ETV Bharat / state

Khordha firecracker explosion: ସାମ୍ନାକୁ ଆସିଲା ବିସ୍ଫୋରଣ ସମୟର ଭିଡିଓ, ଚଢ଼ାଉ ପରେ 6 ଗିରଫ

author img

By

Published : Mar 7, 2023, 2:01 PM IST

Updated : Mar 7, 2023, 2:22 PM IST

ସାମ୍ନାକୁ ଆସିଲା ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ସମୟର ଛାତି ଥରା ଭିଡିଓ। ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣଡର ବିସ୍ଫୋରକ ସାମଗ୍ରୀ ଜବତ କଲା ପୋଲିସଷ ଅଧିକ ପଢନ୍ତୁ

Khordha firecracker explosion
Khordha firecracker explosion

ସାମ୍ନାକୁ ଆସିଲା ବିସ୍ଫୋରଣ ସମୟରେ ଭିଡିଓ

ଖୋର୍ଦ୍ଧା: ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣା । ବର୍ତ୍ତମାନ ସୁଦ୍ଧା 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାର ଗୋଟିଏ ଦିନ ପରେ ସାମ୍ନାକୁ ଆସିଲା ବିସ୍ଫୋରଣ ସମୟରେ ସେହି ଭୟଙ୍କର ଦୃଶ୍ୟ । ବାଣ ତିଆରି ଚାଲିଥିବା ଘରେ ହଠାତ ବିସ୍ଫୋରଣ ହୋଇଥିଲା । ଫଳରେ ବାଣ ଗୁଡିକ ବିସ୍ଫୋରଣ ହେବାରୁ ଘରେ ନିଆଁ ଲାଗିଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣା ଘଟିବା ପରେ ଜିଲ୍ଲା ପ୍ରସାଶନ ଓ ପୋଲିସ ପ୍ରଶାସନ ତଦନ୍ତକୁ ଜୋରଦାର କରିଛନ୍ତି । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ 62 କେଜି ବିସ୍ଫୋରକ ଜବତ କରାଯିବା ସହ 6 ଜଣଙ୍କୁ ଗିରଫ କରାଯାଇଛି ।

ବାଣ ବିସ୍ଫୋରଣ ଘଟଣା ପରେ ଗତକାଲି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଣ ବ୍ଯବସାୟୀ ମାନଙ୍କ ଘରେ ଓ ଗୋଦାମରେ ଚଢାଉ କରିଥିଲା ପୋଲିସ । ଏହି ସମୟରେ ବିପୁଳ ପରିମାଣର ବାଣ ସହ ବାଣ ତିଆରି ସାମଗ୍ରୀ ଜବତ କରାଯାଇଥିଲା । ଏହି ଘଟଣାରେ ଚିତ୍ତରଞ୍ଜନ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ 41/23ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି । ସେହିଭଳି ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରେ ଚଢାଉ କରି କବି ମଲ୍ଲିକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ 5 କେଜି ବିସ୍ଫୋରକ ସହ ବାଣ ଜବତ କରି 65/23 ରେ କେସ ରୁଜୁ କରାଯାଇଛି ।

ବୋଲଗଡ ପଞ୍ଚୁଦୋଳ ପଡିଆ ନିକଟରେ ଚଢାଉ କରାଯାଇ କେଙ୍କଟ ପୁଷ୍ଟିକୁ ଗିରଫ କରାଯାଇ ଥିବା ବେଳେ ତାଙ୍କ ନିକଟକୁ 10 କେଜି ବିସ୍ଫୋରକ ସାମଗ୍ରୀ ଜବତ କରିଛି ବୋଲଗଡ ପୋଲିସ । ଏହିପରି ଭାବେ ବେଗୁନିଆ ବାଘମାରୀ ଓ ବୋଲଗଡ ଥାନା ଅଞ୍ଚଳ ସହ ଅନ୍ୟ କିଛି ଅଞ୍ଚଳରୁ ମୋଟ 62 କେଜି ବିସ୍ଫୋରକ ସାମଗ୍ରୀ ସହ ବାଣ ଜବତ ହୋଇଛି । ଏନେଇ ବିଭିନ୍ନ ଥାନାରେ 7ଟି ମାମଲା ମଧ୍ୟ ରୁଜୁ ହୋଇଥିବା ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ସୂଚନା ଦେଇଛନ୍ତି ।

ଭୁଷଣ୍ଡପୁରରେ ଚୋରାରେ ବାଣ ତିଆରି କାମ ଚାଲିଥିବା ବେଳେ ଗତକାଲି ଏଭଳି ବଡ଼ ଅଘଟଣ ଘଟିଥିଲା । ବାଣ ବିସ୍ଫୋରଣର ଖବର ପାଇବା ପରେ ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି, ଉପ ଜିଲ୍ଲାପାଳ, ବାଲୁଗାଁ ଏସଡିପିଓ, ଟାଙ୍ଗୀ ଆଇଆଇସି, ବିଡିଓ, ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଦୋଳ ମେଳଣ ସମୟରେ ଆତବାଜୀ ପ୍ରତିଯୋଗିତା ପାଇଁ ବାଣ ପ୍ରସ୍ତୁତି ଚାଲିଥିଲା ବୋଲି କୁହାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Mar 7, 2023, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.