ETV Bharat / state

ଭଉଣୀ ବାହାଘର ପାଇଁ ରଖିଥିଲେ ଟଙ୍କା ଓ ଗହଣା, ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ

author img

By

Published : Mar 21, 2023, 11:23 AM IST

Updated : Mar 21, 2023, 2:24 PM IST

କଳାହାଣ୍ଡି ଜିଲ୍ଲା ଇଚ୍ଛାପୁର ଗାଁରେ ସଶସ୍ତ୍ର ଡକାୟତି । ଘରେ ପଶି ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

କଳାହାଣ୍ଡି ଜିଲ୍ଲା ଇଚ୍ଛାପୁର ଗାଁରେ ସଶସ୍ତ୍ର ଡକାୟତି
କଳାହାଣ୍ଡି ଜିଲ୍ଲା ଇଚ୍ଛାପୁର ଗାଁରେ ସଶସ୍ତ୍ର ଡକାୟତି

କଳାହାଣ୍ଡି ଜିଲ୍ଲା ଇଚ୍ଛାପୁର ଗାଁରେ ସଶସ୍ତ୍ର ଡକାୟତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମାସେ ହେଲା ଚୋରି ଓ ରାହାଜାନି ବଢିବାରେ ଲାଗିଛି । ଢିଲା ପାଟ୍ରୋଲିଂ ଏବଂ ପୋଲିସର ନିଷ୍କ୍ରିୟତା ଯୋଗୁଁ ଘରେ ପଶି ଲୁଟପାଟ କରୁଛନ୍ତି ଦୁର୍ବୃତ୍ତ । ଗତକାଲି(ସୋମବାର) ବିଳମ୍ବିତ ରାତିରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଜଣଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ମାରଣାସ୍ତ୍ର ଦେଖାଇ ଗାଁର ବାଞ୍ଛାନିଧି ଆଚାର୍ଯ୍ୟଙ୍କ ଘରୁ ୮ ଭରି ସୁନା ଗହଣା ସହ ୭ ଲକ୍ଷ ୬୪ ହଜାର ଟଙ୍କା ଲୁଟି ନେଇଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୨ଟା ବେଳେ ୫ ଜଣ ସଶସ୍ତ୍ର ଡକାୟତ ଇଚ୍ଛାପୁର ଗାଁର ବାଞ୍ଛାନିଧି ଆଚାର୍ଯ୍ୟଙ୍କ ଘର କବାଟ ତାଡି ପଶିଥିଲେ । ସମସ୍ତ ଡକାୟତ ମୁଖା ପିନ୍ଧିଥିବା ବେଳେ ହାତରେ ଧାରୁଆ ଅସ୍ତ୍ର ଧରିଥିଲେ । ପ୍ରଥମେ ଡକାୟତମାନେ ବାଞ୍ଛାନିଧିଙ୍କୁ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ର ଦେଖାଇଥିଲେ । ତାଙ୍କୁ ଭଉଣୀଙ୍କୁ ମଧ୍ୟ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ଏହାପରେ ବାକ୍ସ ଭାଙ୍ଗି ସେଥିରେ ଭଉଣୀର ବାହାଘର ପାଇଁ ରଖିଥିବା ୮ ଭରି ସୁନା ଓ ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଫେଲ ସେଫ ସିଟି ଡ୍ରାଇଭ, ପେଟ୍ରୋଲ ପମ୍ପରେ ବୁଲିଲା ଖଣ୍ଡା

ଏନେଇ ବାଞ୍ଛାନିଧି ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଭବାନୀପାଟଣା ସହରର ମାତ୍ର କିଛି ଦୂରରେ ରାଜରାସ୍ତା ଉପରେ ଥିବା ବାଞ୍ଛାନିଧିଙ୍କ ଘରେ ଡକାୟତି ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ଏହି ଲୁଟ୍ ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ: ମୋବାଇଲ ନଦେବାରୁ ଚରମ ନିଷ୍ପତ୍ତି, ଜୀବନ ହାରିଲେ ପଞ୍ଚମ ଶ୍ରେଣୀ ଛାତ୍ରୀ

ଢିଲା ପାଟ୍ରୋଲିଂ ଯୋଗୁଁ ଦୁର୍ବୃତ୍ତମାନେ ଘରେ ପଶି ଏପରି ଲୁଟ୍‌ପାଟ୍‌ ଘଟାଉଥିବା ଅଭିଯୋଗ ହେଉଛି । ସାଧାରଣ ଲୋକଙ୍କ ବର୍ଷବର୍ଷ ଧରି କଷ୍ଟ ଅର୍ଜିତ ସମ୍ପତ୍ତି ଲୁଟି ନେଉଥିବାବେଳେ ଏ ଦିଗରେ ପୋଲିସ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ତେବେ ପୋଲିସ କେବେ ଏହି ଡକାୟତମାନଙ୍କୁ ଧରିବାରେ ସଫଳ ହେଉଛି ତାହାକୁ ଅପେକ୍ଷା ।

ଏହାମଧ୍ୟ ପଢନ୍ତୁ: ବାଇକକୁ ଧକ୍କା ଦେଲା ପିକଅପ, ବାପାମାଆ ପୁଅ ମୃତ

ଇଟିଭି ଭାରତ, କଳାହାଣ୍ଡି

Last Updated :Mar 21, 2023, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.