ETV Bharat / state

ହନିଟ୍ରାପ କୁଇନକୁ ଜେଲରେ ଜେରା, ED ପଚାରୁଛି ପୋଲିସ କଣ ଲେଖିନେଇଥିଲା

author img

By

Published : Jan 4, 2023, 12:21 PM IST

ଅର୍ଚ୍ଚନା ନାଗ ହନିଟ୍ରାପ ଓ ବ୍ଲାକମେଲ୍ ମାମଲାରେ ଝାରପଡା ଜେଲରେ ଅର୍ଚ୍ଚନାଙ୍କୁ ଜେରା କରୁଛି ଇଡି । ଅଧିକ ପଢନ୍ତୁ

archana nag
archana nag

ଭୁବନେଶ୍ବର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲା(Lady blackmailer case) । ଆଜି ଅର୍ଚ୍ଚନା ନାଗକୁ ଜେରା କରୁଛି ଇଡି । ଝରପଡା ଜେଲ ଭିତରେ ଅର୍ଚ୍ଚନା ନାଗକୁ ପଚରାଉଚରା କରୁଛନ୍ତି ଇଡି ଅଧିକାରୀ । ପୂର୍ବରୁ ଅର୍ଚ୍ଚନା ଏବଂ ଖଗେଶ୍ବରଙ୍କୁ ଜେଲରେ ପଚରାଉଚରା କରିବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲା ଇଡି ।

ସୂଚନାଅନୁସାରେ, ପୂର୍ବରୁ ଖଣ୍ଡଗିରି ଥାନା ଅଧିକାରୀଙ୍କ ସହ କମିସନରେଟ ପୋଲିସର ଏସଆଇଟି ଟିମ ଅର୍ଚ୍ଚନାଙ୍କ ଠାରୁ କିଛି ଲେଖାଇନେଇଥିଲେ । ତେବେ ଏନେଇ ଆଜି ଇଡି ଅର୍ଚ୍ଚନାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି । ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ହସ୍ତାକ୍ଷର ପଠାଇବା ଆଳରେ ପୋଲିସ କଣ ଲେଖାଇ ନେଇଥିଲା ସେ ନେଇ ହନିଟ୍ରାପ କୁଇନଙ୍କ ଠାରୁ ତଥ୍ୟ ଓଗାଳିବାକୁ ଚେଷ୍ଟା କରୁଛି ଇଡି । ଏହାସହ ଅର୍ଚ୍ଚନାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଦିଆଯାଇଥିବା ନୋଟିସ ଏବଂ ଖଗେଶ୍ବର ମୋବାଇଲରୁ ମିଳିଥିବା ତଥ୍ୟ ବିଷୟରେ ମଧ୍ୟ ପଚରାଉଚରା କରାଯାଉଛି । ଝାରପଡ଼ା ଜେଲରେ ତିନିଜଣିଆ ଟିମ୍ ଅର୍ଚ୍ଚନାଙ୍କ ଓକିଲଙ୍କ ଉପସ୍ଥିତିରେ ପଚରାଉଚରା ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Hockey World Cup: ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ

ଆସନ୍ତା ୫ ତାରିଖରେ ଖଗେଶ୍ବରକୁ ଜେରା କରାଯିବ । ଏନେଇ ଜେଲରେ ଏକ ସ୍ବତନ୍ତ୍ର ରୁମର ବ୍ୟବସ୍ଥା କରାଯାଇଛି । ଅର୍ଚ୍ଚନା ନାଗ, ତାଙ୍କ ସ୍ବାମୀ ଜଗବନ୍ଧୁ ଓ ବିଜନେସ ପାର୍ଟନର ଖଗେଶ୍ବର ପାତ୍ରଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ । ସେଥିପାଇଁ ୩ ଜଣଙ୍କୁ ନୋଟିସ୍‌ କରାଯାଇଛି । ଜବତ ହୋଇଥିବା ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନହେବ ତାହା ଜଣାଇବାକୁ କାରଣ ଦର୍ଶାଅ ନୋଟିସ୍‌ ଉଲ୍ଲେଖ କରିଛି ଇଡି ।

ପ୍ରକାଶଯୋଗ୍ୟ ଯେ, ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) । ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଜଣକ ପରେ ଜଣକୁ ସମନ ଜାରି କରୁଛି । ଗତକାଲି(ମଙ୍ଗଳବାର) ତୃତୀୟ ଥର ପାଇଁ ଇଡିରେ ହାଜରେ ହୋଇଥିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ । ଏହାପୂର୍ବରୁ ଗତ ନଭେମ୍ବର ଓ ଡିସେମ୍ବରରେ ଦୁଇ ଇଡିରେ ହାଜର ହୋଇଥିଲେ । ଅର୍ଚ୍ଚନାଙ୍କୁ ହିରୋଇନ୍ କରାଇ ଦେବାର ସ୍ବପ୍ନ ଦେଖାଇ ପ୍ରଥମ କେସ୍‌ ଫାଇଲ ହୋଇଥିବା ଫିଲ୍ମ ପ୍ରଯୋଜକ ହେଉଛନ୍ତି ପ୍ରମୋଦ ସ୍ବାଇଁ । ଯାହାଙ୍କ ନାଁରେ ୧୬ ନଭେମ୍ବର ୨୦୧୭ରେ ମହିଳା ଥାନାରେ ଅଭିଯୋଗ ଆଣିଥିଲେ ଅର୍ଚ୍ଚନା । ଏହାସହ ଶ୍ରଦ୍ଧାଞ୍ଜଳି ମଧ୍ୟ ପ୍ରମୋଦଙ୍କ ନାମରେ ଅଭିଯୋଗ କରିଥିଲେ । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପ୍ରଯୋଜକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.