ETV Bharat / state

ନବ ଦାସ ହତ୍ୟାକାଣ୍ଡ: ସତ ସାମ୍ନାକୁ ନ ଆସିଲେ ପୋଲିସ ପୋଷାକରେ ଲାଗିବ କଳଙ୍କ: ବିଜୟ ମହାପାତ୍ର

author img

By

Published : Feb 15, 2023, 6:57 PM IST

ନବଦାସଙ୍କ ହତ୍ୟା ଘଟଣା
naba das murder case

ମନ୍ତ୍ରୀ ନବଦାସଙ୍କ ହତ୍ୟା ଘଟଣାକୁ ୧୫ ଦିନ ବିତିଯାଇଥିଲେ ବି ଏଯାଏ ରହସ୍ୟରୁ ପରଦା ଉଠିପାରିନାହିଁ । କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଅଧିକ ପଢ଼ନ୍ତୁ

ନବଦାସଙ୍କ ହତ୍ୟା ଘଟଣାର ସତ୍ୟତା ସାମ୍ନାକୁ ନ ଆସିଲେ ପୋଲିସ ପୋଷାକରେ କଳଙ୍କ ଲାଗିଯିବ

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ନେଇ ପୋଲିସ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହା ଏକ ଯୋଜନା ବଦ୍ଧ ହତ୍ୟା ବୋଲି ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି । ଘଟଣାର ସତ୍ୟତା ସାମ୍ନାକୁ ନଆସିଲେ ପୋଲିସ ପୋଷାକରେ କଳଙ୍କ ଲାଗିବ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ 15 ଦିନରୁ ଉର୍ଦ୍ଧ୍ବ ହେଲାଣି । ହେଲେ ଏବେ ସୁଦ୍ଧା ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ । ଯାହାକୁ ନେଇ ବିଭିନ୍ନ ନେତା ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏପଟେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କ୍ରାଇମବ୍ରା଼ଞ୍ଚ ଉପରେ ବର୍ଷି କହିଛନ୍ତି, "ଗୋପାଳର ସେଣ୍ଟ୍ରିକ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତେଣୁ ସତ୍ୟ ସାମ୍ନାକୁ ଆସିବା ଅସମ୍ଭବ । ତଦନ୍ତର ସତ୍ୟତା ଜାଣିବାକୁ ହେଲେ ଗୋପାଳଠୁ ବାହାରକୁ ଯିବାକୁ ହେବ । ଗୋପାଳ ଛଡା ପୋଲିସ ଆଉ କାହାକୁ ବି ପଚାରଉଚରା କରିନାହିଁ । ଗୋପାଳ ନିଜ କେସ ନିଜେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ କିଛି କରୁନି । ରାଜ୍ୟ ପୋଲିସର ପାରିବା ପଣିଆ ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ।"

ଏହା ମଧ୍ୟ ପଢ଼ନ୍ତୁ: ନବଙ୍କ ପରିବାର ସନ୍ଦେହରେ କିଏ ? କ୍ରାଇମବ୍ରାଞ୍ଚ ଅଣଦେଖା ପଛରେ କେଉଁ ଷଡଯନ୍ତ୍ରକାରୀ

ସେ ଆହୁରି ମଧ୍ୟ କହିଛନ୍ତି, ଗୋପାଳ କାହିଁକି ନବ ଦାସଙ୍କୁ ହତ୍ୟା କରିଛି ତାର ତଦନ୍ତ ହେଉନାହିଁ । ପୂର୍ବରୁ ଅନେକ ଥର ମଉକା ଥିଲେ ମଧ୍ୟ ଏବେ କଣ ପାଇଁ ମାରିଲା ତାର ତଦନ୍ତ କରୁନାହିଁ କ୍ରାଇମବ୍ରାଞ୍ଚ । ବହୁତ ଭଲ ଭଲ ଅଫିସର ଅଛନ୍ତି ସେମାନଙ୍କୁ ନେଲେ ସତ ବାହାରକୁ ଆସନ୍ତା କିନ୍ତୁ ତାହା ହେଉ ନାହିଁ । ସେହିପରି ନାର୍କୋ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ କଣ ପ୍ରଶ୍ନ ତିଆରି କରିଥିଲା ତାହା ପ୍ରଶ୍ନବାଚୀ । କେଉଁ ପ୍ରଶ୍ନର ଉତ୍ତର କ୍ରାଇମବ୍ରାଞ୍ଚ ଜାଣିବାକୁ ଚାହିଁଥିଲା ସେ ଦିଗରେ ସ୍ପଷ୍ଟ କରିବା ଦରକାର ।

ଏହା ମଧ୍ୟ ପଢ଼ନ୍ତୁ: Guidelines For Cops: ମନ୍ତ୍ରୀଙ୍କୁ ହତ୍ୟା ପରେ ଚେତିଲା ପୋଲିସ୍, ଫିଟ୍‌ ରହିବାକୁ ଜାରି ହେଲା SOP

ନବ ଦାସଙ୍କ ସହିତ ଯେଉଁମାନେ ବ୍ୟବସାୟ କରୁଥିଲେ ସେମାନଙ୍କୁ ଡାକି ପଚାରିବାର ଆବଶ୍ୟକ ରହିଛି । କିନ୍ତୁ 15 ଦିନ ଭିତରେ ଗୋପାଳଠୁ ବାହାରକୁ ଯାଉନାହିଁ କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ହତ୍ୟାକାଣ୍ଡକୁ ଚପେଇବା ପାଇଁ ପୋଲିସ ଟ୍ରେନିଂ ଓ ଫିଟନେସ ନାଁରେ କୌଣସି ଉଦ୍ୟମ ନ ହେଉ ବୋଲି ବିଜୟ କହିଛନ୍ତି । ଅନ୍ୟପଟେ ଗୋପାଳର ମାନସିକ ସ୍ଥିତି ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଗୋପାଳ ଅର୍ଥପେଡିକ ବିଭାଗକୁ 2022ରେ ଯାଇଥିଲା ତେବେ ତାକୁ ବାରମ୍ବାର କିପରି ମାନସିକ ରୋଗୀ ବୋଲି କୁହାଯାଉଥିବା ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.