ETV Bharat / state

ବାଇକକୁ ଧକ୍କା ଦେଲା ପିକଅପ, ବାପାମାଆ ପୁଅ ମୃତ

author img

By

Published : Mar 21, 2023, 7:45 AM IST

Updated : Mar 21, 2023, 9:34 AM IST

ନବରଙ୍ଗପୁର ଉମରକୋଟ ଅଞ୍ଚଳରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏଥିରେ 3 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବାଇକକୁ ଧକ୍କା ଦେଲା ପିକଅକ
road accident in nabarangapur

road accident in nabarangapur

ନବରଙ୍ଗପୁର: ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏଥିରେ 3 ଜଣଙ୍କର ଜୀବନ ଦୀପ ଲିଭି ଯାଇଛି । ମୃତକ ହେଲେ ଡାବୁଗାଁ ଥାନା ଅନ୍ତର୍ଗତ ଜୁନାପାଣି ପଞ୍ଚାୟତ ମୋତିଗାଁବାସୀ । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ...ବର୍ଦ୍ଧିତ ଗୃହ ଟିକସକୁ ନେଇ ବଢ଼ୁଛି ଅସନ୍ତୋଷ, ସହରବାସୀଙ୍କ ଭିତରେ ଦାନା ବାନ୍ଧୁଛି ଆନ୍ଦୋଳନ

ସୂଚନାଅନୁସାରେ, ଜୁନାପାଣି ପଞ୍ଚାୟତ ମୋତିଗାଁବାସୀ ବୁଦୁ ଭତ୍ରା ତାଙ୍କ ସ୍ତ୍ରୀ ରତୁଲା ଭତ୍ରା ଓ ତାଙ୍କ ପୁଅ ଚୈତନ୍ୟ ଭତ୍ରା ବାଇକ ଯୋଗେ ଘରକୁ ଯାଉଥିଲେ । ହଠାତ ତାଙ୍କୁ ଏକ ପିକଅକ ଧକ୍କା ଦେଇଥିଲା । ନବରଙ୍ଗପୁରଠାରୁ ଉମରକୋଟକୁ ସଂଯୋଗ କରୁଥିବା ରାସ୍ତାର ବକଡାବେଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ଧୋଡ୍ରା ଗ୍ରାମରୁ ମଣ୍ଡେଇ ଯାତ୍ରା ଦେଖି ଡ଼ାବୁଗାଁ ଅଭିମୁଖେ ନିଜ ଗାଁକୁ ଯାଉଥିବା ସମୟରେ ବୁଦୁ ଭତ୍ରାଙ୍କ ବାଇକକୁ ପିକଅକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୁଦୁ ଭତ୍ରା ତାଙ୍କ ସ୍ତ୍ରୀ ରତୁଲା ଭତ୍ରା ଓ ତାଙ୍କ ପୁଅ ଚୈତନ୍ୟଙ୍କର ମୃତ୍ୟୁ ହୋଇଥିଲା । ସୌଭାଗ୍ୟବସତଃ ବୁଦୁ ଭଦ୍ରାଙ୍କ ଅନ୍ୟଜଣେ ସନ୍ତାନ ବଞ୍ଚି ଯାଇଥିଲା । ଆହତ ଶିଶୁକୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଚିକିତ୍ସା ଜାରି ରହିଛି ।

ଏହା ବି ପଢନ୍ତୁ...ବିଦ୍ୟୁତ ଆବଣ୍ଟନ ସଂସ୍କାର କମିଟି ଦ୍ୱାରା ୬୨୮୩ କୋଟି ଟଙ୍କା ଯୋଜନା ଅଟକଳ ଅନୁମୋଦନ

ବାଇକଟି ଏକ ଟ୍ରାକ୍ଟରକୁ ଓଭର୍ ଟେକ୍ କରି ଚାଲିଯିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ଘଟାଇଥିବା ପିକଅକ ଡ୍ରାଇଭର ମୋତିରାମ ହରିଜନକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଆହତ ଶିଶୁର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ତିନି ମୃତକଙ୍କ ପାଇଁ ତାଙ୍କ ପରିବାରକୁ ୬୦ ହଜାର ଟଙ୍କା ଓ ଆହତ ଶିଶୁଟିର ଚିକିତ୍ସା ପାଇଁ ୨୦ ହଜାର ଟଙ୍କା ଅନୁକମ୍ପା ରାଶି ଦିଆଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ । ଆହତ ଶିଶୁଟି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବା ବୋଲି ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ କହିଛନ୍ତି । ଏ ଭୟଙ୍କର ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Mar 21, 2023, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.