ETV Bharat / sports

Hockey World Cup: ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ

author img

By

Published : Jan 4, 2023, 11:27 AM IST

ପୁରୁଷ ହକି ବିଶ୍ବକପ ପାଇଁ ଭୁବନେଶ୍ବରରେ ପହଞ୍ଚିଛି ନେଦରଲ୍ୟାଣ୍ଡସ ଟିମ । ଆସନ୍ତା 10ରେ ରାଉରକେଲା ଗସ୍ତ କରିବ ଦଳ । ଅଧିକ ପଢନ୍ତୁ

ଭୁବନେଶ୍ଵରରେ ପହଞ୍ଚିଲେ ନେଦରଲାଣ୍ଡସ ହକି ଟିମ
Hockey World Cup

Netherlands team at bhubaneswar

ଭୁବନେଶ୍ବର: ଚାହୁଁ ଚାହୁଁ ଏଫଆଇଏଚ ପୁରୁଷ ହକି ବିଶ୍ବକପ ପାଇଁ ଦିନ ନିକଟ ହେଉଛି । ଆଉ ମାତ୍ର 8 ବାକି ରହିଛି । ଏହାରି ଭିତରେ ଆଜି ରାଜଧାନୀରେ ପହଞ୍ଚିଛି ନେଦରଲ୍ୟାଣ୍ଡସ ଟିମ । ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ବରରେ ପହଞ୍ଚିଛି । ଆସନ୍ତା ୧୦ ତାରିଖରେ ରାଉରକେଲା ଗସ୍ତ କରି ୧୪ରେ ମ୍ୟାଚ ଖେଳିବ ଟିମ । 2018ର ବିଶ୍ବକପରେ ନେଦରଲାଣ୍ଡସ ଦଳ ରୌପ୍ୟ ପଦକ ଜିତିଥିଲା । ପୂର୍ବରୁ ଡିସେମ୍ବର 27 ତାରିଖରେ ଭୁବନେଶ୍ବରେ ପହଞ୍ଚିଥିଲା ଭାରତୀୟ ଦଳ । ବର୍ତ୍ତମାନ ଦଳ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ କରୁଛି ଭାରତୀୟ ଟିମ ।

ବ୍ରିଙ୍କମାନଙ୍କ ଉପରେ ନେଦରଲାଣ୍ଡସ ହକି ଟିମର ଅଧିନାୟକ ଭାର ରହିଛି । ପ୍ରଶିକ୍ଷକ ଡେଲମି ରହିଥିବା ସୂଚନା ମିଳିଛି । ତୃତୀୟ ଥର ପାଇଁ ନେଦରଲ୍ୟାଣ୍ଡସ ଟିମ ଭୁବନେଶ୍ବର ଆସିଛି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ଦଳକୁ ସ୍ବାଗତ କରାଯାଇଥିଲା । ଆସନ୍ତାକାଲି (ଗୁରୁବାର) ଚିଲି ଭୁବନେଶ୍ବରରେ ପହଞ୍ଚିବ । ଶୁକ୍ରବାର ଡିଭେଣ୍ଡିଂ ଚାମ୍ପିଅନ ବେଲଜିୟମ ଓ ଅଷ୍ଟ୍ରେଲିଆ ଭୁବନେଶ୍ବରରେ ପହଞ୍ଚିବେ । ବିଦେଶୀ ଦଳକୁ ସ୍ବାଗତ କରିବାକୁ ରାଉରକେଲା ପ୍ରସ୍ତୁତ ଅଛି । ଏପର୍ଯ୍ୟନ୍ତ ୩ ଥର ବିଶ୍ଵ ବିଜେତା ହୋଇଥିବା ବେଳେ ୬ ଥର ଫାଇନାଲ ପର୍ଯ୍ୟନ୍ତ ଯାଇଛି ନେଦରଲାଣ୍ଡସ ଟିମ୍ । ତେଣୁ ଏଥର କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି । ଗ୍ରୁପ୍ ସିରେ ରହିଛି ନେଦରଲାଣ୍ଡସ ଏବଂ ଏହା ସହିତ ନ୍ୟୁଜିଲାଣ୍ଡ, ଚିଲି ଆଉ ମାଲେସିଆ ମଧ୍ୟ ରହିଛନ୍ତି ।

ଏହା ବି ପଢନ୍ତୁ...ରେକର୍ଡ କଲେ ଉନାଦକତ, ପ୍ରଥମ ଓଭରରେ ହାତେଇଲେ ହ୍ୟାଟ୍ରିକ

ପ୍ରକାଶ ଥାଉ କି, ଜାନୁଆରୀ 13ରୁ ଭୁବନଶ୍ବର ଓ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ବକପ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । 13 ତାରିଖରେ ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଆସନ୍ତାକାଲି (ଗୁରୁବାର) ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.