ETV Bharat / state

ଯୁକ୍ତ ଦୁଇ ଅରଜିନାଲ ସାର୍ଟିଫିକେଟ୍ ଫି ୧୦୦ ଟଙ୍କାକୁ ବୃଦ୍ଧି

author img

By

Published : Mar 21, 2023, 8:56 AM IST

ବଢିଲା ଯୁକ୍ତ ଦୁଇ ଅରଜିନାଲ ସାର୍ଟିଫିକେଟ୍ ଫି । ଏଣିକି ଛାତ୍ରଛାତ୍ରୀଙ୍କୁ ୬୦ ଟଙ୍କା ବଦଳରେ ଦେବାକୁ ପଡିବ ୧୦୦ ଟଙ୍କା । ଅଧିକ ପଢନ୍ତୁ

ଯୁକ୍ତ ଦୁଇ ଅରଜିନାଲ ସାର୍ଟିଫିକେଟ୍ ଫି ୧୦୦ ଟଙ୍କାକୁ ବୃଦ୍ଧି
ଯୁକ୍ତ ଦୁଇ ଅରଜିନାଲ ସାର୍ଟିଫିକେଟ୍ ଫି ୧୦୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ଯୁକ୍ତ ଦୁଇ ଅରିଜିନାଲ ସାର୍ଟିଫିକେଟ୍ ଫି’ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ବାବଦକୁ ୬୦ ଟଙ୍କା ଦେବାକୁ ପଡିଥିଲା । ଅର୍ଥାତ୍ ଯୁକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପାଇଁ ଅଧିକ 40 ଟଙ୍କା ଦେବାକୁ ପଡ଼ିବ । ଏହି ବର୍ଦ୍ଧିତ ଫି' ୨୦୨୩ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷାଠାରୁ ଲାଗୁ ହେବ । ତେବେ ମାଇଗ୍ରେସନ ଏବଂ କୋର୍ସ ଲିଭିଂ ସାର୍ଟିଫିକେଟ ଫି’ ଅପରିବର୍ତ୍ତିତ ରଖାଯାଇଛି । ମାଇଗ୍ରେସନ ଫି’ ୧୦୦ଟଙ୍କା ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସମ୍ପର୍କରେ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଜଣାଇ ଦିଆଯାଇଛି ।

ଯୁକ୍ତ ଦୁଇ ଅରଜିନାଲ ସାର୍ଟିଫିକେଟ୍ ଫି ୧୦୦ ଟଙ୍କାକୁ ବୃଦ୍ଧି
ଯୁକ୍ତ ଦୁଇ ଅରଜିନାଲ ସାର୍ଟିଫିକେଟ୍ ଫି ୧୦୦ ଟଙ୍କାକୁ ବୃଦ୍ଧି

ଏଠାରେ ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ଚଳିତ ବର୍ଷ ୧,୧୪୫ କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କଳାରେ ୨ ଲକ୍ଷ ୩୩ ହଜାର ୮୫୫, ବିଜ୍ଞାନରେ ୯୩ ହଜାର ୮୯୪ , ବାଣିଜ୍ୟରେ ୨୪ ହଜାର ୩୩୧ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୫୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଚଳିତ ବର୍ଷ ୩୦ ପୃଷ୍ଠାର ଉତ୍ତରଖାତା ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି । ୨୦୨୧ ମସିହାରେ ଲେଗୁଲାରରେ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ୩୦ ପୃଷ୍ଠାର ଉତ୍ତର ଖାତା ଏବଂ ୨୦୨୦ ମସିହା ପୂର୍ବରୁ ପଞ୍ଜିକରଣ କରିଥିବା ଏକ୍ସ ରେଗୁଲାର ପିଲାଙ୍କୁ ୨୮ ପୃଷ୍ଠାର ଉତ୍ତର ଖାତା ଯୋଗାଇ ଦିଆଯାଉଛି ।

ଜଣେ ପରୀକ୍ଷାର୍ଥୀ ଚାହିଁଲେ ବି ଅଧିକ ଉତ୍ତର ଖାତା ଦିଆଯିବ ନାହିଁ । ଅନ୍ୟପଟେ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ନେଇ ସମସ୍ତଙ୍କ ନଜର ରହିଛି । କିଭଳି ଭାବରେ ଯୁକ୍ତ ଦୁଇ ପରୀକ୍ଷା ସୁରୁଖୁରୁରେ ଶେଷ ହେବ ସେନେଇ ନଜର ରଖାଯାଇଛି । ମାର୍ଚ୍ଚ ୧୮ ତାରିଖ ପରେ ଯେଉଁ ସବୁ ବିଷୟଗୁଡ଼ିକର ପରୀକ୍ଷା ରହିଛି ସେଗୁଡିକ ପାଇଁ ମାର୍ଚ୍ଚ ୧୫ ରୁ ୧୮ ତାରିଖ ମଧ୍ୟରେ ସମସ୍ତ କଲେଜର ହବକୁ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ତେବେ ରାଜ୍ୟରେ ମୋଟ ୨୦୨ଟି ହବ୍ ରହିଛି । ପରୀକ୍ଷା ହଲ, ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଉପରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା ଉପରେ ନଜର ରଖାଯାଇଛି । ତେବେ ଚଳିତ ବର୍ଷଠାରୁ ପିଲାଙ୍କର ଅରିଜିନାଲ ସାର୍ଟିଫିକେଟ ପାଇବା ଆଇନ ହେଲେ ୬୦ ଟଙ୍କା ବଦଳରେ ୧୦୦ ଫି ଦେବାକୁ ପଡ଼ିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.