ବିଶ୍ବାସ ରଖି ପରିଶ୍ରମର ସହ ଭଲ କାମ କଲେ ହେବ ସଫଳ: ଅଙ୍କିତ କୁମାର ବର୍ମା

By

Published : Aug 15, 2023, 6:35 PM IST

thumbnail

ଭୁବନେଶ୍ବର: ପାରା କମାଣ୍ଡାଣ୍ଟ ଆଇପିଏସ ଅଙ୍କିତ କୁମାର ବର୍ମାଙ୍କ କମାଣ୍ଡ ବା ତତ୍ତ୍ବାବଧାନରେ ଆଜି ୭୭ତମ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ସମାରୋହର ପରେଡ ହୋଇଯାଇଛି ।  ୨୦୨୧ର ଓଡ଼ିଶା କ୍ୟାଡରର ଆଇପିଏସ ହୋଇଥିବା ବେଳେ ପ୍ରଶିକ୍ଷଣ ସମୟରେ ହିଁ ତାଙ୍କୁ ରାଜ୍ୟସ୍ତରୀୟ ପରେଡରେ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ନିର୍ବାହର ସୁଯୋଗ ମିଳିଥିଲା । ପ୍ରଥମଥର ପାଇଁ ସେ ପାରା କମାଣ୍ଡୋ ଭାବେ ରାଜ୍ୟ ସ୍ଵାଧୀନତା ସମାରୋହର ପରେଡକୁ ନିଜ ତତ୍ତ୍ବାବଧାନରେ ଅତି ସୁନ୍ଦର ଭାବେ ଆଗେଇନେଇଥିବା ବେଳେ ତାଙ୍କ ପ୍ରତିଭାର ଝଲକ ପୁରା ରାଜ୍ୟ ଦେଖିଥିଲା ।  

ଶୃଙ୍ଖଳିତ ଭାବେ ସେ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ତୁଲାଇଥିବା ବେଳେ ଏତେ କମ ସମୟରେ ତାଙ୍କୁ ଏ ଦାୟିତ୍ବ ମିଳିଥିବାରୁ ସେ ଅତ୍ୟନ୍ତ ଗର୍ବିତ ବୋଲି ପ୍ରତିକ୍ରିୟା ରଖିଛନ୍ତି  ।  ଏନେଇ ସେ ଖୁସି ହେବା ସହ ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ତେବେ ସେ ଉତ୍ତର ପ୍ରଦେଶର ହୋଇଥିବା ବେଳେ ଓଡ଼ିଶାରେ ଜନ୍ମ ହେବା ସହ ପାଠପଢି ଓଡିଶା କ୍ୟାଡର ଆଇପିଏସ ହୋଇଛନ୍ତି ।  

ଏହା ବି ପଢନ୍ତୁ- ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ସେଲଫି ନେଲେ ସମାରୋହକୁ ଉପଭୋଗ କଲେ ରାଜଧାନୀବାସୀ

ତାଙ୍କ କଷ୍ଟ ଓ ପରିବାର ଆସରିବାଦକୁ ନେଇ ସେ ସଫଳତା ପାଇଥିବା ବେଳେ ଆଜିର ଭବ୍ୟ ଆୟୋଜନରେ ପରେଡର ମୁଖ୍ୟ ପୁରୋଧା ସାଜି ବେଶ ଗର୍ଵ ଅନୁଭବ କରିବା ପୁରା ରାଜ୍ୟକୁ ଗୌରବ ମଣ୍ଡିତ କରିଛନ୍ତି । ଏହି ଅବସରରେ ନିଜ ଉପରେ ବିଶ୍ବାସ ରଖି ପରିଶ୍ରମର ସହ ଭଲ କାମ କଲେ ସଫଳ ମିଳିବ ବୋଲି କହିଛନ୍ତି । ତେବେ ଆସନ୍ତୁ ଶୁଣିବା ସେ କଣ କହୁଛନ୍ତି ପ୍ରଥମ ଥରର ପାଇଁ ପରେଡରେ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ନିର୍ବାହ କରିବା ପରେ....

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.