ETV Bharat / state

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଡୋକରୀ ଚଞ୍ଚରା, ପର୍ଯ୍ୟଟକଙ୍କୁ କରୁଛି ଆକର୍ଷିତ

author img

By ETV Bharat Odisha Team

Published : Dec 26, 2023, 1:24 PM IST

Updated : Dec 26, 2023, 2:03 PM IST

Dokrichanchara Waterfall: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଡୋକରୀ ଚଞ୍ଚରା ଜଳପ୍ରପାତ । ଶୌଚାଳୟ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ । ଅଧିକ ପଢନ୍ତୁ
Etv Bharat
Etv Bharat

Dokrichanchara Waterfall

ଭବାନୀପାଟଣା: ଆସିଛି ପର୍ଯ୍ୟଟନ ଋତୁ । ଶୀତ ଯେତେ ବଢୁଛି ପର୍ଯ୍ୟଟକଙ୍କ ଭିଡ ପର୍ଯ୍ୟଟନୀ ସ୍ଥଳୀ ଗୁଡିକରେ ସେତିକି ଜମୁଛି । ଶୀତ ଦିନରେ ପ୍ରକୃତିର ମଜା ନେଉଛନ୍ତି ପର୍ଯ୍ୟଟକ । ଏତି ପାଇଁ କଳାହାଣ୍ଡିର ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଶୀତ ଦିନ ଆରମ୍ଭ ହେବା ଦିନ ଠାରୁ ଗୁଡହାଣ୍ଡି ଓ ଡୋକରୀ ଚଞ୍ଚରା ଜଳପ୍ରପାତ ପର୍ଯ୍ୟଟକଙ୍କ ସମାଗମ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ଦାବି ଶୁଣିଲେ ସରକାର, ସହରବାସୀଙ୍କ ଶୋଷ ମେଣ୍ଟାଇବ କୁରୁଡ଼କୋଟ ଜଳପ୍ରପାତ

ଜାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ରହିଛି ଡୋକରୀ ଚଞ୍ଚରା ଜଳପ୍ରପାତ । ପ୍ରାକୃତିକ ସୋନ୍ଦର୍ଯ୍ୟା ଭରା ପରିବେଶ ମଧ୍ୟରେ ପାହାଡ ଛାତି ଚିରି କୁଳୁକୁଳୁ ନାଦରେ ଝରି ଆସୁଛି ଝରଣା ପାଣି । ପ୍ରାୟ ୨୦୦ ସହ ଫୁଟ ଉଚ୍ଚରୁ ଝରି ଆସୁଥିବା ଝରଣା ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି । ଝରଝର ଶବ୍ଦରେ ଫାଟି ପଡୁଛି ସାରା ପରିବେଶ । ଘଞ୍ଚ ଅରଣ୍ୟରେ ଝରଣା ସାଙ୍ଗକୁ ସବୁ ଜିମା ସହ ମର୍ଯ୍ୟାଦା ପୁରୁଷତ୍ତମ ରାମଙ୍କ ମନ୍ଦିର ପର୍ଯ୍ୟଟଙ୍କ ମନରେ ଏକ ଭିନ୍ନ ଅନୁଭୂତିଆଣି ଦେଉଛି । ସେଥିପାଇଁ କାର୍ଯ୍ୟବ୍ୟସ୍ତତା ଜୀବନରୁ ଟିକିଏ ଫୁରସତ ପାଇଲେ ଏଠାକୁ ଧାଇଁ ଆସନ୍ତି ଲୋକେ ।

ଏହା ମଧ୍ୟ ପଢନ୍ତୁ-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁନ୍ତୁରୁଘାଗି ଜଳପ୍ରପାତ, ପ୍ରଶାସନର ଅବହେଳାରୁ ପାଇନି ପରିଚୟ

ଡୋକରୀ ଚଞ୍ଚରା ଜଳପ୍ରପାତରେ ଅନେକ ସମସ୍ୟା ରହିଛି । ବିଶେଷ କରି ମହିଳା ମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ନଥିବା ବେଳେ ମୋବାଇନ ନେଟଓ୍ବାର୍କ ସମସ୍ୟା ମଧ୍ୟ ରହିଛି । ଏଥିପ୍ରତି ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଲେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଭିଡ଼ ଆହୁରି ଜମିବ ବୋଲି ଆଶା କରାଯାଉଛି । ଜଣେ ପର୍ଯ୍ୟଟକ କହିଛନ୍ତି ଯେ, ଏହି ଜଳପ୍ରପାତକୁ ବୁଲିଆସି ବେଶ ଭଲ ଲାଗିଲା । ଏଠାକାର ସୌନ୍ଦର୍ଯ୍ୟ ବେଶ ମନୋରମ । ଏଠାକୁ ଥରେ ଯିଏ ଆସିଛି ସାଥିରେ ସ୍ମୃତି ନେଇ ନିହାତି ଯିବ ।

ଏହା ମଧ୍ୟ ପଢନ୍ତୁ-ଅବହେଳିତ ପର୍ଯ୍ୟଟନସ୍ଥଳୀ; ବିକାଶ ଅପେକ୍ଷାରେ ଦେଓଝରଣ ଜଳପ୍ରପାତ

ଅନ୍ୟ ଜଣେ ପର୍ଯ୍ୟଟକ କହିଛନ୍ତି ଯେ, ଏଠାକାର ପରିବେଶ ବହୁତ ଭଲ ଲାଗୁଛି । ଶୀତ ଦିନ ହୋଇଥିବାରୁ ପ୍ରତିଦିନ ବହୁ ଲୋକଙ୍କ ସମାଗମ ହେଉଛି । ଆମେ ବି ପିକ୍‌ନିକ୍‌ କରିବାକୁ ଆସିଛୁ । ଏଠାରେ କିନ୍ତୁ ମହିଳାଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛି । ଶୈାଚାଳୟ କରାଗଲେ ଭଲ ହୁଅନ୍ତା ।

ଇଟିଭି ଭାରତ, କଳାହାଣ୍ଡି

Last Updated :Dec 26, 2023, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.