ETV Bharat / state

ଗୋଲାପ ଫୁଲ ଦେଇ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ବାଣ୍ଟିଲେ ଜିଲ୍ଲାପାଳ

author img

By

Published : Mar 7, 2023, 9:52 PM IST

distribute wheelchairs to disabled beneficiaries in keonjhar
କେନ୍ଦୁଝର ଭିନ୍ନକ୍ଷମ ହିତାଧିକାରୀଙ୍କୁ ହୁଇଲ ଚେୟାର ବଣ୍ଟନ

କେନ୍ଦୁଝର ଜିଲ୍ଲାରେ ଭିନ୍ନକ୍ଷମଙ୍କୁ ହିତାଧିକାରୀଙ୍କୁ କୃତିମ ଗୋଡ ସହିତ ହୁଇଲ ଚେୟାର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାପାଳ ହିତାଧିକାରୀଙ୍କୁ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ଗୋଲାପ ଫୁଲ ଦେଇ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ବାଣ୍ଟିଲେ ଜିଲ୍ଲାପାଳ

କେନ୍ଦୁଝର: ଦୈନଦିନ ଜୀବନରେ ଯାତାୟାତ ସମସ୍ୟା ନେଇ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିର ଦ୍ଵାରସ୍ଥ ହେଉଥିଲେ କେନ୍ଦୁଝର ଜିଲ୍ଲା ଅଧୀନ ବିଭିନ୍ନ ବ୍ଲକ ଅଞ୍ଚଳର ଭିନ୍ନକ୍ଷମ । ଏହାକୁ ଦୃଷ୍ଟିରେ ରଖି ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେ ଗୋଲାପ ଫୁଲ ପ୍ରଦାନ ପୂର୍ବକ ଦିବ୍ୟାଙ୍ଗ ହିତାଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ହୁଇଲ ଚେୟାର ବଣ୍ଟନ କରାଯାଇଥିଲା । ରାଙ୍କି ସ୍ଥିତ ଡିଏମ୍ଏଫ୍ ସକ୍ଷମ ଅତ୍ୟାଧୁନିକ ପୁନର୍ବାସ ଶୁଭେଚ୍ଛା କେନ୍ଦ୍ର (ARC) ଜରିଆରେ ଜିଲ୍ଲାର ଭିନ୍ନକ୍ଷମମାନଙ୍କୁ କୃତିମ ଗୋଡ ସହିତ ହୁଇଲ ଚେୟାର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Naba Das Murder Mystery: ପୋଲ୍ ଖୋଲିଦେଇପାରେ ଗୋପାଳ, ପାଗଳାମି ଯାଞ୍ଚ ପାଇଁ କାହିଁକି ଏତେ ବ୍ୟଗ୍ର ?

ଡିଏମଏଫ ସକ୍ଷମ କାର୍ଯ୍ୟକ୍ରମର ଅଂଶ ସ୍ବରୂପ ୩୮ ଜଣ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ହୁଇଲ ଚେୟାର ପ୍ରଦାନ କରାଯାଇଛି । ଅଦ୍ୟାବଧି ୩୭୦ ହିତାଧିକାରୀଙ୍କୁ ମୋଟର ସାଇକେଲ ଚେୟାର ପ୍ରଦାନ କରାଯାଇଛି ବୋଲି ଏଆରସି ପକ୍ଷରୁ କୁହାଯାଇଛି । ଏହି ହୁଇଲ ଚେୟାର ବଣ୍ଟନ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକର ବହୁ ହିତାଧିକାରୀ ଯୋଗ ଦେଇଥିଲେ । ପ୍ରଥମେ ପଞ୍ଜୀକରଣ ପରେ ଯୋଗ୍ୟ ହିତାଧିକାରୀ ବଛା ଯାଇ ଚେୟାର ବଣ୍ଟନ କରାଯାଇଥିଲା । ଭିନ୍ନକ୍ଷମମାନେ ବ୍ୟାଟେରୀ ଚାଳିତ ହୁଇଲ ଚେୟାର ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଏନେଇ ହିତାଧିକାରୀ କହିଛନ୍ତି, "ହୁଇଲ ଚେୟାରଟିଏ ନଥିବାରୁ ଆଗରୁ ବହୁତ ହଇରାଣ ହେବାକୁ ପଡୁଥିଲା । ଏହା ପାଇବା ଦ୍ୱାରା ଆମ ଜୀବନରେ ପରିବର୍ତ୍ତନ ଆଣିଦେବ ।"

ଏହା ମଧ୍ୟ ପଢ଼ନ୍ତୁ: Khordha firecracker explosion: ସାମ୍ନାକୁ ଆସିଲା ବିସ୍ଫୋରଣ ସମୟର ଭିଡିଓ, ଚଢ଼ାଉ ପରେ 6 ଗିରଫ

ଡିଏମଏଫ ସକ୍ଷମ ସହଯୋଗରେ ଏହି ଅତ୍ୟାଧୁନିକ ଚେୟାର ସବୁ ବଣ୍ଟନ କରାଯାଉଥିବା ବେଳେ ଏସଏସଡିପି ବିଭାଗ ଏହାର ପ୍ରତ୍ୟକ୍ଷ ତ୍ୱତାବଧାନ କରୁଛି । ଏହି ସେଣ୍ଟରରୁ ବହୁ ଦିବ୍ୟାଙ୍ଗ ମାନଙ୍କୁ ଅଙ୍ଗ ପ୍ରତ୍ୟାରୋପଣ କରାଯାଉଛି । କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ହିତାଧିକାରୀ ସୁବିଧା ପାଉଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସପି ମିତ୍ରଭାନୁ ମହାପାତ୍ର , ଡିଏଫଓ ଧନରାଜ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ରାମଚନ୍ଦ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଯେ, ଏହି ପୁନର୍ବାସ କେନ୍ଦ୍ରର କାର୍ଯ୍ୟକ୍ରମ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.