ଅଗ୍ରାଧିକାର ଦିଆଯିବ ।"

ଏହି ସମ୍ମିଳନୀରେ ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ କୋଲଡ ଷ୍ଟୋରେଜ ନିର୍ମାଣ ପାଇଁ ରାଜ୍ୟ ସରକାର ବିଧାନ ସଭାରେ ଘୋଷଣା କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ ବୋଲି ଅଭିଯୋଗ କରିଛି ବିଜେପି କୃଷକ ମୋର୍ଚ୍ଚା । ରାଜ୍ୟରେ ଭାଜପା ସରକାର ଆସିଲେ ପ୍ରତ୍ୟେକ ଜମିକୁ ଜଳସେଚନ ଓ ପ୍ରତ୍ୟେକ ବ୍ଲକରେ କୋଲଡ ଷ୍ଟୋରେଜ ସାଙ୍ଗକୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । କୃଷି ଯନ୍ତ୍ରାଂଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ ରାଶି ଦେଉଥିବା ସତ୍ତ୍ବେ ରାଜ୍ୟ ସରକାର ଅବହେଳା କାରଣରୁ ତାହା ଚାଷୀ ପାଇ ପାରିନାହାନ୍ତି । ସେହି କାରଣରୁ ସାରା ଭାରତର ଚାଷୀଙ୍କ ତୁଳନାରେ ଓଡ଼ିଶାର ଚାଷୀଙ୍କ ଆୟ ସବୁଠାରୁ କମ ହୋଇଛି । ଏଥିପାଇଁ ଏ ସରକାର ବଦଳିବା ଦରକାର ବୋଲି ବିଜେପି କୃଷକ ମୋର୍ଚ୍ଚା କୁହାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.