ETV Bharat / state

ଓଭରଟେକ କରି ଓଲଟିଲା ନାୟକ ବସ, ୫୦ ଯାତ୍ରୀ ଆହତ

author img

By

Published : Jan 4, 2023, 10:54 AM IST

Updated : Jan 4, 2023, 1:28 PM IST

accident
accident

ଆଳି ଥାନା ମାଳପାଟଣାରେ ଓଲଟିଲା ନାୟକ ବସ । ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ମାଳପାଟଣାରେ ଦୁର୍ଘଟଣା ସୂଚନା । ଅଧିକ ପଢନ୍ତୁ

ଓଲଟିଲା ନାୟକ ବସ

କେନ୍ଦ୍ରାପଡା: ଆଳି ଥାନା ମାଳପାଟଣାରେ ସଡକ ଦୁର୍ଘଟଣା । ଓଭରଟେକ କରି ଓଲଟିଲା ଯାତ୍ରୀବାହୀ ବସ ( Nayak bus overturns in malapatana)। ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ନାୟକ ନାମକ ଏକ ବସ ଦୁର୍ଘଟଣା ହୋଇଥିବା ସୂଚନା । ତେବେ ଏହି ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ହନିଟ୍ରାପ କୁଇନକୁ ଜେଲରେ ଜେରା, ED ପଚାରୁଛି ପୋଲିସ କଣ ଲେଖିନେଇଥିଲା

ଓଭରଟେକ ହେଲା କାଳ । ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଧରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ନାୟକ ନାମକ ଘରୋଇ ବସ ଆଳି ଥାନା ଅନ୍ତର୍ଗତ ମାଳପାଟଣାରେ ରାସ୍ତା କଡ଼କୁ ଖସିଯାଇଥିଲା । ଫଳରେ ୩୦ରୁ ଅଧିକ ଆହତ ହେବା ସହ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ଆଜି ସକାଳେ OR 02BP 8777 ନମ୍ବର ବିଶିଷ୍ଟ ନାୟକ ନାମକ ଘରୋଇ ବସ ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ଯାତ୍ରା ଆରମ୍ଭର କିଛି ସମୟ ମଧ୍ୟରେ କଟକ-ଚାନ୍ଦବାଲି ରାସ୍ତାର ଆଳି ଥାନା ଅନ୍ତର୍ଗତ ମାଳପାଟଣା ନିକଟରେ ବସଟି ଦ୍ରୁତଗତିରେ ଏକ ହାଇଓ୍ବା ଟ୍ରକକୁ ଓଭରଟେକ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଡାହାଣ ପଟେ ଏକ ବଡ଼ ଖାଲରେ ବସଟି ପଡିଯାଇଥିଲା । ଫଳରେ ବସ ଡ୍ରାଇଭର ବସକୁ ନିୟନ୍ତ୍ରଣରେ ରଖିବାରେ ଅସମର୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: Hockey World Cup: ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ

ଏହାସହ ଟ୍ରକକୁ ପିଟିବା ପରେ ରାସ୍ତା କଡ଼କୁ ଖସି ପଡ଼ିଥିଲା । ଫଳରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ବେଳେ ଅଗ୍ନିଶମ ବାହିନୀ ଓ ପୋଲିସ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଦୁର୍ଘଟଣା ପରେ ବସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ରହିଛି । ବସଟିକୁ ରାସ୍ତା ଉପରକୁ ଉଠାଇବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଆହତ ମାନଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଅନ୍ୟପଟେ ଦୁଇଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା ମିଳିଛି। ତେବେ ହାଇଓ୍ୱା ଡ୍ରାଇଭର ଓ ହେଲପରଙ୍କର କୌଣସି କ୍ଷତି ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Jan 4, 2023, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.