ETV Bharat / state

Guidelines For Cops: ମନ୍ତ୍ରୀଙ୍କୁ ହତ୍ୟା ପରେ ଚେତିଲା ପୋଲିସ୍, ଫିଟ୍‌ ରହିବାକୁ ଜାରି ହେଲା SOP

author img

By

Published : Feb 15, 2023, 5:25 PM IST

ପେଟ କମାଇବେ ପୋଲିସ । ଫିଟନେସକୁ ନେଇ ଜାରି ହେଲା ଏସଓପି । ଓଜନ ହ୍ରାସ ପାଇଁ ଦିଆଯିବ ଟାର୍ଗେଟ । ଅଧିକ ପଢ଼ନ୍ତୁ

କମିଶନରେଟ ପୋଲିସ
commissionerate police

ପୋଲିସଙ୍କୁ ଘାରିଲାଣି ଫିଟନେସ ଚିନ୍ତା

ଭୁବନେଶ୍ବର: କମିଶନରେଟ ପୋଲିସକୁ ଘାରିଲା ଫିଟନେସ ଚିନ୍ତା । ପୋଲିସଙ୍କ ଫିଟନେସ ଲାଗି ଏକ ଆଡଭାଇଜରି ଜାରି କରିଛି କମିଶନରେଟ ପୋଲିସ । ଯେଉଁଥିରେ କେଉଁ ପୋଲିସମାନେ କିପରି ଦୈନନ୍ଦିନ ଫିଟ ରହିବେ ସେନେଇ ଏସଓପି ଜାରି କରାଯାଇଛି । ଆକ୍ଟିଭ ମୋଡରେ କାର୍ଯ୍ୟ କରିବା ପାଇଁ ଭୁବନେଶ୍ୱର ଡିସିପି ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

ଭୁବନେଶ୍ୱର କମିଶନରେଟ ପୋଲିସରେ ଥିବା APR କନଷ୍ଟେବଳ, DPO, ପୋଲିସ ସେବା ଭବନ ମୁଖ୍ୟାଳୟରେ ଥିବା କର୍ମଚାରୀ, ଡିସିପିଙ୍କ POPD ଟିମ୍ ୬୦, OSAP ମୋବିଲାଇଜ ଫୋର୍ସ ଲାଗି ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ସବୁ ବିଭାଗରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀଙ୍କ ଫିଟନେସ ପାଇଁ ଟାର୍ଗେଟ ଦିଆଯିବ ।

ସାଧାରଣତଃ ପୋଲିସ କର୍ମଚାରୀମାନେ ମାନସିକ ଓ ଶାରିରୀକ ଚାପରେ ରହିଥାନ୍ତି । ତେଣୁ ଦୈନନ୍ଦିନ ଛାପମୁକ୍ତ ଓ ଶାରିରୀକ ଭାବେ ଫିଟ୍ ରହିବାକୁ ଏସଓପିରେ ଉଲ୍ଲେଖ କରାଯାଇଛି । ପ୍ରତିଦିନ ସକାଳ ୬ ଓ ଅପରାହ୍ନ ୪ଟାରେ ଡିଜିଟାଲ ଟ୍ରେନିଂରେ ସମସ୍ତ ପୋଲିସ କର୍ମଚାରୀ ଯୋଗଦେବେ । ଏନେଇ ଦୈନନ୍ଦିନ ଉପସ୍ଥାପନାରେ ୮୦ପ୍ରତିଶତ ଉପସ୍ଥିତି ନିହାତି ଆବଶ୍ୟକ । ଏଥିରୁ କମ ଉପସ୍ଥାପନା ରହିଲେ ଅଡର୍ଲି ରୁମରେ ଉପସ୍ଥିତି ହୋଇ କାରଣ ଦର୍ଶାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶରୀରର ଓଜନ ହ୍ରାସ କରାଇବା ସହ ଓଜନକୁ ନେଇ ଟାର୍ଗେଟ ଦିଆଯିବ ।

ପ୍ରତି ୪୦ ଦିନରେ ପୋଲିସ କର୍ମଚାରୀ ଫିଟନେସର ରିପୋର୍ଟ ଦେବେ ଯାହାକୁ ତର୍ଜମା କରାଯିବ । ସ୍ମାର୍ଟ୍ ଫିଟ୍ ଲୁଟ ପାଇଁ ୟୁନିଫର୍ମକୁ ସଠିକ ଭାବେ ପିନ୍ଧିବେ। ଏହିପରି ଅନେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଶାରୀରିକ ଓ ମାନସିକ ଭାବେ ଫିଟ ରହି ପୋଲିସ କିପରି ସଠିକ ସମୟରେ ସଠିକ ମୁକାବିଲା କରିପାରିବ ଓ ଆଇନଶୃଙ୍ଖଳା ପରିସ୍ଥିତି ହେଉ ବା ଅପରାଧ ନିୟନ୍ତ୍ରଣ ଦିଗରେ ନିଜକୁ ସଠିକ ଭାବେ ନିୟୋଜିତ କରିପାରିବ ସେନେଇ ଆଡଭାଇଜାରି ଜରିଆରେ ଚେତେଇ ଦିଆଯାଇଛି‌ ।

ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, "ପୋଲିସ ଫିଟ ରହିବା ଦରକାର । ଶାରୀରିକ ଓ ମାନସିକ ଫିଟ ରହିଲେ କାର୍ଯ୍ୟଦକ୍ଷତା ବୃଦ୍ଧି ହେବ । ନଚେତ ଉକ୍ତ ରକ୍ତଚାପ ଓ ମେଦବୃଦ୍ଧି ରୋଗର ଶିକାର ହୋଇପାରନ୍ତି । କିଛିଦିନ ତଳେ କ୍ଲିନ୍ ପୋଲିସ ଫିଟ୍ ପୋଲିସ ଷ୍ଟେସନ କାର୍ଯକ୍ରମ ହୋଇଥିଲା । ଏନେଇ ସମୟ ସମୟରେ ପୋଲିସ ତରଫରୁ ସବୁ କାର୍ଯ୍ୟକ୍ରମ ପୋଲିସ ନିଜ ହାତକୁ ନେଇଥାଏ ।’’

‘‘ଦୈନିକ କାର୍ଯ୍ୟଚାପ ଏତେ ରହୁଛି ଯେ, ସେମାନେ ଫିଟନେସଠାରୁ ଦୂରେଇ ଯାଉଛନ୍ତି‌ । ଅତ୍ୟଧିକ କାମ ଯୋଗୁଁ ଫିଟନେସ ପ୍ରତି ଧ୍ୟାନ ଦେଉନାହାନ୍ତି । ଏ ଦିଗରେ ଗୁରୁତ୍ବ ଦେଖି ଏଭଳି ଆଡଭାଇଜାରି କରାଯାଇଛି । ଭଲ ଭାବରେ କାମ କରିବେ ଓ ଚାପରୁ ମୁକ୍ତି ପାଇଁ ଏହା ସହାୟକ ହେବ ବୋଲି ଏଭଳି ପଦକ୍ଷେପ ନିଆଯାଇଛି ।"

ପୂର୍ବରୁ ମଧ୍ୟ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମୟରେ ଫିଟନେସ ଉପରେ ଏକ ଆଡଭାଇଜାରି କରାଯାଇଥିଲା । ସକାଳୁ ଯୋଗ ଓ ବ୍ୟାୟାମ ସହ ବିଶେଷ କରି ଅଧିକ ପେଟ ବାହାରିଥିବା ପୋଲିସଙ୍କୁ ପେଟ କମାଇବାକୁ କୁହାଯାଇଥିଲା । ଏଥିସହ ଶାରୀରିକ ଓ ମାନସିକ ଫିଟ ରହିବା ପାଇଁ ମଧ୍ୟ ଆଡଭାଇଜାରି କରାଯାଇଥିଲା‌ ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.