ETV Bharat / state

ଫେଲ ସେଫ ସିଟି ଡ୍ରାଇଭ, ପେଟ୍ରୋଲ ପମ୍ପରେ ବୁଲିଲା ଖଣ୍ଡା

author img

By

Published : Mar 21, 2023, 9:40 AM IST

petrol pump employee injured after being attacked by miscreant
ରାଜଧାନୀରେ ଫାର୍ସାରେ ଦୁର୍ବୁତ୍ତଙ୍କ ଆତଙ୍କରାଜ୍

ରାଜଧାନୀରେ ଫାର୍ସାରେ ଦୁର୍ବୁତ୍ତଙ୍କ ଆତଙ୍କରାଜ । ଭୁବନେଶ୍ବର କଳ୍ପନା ଛକ ପେଟ୍ରୋଲ ପମ୍ପରେ ଆତଙ୍କରାଜ ଖେଳାଇଛନ୍ତି ଦୁର୍ବୁତ୍ତ । ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ପେଟ୍ରୋଲ କର୍ମଚାରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ରାଜଧାନୀରେ ଫାର୍ସାରେ ଦୁର୍ବୁତ୍ତଙ୍କ ଆତଙ୍କରାଜ୍

ଭୁବନେଶ୍ବର: ନାମକୁମାତ୍ର ସହରରେ ସେଫ୍ ସିଟି ଡ୍ରାଇଭ୍ । ରାଜଧାନୀରେ ଖଣ୍ଡା ଓ ଫାର୍ସା ଧରି ଆତଙ୍କ ଖେଳାଇଛନ୍ତି ଦୁର୍ବୁତ୍ତ । ଭୁବନେଶ୍ବର କଳ୍ପନା ଛକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିବା ସହିତ ଖଣ୍ଡା ଓ ଫାର୍ସା ବୁଲାଇ ଆତଙ୍କ ଖେଳାଇଛନ୍ତି ଦୁର୍ବୁତ୍ତ । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ପ୍ରାୟ ଅଧଘଣ୍ଟା ଧରି ପେଟ୍ରାଲ ପମ୍ପରେ ଆତଙ୍କ ଖେଳାଥିଲେ ଦୁର୍ବୁତ୍ତ । ମାରଣାସ୍ତ୍ର ଧରି ଥିବାରୁ କେହି ଲୋକ ସେମାନଙ୍କୁ ଅଟକାଇବାକୁ ସାହସ କରିନଥିଲେ । ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ପୋଲିସ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଛି ।

ସୂଚନାଅନୁସାରେ, ପେଟ୍ରୋଲ ପମ୍ପ କର୍ମଚାରୀ କାର୍ଲ୍ଲା ସିନୁ କହିଛନ୍ତି, ପ୍ରଥମେ ଜଣେ ବାଇକରେ ପରେ ଦୁଇଜଣ ପଛର ବସି ଆସିଥିବା ଗୋଟିଏ ଗାଡିରେ ଆସିଥିଲେ । ୧୧୦ଟଙ୍କାର ପେଟ୍ରୋଲ ପକାଇବାର ଥିଲା । ପକାଉ ପକାଉ ୨୩୩ଟଙ୍କାର ତେଲ ପଡିଗଲା ବୋଲି ପେଟ୍ରୋଲ କର୍ମଚାରୀ କହିଲେ ଅଧିକ ତେଲ ପଡିଗଲା । କର୍ମଚାରୀ କହିଲେ ଯଦି କହିବେ ତେଲ କାଢିଦେବି ୧୧୦ର ପକେଇଦେବି । ଯାହାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପ୍ରଥମେ ସେମାନେ ଲୋକାଲ ପିଲା କହି ଧମକାଇବା ସହ ଟଙ୍କା ନଦେଲେ କଣ କରିବୁ ବୋଲି ଧମକ ଦେଇଥିଲେ । ଏନେଇ ପରେ ପାଟିତୁଣ୍ଡ ହେବାରୁ କିଛି ସମୟ ପରେ ଜଣେ କିଛି ଦୂରକୁ ଯାଇ ଏକ ଫାର୍ସା ଆଣି ପେଟ୍ରୋଲ ପମ୍ପ କର୍ମଚାରୀକୁ ଚାପୁଡା ପକାଇବା ସହ ପରେ ଆତଙ୍କ ଖେଳାଇଥିଲା । ପାଟି କଲେ ହାଣି ଦେବୁ ବୋଲି ଚିତ୍କାର କରିଥିଲା । ପେଟ୍ରୋଲ ପମ୍ପରେ ଥିବା ଫୁଲକୁଣ୍ଡ ଓ ଅନ୍ୟାନ ସାମଗ୍ରୀ ଭଙ୍ଗାରୁଜା କରିଥିଲେ ।

ଏହା ବି ପଢନ୍ତୁ...ଯୁକ୍ତ ଦୁଇ ଅରଜିନାଲ ସାର୍ଟିଫିକେଟ୍ ଫି ୧୦୦ ଟଙ୍କାକୁ ବୃଦ୍ଧି

ପେଟ୍ରୋଲ ପମ୍ପ ମ୍ୟାନେଜର ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମାତ୍ର ସେ ଦାଦାଗିରି ଦେଖାଇଥିଲେ । ହାଣି ଦେବାକୁ ଧମକ ଦେଇଥିଲେ । ଦୁର୍ବୁତ୍ତ ହାତରେ ମାରଣାସ୍ତ୍ର ଧରିଥିବାରୁ କେହି ପାଖକୁ ଯିବାକୁ ସାହସ କରି ନଥିଲେ । ଘଟଣାର ଖବର ପାଇ ପୋଲିସ ପହଞ୍ଚି 3 ଜଣଙ୍କୁ କାବୁ କରିଥିଲା । ସେମାନେ ସତ୍ୟନଗର ମାନସ ବାରିକ, ବିକ୍ରମ ଦାସ ଓ ଆଉ ଜଣେ ସହଯୋଗୀ ବୋଲି ଜଣାପଡିଛି । 3 ଜଣଙ୍କ ନାମରେ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଆହତ ହୋଇଥିବା ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.