ETV Bharat / state

Naba Das Murder Mystery: ପୋଲ୍ ଖୋଲିଦେଇପାରେ ଗୋପାଳ, ପାଗଳାମି ଯାଞ୍ଚ ପାଇଁ କାହିଁକି ଏତେ ବ୍ୟଗ୍ର ?

author img

By

Published : Mar 7, 2023, 4:36 PM IST

Updated : Mar 7, 2023, 4:57 PM IST

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ଆଇନଜୀବୀ । ଗୁଢ ରହସ୍ୟ ଲୁଚାଇବା ପାଇଁ ଗୋପାଳକୁ ପାଗଳ ସଜାଇବାକୁ ଯୋଜନା ଚାଲିଥିବା ସନ୍ଦେହ କଲେ ଆଇନଜୀବୀ । ଅଧିକ ପଢନ୍ତୁ

Naba Das Murder Mystery
Naba Das Murder Mystery

ଗୋପାଳକୁ ପାଗଳ ସଜାଇବା ପାଇଁ ଚାଲିଛି କି ଯୋଜନା

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ଜାରି ରହିଛି । କେବଳ ଗୋପାଳକୁ ତଦନ୍ତ ପରିସରଭୁକ୍ତ କରି ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ହେଲେ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଏହାର କାରଣ ଏଯାଏଁ ଲୋକଲୋଚନକୁ ଆସିପାରୁନି । ବିଭିନ୍ନ ଦିଗରୁ ତଦନ୍ତ ପାଇଁ ବିରୋଧି ଦାବି କରୁଥିବାବେଳେ କ୍ରାଇମବ୍ରାଞ୍ଚ କେବଳ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବାକୁ ଅଧିକ ବ୍ୟଗ୍ର ହେଉଛି । ହୁଏତ କୌଣସି ଗୁଢ ରହସ୍ୟ ଲୁଚାଇବାକୁ ଯାଇ ଗୋପାଳକୁ ପାଗଳ ସଜାଇବାକୁ ଯୋଜନା ଚାଲିଛି । ତଦନ୍ତକାରୀ ସଂସ୍ଥାର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଏପରି ସନ୍ଦେହ ପ୍ରକଟ କରିଛନ୍ତି ଅପରାଧିକ ମାମଲ ଲଢୁଥିବା ଆଇନଜୀବୀ ପ୍ରଶାନ୍ତ ଦାସ ।

ଗୋପାଳରେ ଗୁଳିମାଡରେ ମନ୍ତ୍ରୀ ନବଙ୍କ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ହେଲାଣି । ଅଭିଯୁକ୍ତ ଗୋପାଳ ନିଜେ ମନ୍ତ୍ରୀଙ୍କୁ ହତ୍ୟା କରିଛି ବୋଲି କହୁଛି । ହେଲେ କାହିଁକି ସେ ହତ୍ୟା କଲା ତାହାର କାଣିଚାଏ ସୁରକ ଖୋଜିବାରେ ବିଫଳ ହୋଇଛି ତଦନ୍ତକାରୀ ସଂସ୍ଥା । ସିବିଆଇର ଅଭିଜ୍ଞତା ଥିବା ଓଡିଶାର ଭରସାଯୋଗ୍ୟ ଅରୁଣ ବୋଥ୍ରା ଓ ତାଙ୍କ କ୍ରାଇମବ୍ରାଞ୍ଚ ଟିମ୍ ଏ ଯାଏଁ ହତ୍ୟା ପଛର ରହସ୍ୟ ଲୋକ ଲୋଚନକୁ ଆଣିବାକୁ ସକ୍ଷମ ହୋଇପାରି ନାହାନ୍ତି । ହେଲେ ଅଭିଯୁକ୍ତର ମାନସିକ ଯାଞ୍ଚ ପାଇଁ ଅଧିକ ବ୍ୟଗ୍ରତା ପ୍ରକାଶ କରୁଛି ।

ଏହାମଧ୍ୟ ପଢନ୍ତୁ: ଏହାମଧ୍ୟ ପଢନ୍ତୁ: ସୌମ୍ୟଙ୍କ ତେରେଚ୍ଛା ବାଣ: ଆମେ ନିଜକୁ ବିଜୁ ବାବୁଙ୍କ ଦାୟଦ କହିପାରିବା ନାହିଁ

ତେଣୁ ଏହି ଘଟଣା ପଛରେ କିଛି ଗୁଢ ରହସ୍ୟ ଥିବାର ସନ୍ଦେହ ପ୍ରକାଶ କରିଛନ୍ତି ଆଇନଜୀବୀ ପ୍ରଶାନ୍ତ ଦାସ । ଆଇନଜୀବୀଙ୍କ କହିଛନ୍ତି ଯେ, ଗୋପାଳର ମାନସିକ ଅବସ୍ଥା ଠିକ ନଥିବା ବିଷୟ ପ୍ରମାଣିତ କରିବା ପାଇଁ ନିଜେ ଅଭିଯୁକ୍ତ ଅଥବା ତାଙ୍କର ପରିବାର ଲୋକେ ଆଇନର ଆଶ୍ରୟ ନେବା କଥା । ହେଲେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ପାଗଳ କି ନାହିଁ ତାହାର ଯାଞ୍ଚ ପାଇଁ ଯେଉଁଭଳି ଭାବେ ତତ୍ପର ହେଉଛି, ଏଥିରୁ ସ୍ପଷ୍ଟ ହେଉଛି ଯେ ତଦନ୍ତକାରୀ ସଂସ୍ଥାର ଭୟ ରହିଛି । ଏହାର କାରଣ ହୁଏତ ଏହି ଘଟଣାରେ କିଛି ଷଡଯନ୍ତ୍ର ଥାଇପାରେ ଅଥବା ସରକାର ଅସୁବିଧାରେ ପଡିପାରନ୍ତି । ତେଣୁ ଗୋପାଳକୁ ପାଗଳ ସଜାଇବାକୁ ଯାଇ ତା'ର ମାନସିକ ଯାଞ୍ଚ କରିବା ପାଇଁ କ୍ରାଇମବ୍ରାଞ୍ଚ ଅଧିକ ବ୍ୟଗ୍ର ହେଉଥିବା ଆଇନଜୀବୀ ପ୍ରଶାନ୍ତ ଦାସ ସନ୍ଦେହ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 7, 2023, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.