ETV Bharat / state

ଜୀବନକୁ ବାଜିରେ ଲଗାଇ ବଞ୍ଚାଇଥିଲେ ଲୋକଙ୍କ ଜୀବନ, ୪୭ ଅଧିକାରୀ ସମ୍ମାନିତ

author img

By

Published : Aug 15, 2023, 10:01 PM IST

77th Independence day
ସ୍ବାଧୀନତା ଦିବସ ୨୦୨୩

ବନ୍ୟା, ବାତ୍ୟା ହେଉ ଅବା ଆକସ୍ମିକ ଦୁର୍ଘଟଣା ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ଜୀବନ ବଞ୍ଚାଇଥିବା ୪୭ ଅଧିକାରୀଙ୍କୁ ସମ୍ମାନିତ କଲେ ଅଗ୍ନିଶମ ଡିଜି । ଅଧିକ ପଢ଼ନ୍ତୁ

ସ୍ବାଧୀନତା ଦିବସ ୨୦୨୩

ଭୁବନେଶ୍ବର: ବନ୍ୟା, ବାତ୍ୟା ହେଉ ଅବା ଆକସ୍ମିକ ଦୁର୍ଘଟଣା ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଛି ଅଗ୍ନିଶମ ବିଭାଗ । ସେଦିନର କାମ ପାଇଁ ସ୍ୱାଧୀନତା ଦିବସରେ ସମ୍ପୃକ୍ତ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି ଅଗ୍ନିଶମ ଡିଜି । ଏହି ସ୍ୱତନ୍ତ୍ର ଉତ୍ସବରେ ଉଲ୍ଲେଖନୀୟ ସେବା ପାଇଁ ୨୯ ଜଣ ଅଗ୍ନିଶମ କର୍ମଚାରୀ, ୧୩ ଜଣ ହୋମଗାର୍ଡ ଓ ୫ ଜଣ ସିଭିଲ ଡିଫେନ୍ସର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବିଶ୍ବାସ ରଖି ପରିଶ୍ରମର ସହ ଭଲ କାମ କଲେ ହେବ ସଫଳ: ଅଙ୍କିତ କୁମାର ବର୍ମା

ଏହା ମଧ୍ୟ ପଢ଼ନ୍ତୁ: Beating the Retreat: BSF ଯବାନଙ୍କ ଅଦ୍ଭୁତ କଳାକୌଶଳ ପ୍ରଦର୍ଶନ


ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣା ବେଳେ ଲୋକଙ୍କ ଜୀବନ ବଞ୍ଚାଇବାରେ ଅଗ୍ନିଶମ ବିଭାଗ କର୍ମଚାରୀ ସହ ସିଭିଲ ଡିଫେନ୍ସର କର୍ମଚାରୀଙ୍କ ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ଥିଲା । ଶହଶହ ମୃତଦେହ ଭିତରୁ ମଣିଷର ଜୀବନ ବଞ୍ଚାଇବା ସେମାନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ସବୁ ଅସମ୍ଭବକୁ ପାଥେୟ କରି ସମ୍ଭବର ରାହା ଭିତରେ ଉପସ୍ଥିତ ବୁଦ୍ଧି ଖଟାଇ ଲୋକଙ୍କୁ ବଞ୍ଚାଇଥିଲେ । ସେହି ସାହସୀ ଓ ଧର୍ଯ୍ୟବାନ ଅଗ୍ନିଶମ ବିଭାଗର ଅଧିକାରୀଙ୍କୁ ଆଜି ଅଗ୍ନିଶମ ଡିଜି ପଦକ ଦେଇ ସମ୍ମାନିତ କରିଛନ୍ତି । ଏହି ଅବସରରେ ଅଗ୍ନିଶମ ଡିଜି କହିଛନ୍ତି, ସାରା ଦେଶରେ ଓଡ଼ିଶା ଅଗ୍ନିଶମ ବିଭାଗ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଉଲ୍ଲେଖନୀୟ କାର୍ଯ୍ୟ ସତ୍ତ୍ୱେ ସାମ୍ନାକୁ ଆସି ପାରୁ ନଥିବା ଅଗ୍ନିଶମ କର୍ମଚାରୀଙ୍କ ନାଁ ପଦକ ପାଇଁ ସୁପାରିସ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ ଡିଜି ।

ଏହା ମଧ୍ୟ ପଢ଼ନ୍ତୁ: 77th Independence Day: ସେବା ପାଇଁ ୨୮ ଅଧିକାରୀଙ୍କୁ ପୋଲିସ ପଦକ

ସେହିପରି ପୋଲିସ ସେବା କ୍ଷେତ୍ରରେ ଅନନ୍ୟ ଅବଦାନ ଓ ସେବା ପାଇଁ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ୨୮ ଜଣଙ୍କୁ ପୋଲିସ ପଦକ ମିଳିଛି । ତିନୋଟି କ୍ୟାଟଗୋରୀରେ ଏହି ପଦକ ପ୍ରଦାନ କରାଯାଇଛି । ଲୋକସେବା ଭବନ କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ଏହି ପଦକ ପ୍ରଦାନ କରିଛନ୍ତି । ଉଲ୍ଲେଖନୀୟ ସେବା ପାଇଁ ଭିଜିଲାନ୍ସର କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିଛି । ସେହିପରି ପ୍ରଶଂସନୀୟ ସେବା ପାଇଁ ୧୧ ଜଣ ପଦକ ପାଇଛନ୍ତି । ସାହାସିକତା କାମ ପାଇଁ ୧୬ ଜଣଙ୍କୁ ମିଳିଛି ପୋଲିସ ପଦକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.