Beating the Retreat: BSF ଯବାନଙ୍କ ଅଦ୍ଭୁତ କଳାକୌଶଳ ପ୍ରଦର୍ଶନ

By

Published : Aug 15, 2023, 6:35 PM IST

thumbnail

ଅଟାରୀ ୱାଘା ବର୍ଡର(ପଞ୍ଜାବ): ଦେଶ ପାଳନ କରୁଛି ଗୌରବମୟ ସ୍ବାଧୀନତାର 77 ତମ ବର୍ଷ ।  ସବୁ ଦିନ ପରି ଆଜି ମଧ୍ୟ  ଅଟାରୀ ୱାଘା ବର୍ଡରରେ ଆୟୋଜିତ ହୋଇଛି ବିଟିଂ ଦ ରିଟ୍ରିଟ ଉତ୍ସବ । ଏଥିରେ ଉଭୟ ଭାରତ-ପାକ ସେନା ଯବାନମାନେ ସାମିଲ ହୋଇଛନ୍ତି । ଉତ୍ସବରେ ଭାରତୀୟ ବିଏସଏଫ ଯବାନଙ୍କ ଚିତାକର୍ଷକ ରଣକୌଶଳ ସହ ଅସ୍ତ୍ର ଚାଳନାର କୌଶଳ କୋଟି କୋଟି ଭାରତୀୟଙ୍କ ମନମୋହିଛି । ଯାହାକୁ ଦେଖିବା ପାଇଁ ଅଟାରୀ ୱାଘା ବର୍ଡର ସୀମାରେ ହଜାର ହଜାର ଲୋକ ଉପସ୍ଥିତ ରହିଛନ୍ତି । ବିଏସଏଫ  ପକ୍ଷରୁ ଉଭୟ  ମହିଳା ଓ ପୁରୁଷ ଯବାନ ମାନେ ଦେଖାଇଛନ୍ତି ଅଭୁତ ସମରକଳା । ଦେଶାତ୍ମକବୋଧ ସଂଗୀତର ତାଳେ ତାଳେ ବିଏସଏଫ ଯବାନ ମାନଙ୍କ ର ଚିତାକର୍ଷକ କଳାକୌଶଳ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ହୋଇଛି ।  ଅପରାହ୍ନରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଭାରତୀୟ କଳାକାର ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ଦେଶାତ୍ମକ ବୋଧ ସଂଗୀତ ନୃତ୍ୟ ପରିବେଷଣ ମଧ୍ୟ କରାଯାଇଥିଲା । ଦେଖନ୍ତୁ ଅଟାରୀ ୱାଘା ବର୍ଡରରୁ ବିଟିଂ ଦ ରିଟ୍ରିଟ ଉତ୍ସବରେ ବିଏସଏଫ ଯବାନଙ୍କ କଳାକୌଶଳ ଦୃଶ୍ୟ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.