ETV Bharat / politics

ବାଲେଶ୍ବର ଆସିବେ ପ୍ରଧାନମନ୍ତ୍ରୀ, ‘ନନା’ଙ୍କ ପାଇଁ ମାଗିବେ ଭୋଟ - Modi To Visit Balasore

author img

By ETV Bharat Odisha Team

Published : May 26, 2024, 4:17 PM IST

PM Narendra Modi To Visit Balasore: ନିର୍ବାଚନ ପ୍ରଚାର ପାଇଁ ପୁଣିଥରେ ଓଡ଼ିଶା ଆସୁଛନ୍ତି ନରେନ୍ଦ୍ର ମୋଦି । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଅଧିକ ପଢ଼ନ୍ତୁ

ବାଲେଶ୍ବର ଆସିବେ ପ୍ରଧାନମନ୍ତ୍ରୀ
ବାଲେଶ୍ବର ଆସିବେ ପ୍ରଧାନମନ୍ତ୍ରୀ (ETV Bharat Odisha)

ବାଲେଶ୍ବର: ରାଜ୍ୟରେ ଶେଷ ଅର୍ଥାତ 4ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ବାକିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିଥିବା ବେଳେ ଏବେ ପୁଣିଥରେ ବାଲେଶ୍ୱର ଆସୁଛନ୍ତି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।

ବାଲେଶ୍ବର ଆସିବେ ପ୍ରଧାନମନ୍ତ୍ରୀ (ETV Bharat Odisha)

ରାଜ୍ୟରେ 4ର୍ଥ ପର୍ଯ୍ୟାୟରେ ବାଲେଶ୍ବରରେ ହେବ ମତଦାନ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ପୁଣିଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ୱରରେ ବିଜେପି ପାଇଁ ପ୍ରଚାର କରିବା ସହ ଦଳୀୟ ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ । ଆସନ୍ତା 29 ତାରିଖରେ ରେମୁଣା ନରହରିପୁର ପଡ଼ିଆରେ ମୋଦି ସାଧାରଣ ଜନତାଙ୍କୁ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ପାଇଁ ନିବେଦନ କରିବେ । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମ୍ପର୍କରେ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରେମୁଣାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନିର୍ବାଚନୀ ପ୍ରଚାର - Smriti Irani Election Campaign

ପ୍ରଧାନମନ୍ତ୍ରୀ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରହରିପୁର ପଡ଼ିଆରେ ଏକ ଜନସମାବେଶକୁ 29 ତାରିଖ ଦିନ ୧୨ଟା ସମୟରେ ସମ୍ବୋଧିତ କରିବେ ।‌ ଉକ୍ତ ଜନସଭାରେ 2 ଲକ୍ଷରୁ ଅଧିକ ଲୋକ ଯୋଗଦେବେ ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଏହା ସହିତ ମୋଦିଙ୍କ ୧୦ ବର୍ଷର ଶାସନ କାଳରେ ଓଡ଼ିଆଙ୍କୁ ମିଳିଥିବା ସମ୍ମାନ ଓ ୨୫ ବର୍ଷର ବିଜେଡି ଶାସନରେ ଓଡିଆ ଅସ୍ମିତାର ପତନ ବିଷୟରେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହିତ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ ପ୍ରବକ୍ତା ସୁଦିପ୍ତ ରାୟ ଓ ପ୍ରବକ୍ତା ଠାକୁର ରଣଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଗତକାଲି ରେମୁଣା ନିର୍ବାଚନ ମଣ୍ଡଳୀ କୁରୁଡ଼ା ଯାତ୍ରା ପଡ଼ିଆରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ପ୍ରଚାର ସମୟରେ ସିଧାସଳଖ ଭାବେ ବିଜେଡି ସରକାରକୁ ଟାର୍ଗେଟ କରିଥିଲେ ଇରାନୀ ।


ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.