ETV Bharat / state

ବେଦାନ୍ତର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣିକୁ ବିରୋଧ, ବିକ୍ଷୋଭ କଲେ ଲୋକେ

author img

By

Published : Aug 9, 2023, 9:02 AM IST

ବେଦାନ୍ତ କମ୍ପାନୀ ପାଇଁ ପରିବେଶ ମଞ୍ଜୁରୀ
ବେଦାନ୍ତ କମ୍ପାନୀ ପାଇଁ ପରିବେଶ ମଞ୍ଜୁରୀ

ଅଗଷ୍ଟ ୧ ତାରିଖରେ ବେଦାନ୍ତ କମ୍ପାନୀ ପାଇଁ ପରିବେଶ ମଞ୍ଜୁରୀ ପାଇଁ କରାଯାଇଥିବା ଜନଶୁଣାଣିକୁ ବିରୋଧ । ପୁନଃ ଜନଶୁଣାଣି କରିବା ସହ ଥଇଥାନ ପାଇଁ ଅନୁକମ୍ପା ରାଶି ବୃଦ୍ଧି ଦାବି । ଅଧିକ ପଢନ୍ତୁ

ବେଦାନ୍ତ କମ୍ପାନୀ ପାଇଁ ପରିବେଶ ମଞ୍ଜୁରୀ ପାଇଁ କରାଯାଇଥିବା ଜନଶୁଣାଣିକୁ ବିରୋଧ

ଝାରସୁଗୁଡ଼ା: ବେଦାନ୍ତକୁ ଆଦିବାସୀ ଜମିରେ ପ୍ରକଳ୍ପ ନିର୍ମାଣ ମଞ୍ଜୁରୀ ଦେବାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଅଞ୍ଚଳବାସୀ । ଏହାକୁ ବିରୋଧ କରି ଗତକାଲି(ମଙ୍ଗଳବାର) ଝାରସୁଗୁଡ଼ା ବେହେରାମାଲ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଆଦିବାସୀ ।

ଏହା ବି ପଢନ୍ତୁ... କୋଲାବିରାରେ ବେଦାନ୍ତ ଆଲୁମିନାକୁ ବିରୋଧ, ଆନ୍ଦୋଳନ ଚେତାବନୀ

ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧ ତାରିଖରେ କୁଡ଼ାଲୋଇ କୋଲ ବ୍ଳକରେ ବେଦାନ୍ତ କମ୍ପାନୀ ପାଇଁ ପରିବେଶ ମଞ୍ଜୁରୀ ପାଇଁ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ହେଲେ ସେହି ଜନ ଶୁଣାଣୀରେ ଯେଉଁମାନଙ୍କ ଜମି ବେଦାନ୍ତକୁ ଦିଆଯାଉଥିବା ଜମି ମାଲିକଙ୍କୁ ଡକାଯାଇଥିଲା । ହେଲେ ଜନ ଶୁଣାଣୀରୁ ସେମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ଆଦିବାସୀ ଗ୍ରାମବାସୀ । ଏକ ପ୍ରକାର ବେଦାନ୍ତ କମ୍ପାନୀ ଓ ପ୍ରଦୂଷଣ ବିଭାଗ ଦାଦାଗିରି କରି ବାହୁବଳ ପ୍ରୟୋଗ କରି ଜନ ଶୁଣାଣି କରାଇଥିବା ଆଦିବାସୀ ଅଭିଯୋଗ କରିବ ସହ ପୂର୍ଣ୍ଣ ଜନଶୁଣାଣି କରିବା ପାଇଁ ଦାବି କରିଛନ୍ତି । ଏହି ଦାବିକୁ ନେଇ ଏକ ବିଶାଳ ରାଲି କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ।

ଏହା ବି ପଢନ୍ତୁ... ଖଣି ଆବଣ୍ଟନରେ ଅନିୟମିତତା ! ବେଦାନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ

ଜମି ମାଲିକମାନେ କହିଛନ୍ତି, ଅନୁଷ୍ଠିତ ହୋଇଥିବା ସେହି ଜନ ଶୁଣାଣିକୁ ବାତିଲ କରାଯାଉ । ଅନ୍ୟ ଏକ ନୂତନ ଜନଶୁଣାଣିର ତାରିଖ ରଖାଯାଉ । ଏହି ଜନଶୁଣାଣିରେ ସମସ୍ତ ଜମି ମାଲିକଙ୍କୁ ନିଜ ମତ ରଖିବା ପାଇଁ ଅନୁମତି ପ୍ରଦାନ କରାଯାଉ । ସରକାର ଗରିବ ଅଦିବାସୀଙ୍କ ଉପରେ ଅତ୍ୟାଚାର କରିପାରିବ ନାହିଁ ବୋଲି ଅଦିବାସୀମାନେ ମତ ପ୍ରକାଶ କରିଛନ୍ତି । ଆଦିବାସୀମାନେ ଶାନ୍ତିପୂର୍ଣ୍ଣ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲେ । ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ବେଲପାହାଡ଼ ପୌରାଞ୍ଚଳ, କୁଡ଼ାଲୋଇ, ବର୍ତାବ, ପିପିଲିମାଲ ଓ ବଞ୍ଜାରୀ ପଞ୍ଚାୟତର ଜନ ସାଧାରଣ ଉପସ୍ଥିତ ଥିଲେ । ଏହି ପ୍ରୋଜେକ୍ଟରୁ ସରକାର ପ୍ରଚୁର ରାଜସ୍ବ ଆଦାୟ କରିବେ । କିନ୍ତୁ ଏହି ପ୍ରୋଜେକ୍ଟ ଯୋଗୁଁ ଏଠାକାର ସ୍ଥାନୀୟ ବାସିନ୍ଦା ଜମିହରା ହୋଇ ପଡିବେ ବେଲି ଆଦିବାସୀ ଅଭିଯୋଗ କରିଛନ୍ତି । ସେମାନଙ୍କୁ ଦିଆଯାଉଥିବା ଅନୁକମ୍ପା ରାଶି ଯଥେଷ୍ଟ ନୁହେଁ ବରଂ ଆହୁରି ଅଧିକ ଅନୁକମ୍ପା ରାଶି ମିଳିବା ଦରକାର ବୋଲି ଅଭିଯୋଗ କରୁଛନ୍ତି ଅଞ୍ଚଳବାସୀ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.