ETV Bharat / state

କୋଲାବିରାରେ ବେଦାନ୍ତ ଆଲୁମିନାକୁ ବିରୋଧ, ଆନ୍ଦୋଳନ ଚେତାବନୀ

author img

By

Published : May 29, 2023, 5:51 PM IST

ବେଦାନ୍ତ କମ୍ପାନୀର ଜଙ୍ଗଲ ଜମି ଅଧିଗ୍ରହଣକୁ ବିରୋଧ
ବେଦାନ୍ତ କମ୍ପାନୀର ଜଙ୍ଗଲ ଜମି ଅଧିଗ୍ରହଣକୁ ବିରୋଧ

ବେଦାନ୍ତ କମ୍ପାନୀର ଜଙ୍ଗଲ ଜମି ଅଧିଗ୍ରହଣକୁ ବିରୋଧ । ଜଙ୍ଗଲ ଜମିକୁ ବେଦାନ୍ତକୁ ନଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସୀନ୍ଦା । ଜମି ନଦେବାକୁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ । ଅଧିକ ପଢନ୍ତୁ

ବେଦାନ୍ତ କମ୍ପାନୀର ଜଙ୍ଗଲ ଜମି ଅଧିଗ୍ରହଣକୁ ବିରୋଧ

ଝାରସୁଗୁଡା: ଜଙ୍ଗଲ ଜମିକୁ ହାତେଇବାକୁ ଚେଷ୍ଟା କରୁଛି ବେଦାନ୍ତ । ଜଙ୍ଗଲ ନବୀକରଣ ନାଁରେ ନିଜ ଅଞ୍ଚଳକୁ ବୃଦ୍ଧି କରିବାକୁ କୁଚକ୍ରାନ୍ତ କରିଛି ବେଦାନ୍ତ । ଜିଲ୍ଲା ପ୍ରଶାସନକୁ ହାତ କରି କୋଲାବିରା ଅଞ୍ଚଳରେ ଜମି ନେବାକୁ କୌଶଳ କରୁଥିବା ଅଭିଯୋଗ କରି କୋଲାବିରା ଅଞ୍ଚଳର ନିର୍ବାଚିତ ସରପଞ୍ଚ ଓ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଜଙ୍ଗଲଜମିକୁ ବେଦାନ୍ତକୁ ନଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସୀନ୍ଦା ।

ଅଭିଯୋଗ ଅନୁଯୋୟୀ, ବେଦାନ୍ତ ଅନ୍ୟ ଜାଗାରେ ଖଣି ନେବା ପାଇଁ ଜଙ୍ଗଲ କାଟିବା ପାଇଁ ଉଦ୍ୟମ ଚଳାଇଛି। ସରକାରୀ ଓ ବେସରକାରୀ ଜମିରେ ବେଦାନ୍ତ ଗଛ ଲଗାଇବା ନାଁରେ ଜମିକୁ ଅକ୍ତିଆର କରିବାର ପ୍ରବର୍ତ୍ତାଉଛି । ଯାହାକୁ ସହ୍ୟ କରାଯିବ ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି । ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ବେଦାନ୍ତକୁ ସହଯୋଗ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ପ୍ରଶାସନିକ ଅଧିକାରୀ କାହିଁକି ବେଦାନ୍ତକୁ ଅନୁଗ୍ରହ ପ୍ରଦର୍ଶନ କରି ସରକାରୀ ଜମି ଓ ବେସରକାରୀ ଜମି ଅଧିଗ୍ରହଣ ପାଇଁ ସହଯୋଗ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ । ଜଙ୍ଗଲ ଜମିକୁ କମ୍ପାନୀ ନାମରେ ଅର୍ଜନ କରିବା ପାଇଁ କମ୍ପାନୀ ଚେଷ୍ଟା କରୁଛି । ତେଣୁ ଜଙ୍ଗଲକୁ ନଷ୍ଟ ହେବାକୁ ଦେବୁ ନାହିଁ ଓ ବେଦାନ୍ତ ଅଧିଗ୍ରହଣ କରିଥିବା ଅଞ୍ଚଳରେ ଗଛ ରୋପଣ କରିବାକୁ ଦାବି କରାଯାଇଛି ।

ପୂର୍ବତନ ଜିଲ୍ଲା ପରିଷଦ ସ୍ବପ୍ନାମୟୀ ପଟେଲ କିହଛନ୍ତି, "ଏହି ଜଙ୍ଗଲ ଜମି ଉପରେ ନିର୍ଭର କରି ଏଠିକାର ଆଦିବାସୀ ଓ ଅଧିବାସୀ ବଞ୍ଚି ଆସୁଛନ୍ତି ।ଏହା ଉପରେ ତାଙ୍କର ଗୋଷ୍ଠୀ ଏବଂ ନିଜସ୍ବ ଅଧିକାର ରହିଛି । ଏହି ଜଙ୍ଗଲ ଜମି ଉପରେ ନିର୍ଭର କରି ଗ୍ରାମବାସୀମାନେ ନିତ୍ୟ ବ୍ୟବହାର ପାଇଁ କାଠ, ଜଙ୍ଗଲ ଜାତୀୟ ଦ୍ରବ୍ୟ ସଂଗ୍ରହ କରିଆସୁଛନ୍ତି । ସରକାର ଏହି ଜଙ୍ଗଲ ଜମିକୁ ବେଦାନ୍ତ କମ୍ପାନୀକୁ ଦେବା ପାଇଁ ମସୁଧା କରିଛନ୍ତି । ଏହାକୁ ନେଇ ପରିବାର ପୋଷୁଥିବା ଲୋକଙ୍କ କ’ଣ ହେବ ? କିପରି ସେମାନେ କୁଟୁମ୍ବ ପାଳିବେ ? ବୋଲି ପ୍ରଶ୍ନ କରିଛନ୍ତି ।"

ସ୍ଥାନୀୟ ବାସିନ୍ଦା କହିଛନ୍ତି, ଏହାର ତୀବ୍ର ବିରୋଧ କରୁଛୁ । ଏହି ଜଙ୍ଗଲ ଜମି ଆମମାନଙ୍କ ମାଁ ମାଟି ଏବଂ ଆମେ ଗୋଟିଏ ଇଞ୍ଚ୍‌ ଜମି କଳକାରଖାନା ପାଇଁ ଦେବୁ ନାହିଁ । ଅଞ୍ଚଳ ଗରିବ ଲୋକମାନେ ନିଜର ଜୀବନଜିବିକା ପାଇଁ ଜଙ୍ଗଲ ଜମି ଉପରେ ନିର୍ଭର କରିଥାଆନ୍ତି । ଯଦି ଜଙ୍ଗଲ ଜମି କମ୍ପାନୀମାନଙ୍କୁ ଦିଆଯାଏ, ତେବେ କୋଲାବିରା ବ୍ଳକ୍‌ ଅଞ୍ଚଳର ସମସ୍ତ ଆଦିବାସୀ ଓ ଅଧିବାସୀ ପ୍ରଭାବିତ ହେବେ ଏବଂ କ୍ଷତି ସହିବେ । ତେବେ ଏହାକୁ ନେଇ ଜିଲ୍ଲାପାଳ କହିଛନ୍ତି, "ଅଭିଯୋଗ ମିଳିଛି ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ, ଝାରସୁଗୁଡ଼ାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.