ETV Bharat / state

ଖଣି ଆବଣ୍ଟନରେ ଅନିୟମିତତା ! ବେଦାନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ

author img

By

Published : Jul 24, 2023, 4:31 PM IST

ବେଦାନ୍ତ ଖଣିକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ
ବେଦାନ୍ତ ଖଣିକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ

ସୁନ୍ଦରଗଡ଼ ଜିଲ୍ଲା ଜାମକାଣି ଅଞ୍ଚଳରେ ବିନା ପରିବେଶ ମଞ୍ଜୁରୀରେ ବେଦାନ୍ତ କୋଇଲା ଖଣି ଖନନ କରୁଥିବା ଅଭିଯୋଗ । ପ୍ରେସ୍‌ମିଟ୍‌ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ବେଦାନ୍ତ ଖଣିକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ

ଭୁବନେଶ୍ବର/ସୁନ୍ଦରଗଡ଼: ଖଣି ଆବଣ୍ଟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଅନିୟମିତତା ଅଭିଯୋଗ କଲା କଂଗ୍ରେସ । ବେଦାନ୍ତ ଖଣିକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲା ହିମଗିରି ବ୍ଲକ ଅନ୍ତର୍ଗତ ଜାମକାଣି ଅଞ୍ଚଳରେ ବେଦାନ୍ତ କରୁଛି ବେଆଇନ କୋଇଲା ଖନନ । ପରିବେଶ ମଞ୍ଜୁରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଥଇଥାନ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

ବିଜୟ କହିଛନ୍ତି, "ଗାଁର ଅତି ନିକଟରେ କୋଇଲା ଖଣି ଖନନ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଆମ ପାଖରେ ଥିବା ତଥ୍ୟ ଅନୁସାରେ ପରିବେଶ ମଞ୍ଜୁରୀ ବେଦାନ୍ତ କମ୍ପାନୀ ପାଖରେ ନାହିଁ । ଯଦି ଅଛି, ତାହାଲେ ସେ ଅନୁଯାୟୀ କାର୍ଯ୍ୟାବଳୀ ହେଉଛି ତ ? ୨୦୧୩ ନୂଆ ନିୟମ ଅନୁଯାୟୀ ଅନୁମତିର ୫ ବର୍ଷ ଭିତରେ ଫିଜିକାଲ ପୋଜେସନ ନିଆଯାଇ ନଥିଲେ ପୁଣି ଥରେ ନୂଆ କରି ପ୍ରକ୍ରିୟା ଅନୁସରଣ ହେବା କଥା । ଲୋକ ବିପଦଶଂକୁଳ ଅବସ୍ଥାରେ ରହୁଛନ୍ତି । ଗ୍ରାମସଭା ହୋଇନାହିଁ କି ଲୋକଙ୍କୁ ପୁନର୍ବାସ କରିବା ପାଇଁ କୌଣସି କାର୍ଯ୍ୟ କରାଯାଇନାହିଁ । ପ୍ରଥମେ ଭୂଷଣ କମ୍ପାନୀ ନାମରେ କୋଇଲା ଆବଣ୍ଟନ ହୋଇଥିବା ବେଳେ କୋଇଲା ଆବଣ୍ଟନ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ପୁଣି ସରକାରଙ୍କ ଅଧୀନକୁ ଫେରି ଆସିଲା । ପରେ ନିଲାମ ହୋଇ ବେଦାନ୍ତ କମ୍ପାନୀ ପାଇଲା । ବେଦାନ୍ତ କମ୍ପାନୀ ଅଧୀନରେ ଥିବା ଏକ କଣ୍ଟ୍ରାକ୍ଟର କିଛି ମୁଷ୍ଟିମେୟ ଲୋକଙ୍କୁ ଚାକିରୀ ଦେଇଛନ୍ତି । ସରକାର ସବୁଜାଣି ଚୁପ ବସିଛନ୍ତି ।" ତେବେ ସ୍ଥାନୀୟ ଲୋକଙ୍କୁ ଥଇଥାନ ଦାବି କରିଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ...ବେଆଇନ ଖଣି ଖନନ ଉପରେ କେବେ ଲାଗିବ ରୋକ ? ଚିନ୍ତାରେ ପରିବେଶବିତ୍‌

ଏହା ସହିତ ତୁରନ୍ତ କୋଇଲା ଉତ୍ତୋଳନ ବନ୍ଦ କରିବାକୁ ଦାବି କରିଛନି କଂଗ୍ରେସ । ନହେଲେ ଆଇନର ଆଶ୍ରୟ ନେବ ବୋଲି କଂଗ୍ରେସ ଚେତାବନୀ ଦେଇଛି । ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ପରିବାର ଆଜି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ଥଇଥାନ କଥା କେହି ବୁଝୁନାହାନ୍ତି ବୋଲି ବିଜୟ କହିଛନ୍ତି । ବେଦାନ୍ତ ଏକ କମ୍ପାନୀକୁ କାର୍ଯ୍ୟକାରୀ ଦାୟିତ୍ବ ଦେଇଛି, ହେଲେ ସେ କମ୍ପାନୀର ସ୍ଥାୟୀତ୍ବ କେତେ ବୋଲି ସେ ପଚାରିଛନ୍ତି । ସେମାନେ ଯଦି କେଉଁ ମୁହୂର୍ତ୍ତରେ ଛାଡି ଚାଲିଯିବେ, ତାହେଲେ ଲୋକମାନଙ୍କ ଭାଗ୍ୟ ଏବଂ କାର୍ଯ୍ୟରତ କର୍ମଚାରୀମାନଙ୍କ ଭାଗ୍ୟ କଣ ହେବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା, ସେଠାକାର ସ୍ଥାନୀୟ ନେତ୍ରୀ ସୁନିତା ବିଶ୍ବାଳ ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.