ETV Bharat / state

ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ମାଆ ବିରଜାଙ୍କ ରଥଯାତ୍ରା

author img

By ETV Bharat Odisha Team

Published : Oct 23, 2023, 12:58 PM IST

Updated : Oct 23, 2023, 2:26 PM IST

ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ମାଆ ବିରଜାଙ୍କ ରଥଯାତ୍ରା
ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ମାଆ ବିରଜାଙ୍କ ରଥଯାତ୍ରା

ଶେଷ ହେଇଛି ମା ବିରଜାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଅନ୍ୟପଟେ ଶାରଦୀୟ ଦୁର୍ଗାତ୍ସୋବ ଉପଲକ୍ଷେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ସ୍ବତନ୍ତ୍ର ରିତିନୀତିରେ ମାଙ୍କର ଷୋଡ଼ଶ ଉପଚାର ପୂଜା କରଯାଉଛି । ଅଧିକ ପଢ଼ନ୍ତୁ

ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ମାଆ ବିରଜାଙ୍କ ରଥଯାତ୍ରା

ଯାଜପୁର: ଶେଷ ହେଇଛି ମାଆ ବିରଜାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଗତକାଲି(ରବିବାର) ବିଳମ୍ବିତ ରାତିରେ ନବଦିନାତ୍ମକ ରଥଯାତ୍ରାର ପରିସମାପ୍ତ ହୋଇଛି । ରଥଯାତ୍ରା ସରିବା ପରେ ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଥିଲା । ତେବେ ପ୍ରତିପଦାଠାରୁ ଆରମ୍ଭ ହୋଇଥିଲା ଏହି ରଥଯାତ୍ରା । ଅନ୍ୟପଟେ ଶାରଦୀୟ ଦୁର୍ଗୋତ୍ସବ ଉପଲକ୍ଷେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିରରେ ସ୍ବତନ୍ତ୍ର ରିତିନୀତିରେ ମାଙ୍କର ଷୋଡଶ ଉପଚାର ପୂଜା କରଯାଉଛି ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇଛି । ସ୍ବତନ୍ତ୍ର ପରମ୍ପରା ଅନୁଯାୟୀ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଏହି ନବଦିନାତ୍ମକ ରଥଯାତ୍ରା ଗତକାଲି(ରବିବାର) ବିଳମ୍ବିତ ରାତିରେ ପରିସମାପ୍ତ ହୋଇଛି । ରଥଯାତ୍ରା ସମାପ୍ତ ପରେ ରାତ୍ରିରେ ରଥ ଉପରେ ଯଥା ରୀତିନୀତି ପୂଜାର୍ଚ୍ଚନା ହେବାପରେ ଲାଖବିନ୍ଧା ପର୍ବ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ..Durga Puja 2023: ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା, ଚଳଚଞ୍ଚଳ ମନ୍ଦିର ପରିସର

ମନ୍ଦିରର ଏକ ବୈଶିଷ୍ଟ୍ୟତା ହେଉଛି ନବଦିନାତ୍ମକ ରଥଯାତ୍ରା ଓ ରଥ ପରମ୍ପରା । ଯାହାକି ସାଧାରଣତଃ ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳେନା । ରୀତିନୀତି ଅନୁଯାୟୀ, ମାଆଙ୍କ ଚଳନ୍ତି ପ୍ରତିମା ବିଜୟ ରଥରେ ରଥାରୁଢ଼ ହୋଇ ପ୍ରତିଦିନ ଅପରାହ୍ନରେ ବେଢ଼ା ପରିକ୍ରମା କରିଥାନ୍ତି । ଶୁଭ ସୁନିଆଁଠାରୁ ହିଁ ଆରମ୍ଭ ହୋଇଥାଏ ଏହି ରଥର ନିର୍ମାଣ କାର୍ଯ୍ୟ । ରଥରେ ବିଦ୍ୟମାନ ଅଛନ୍ତି ସମସ୍ତ ପାର୍ଶ୍ବଦେବତା, ହାତିଘୋଡ଼ା ଓ ନବଗ୍ରହ । ଅତି ସୁନ୍ଦର ଏବଂ ନିଖୁଣ କାରୁକାର୍ଯ୍ୟରେ ରଥ ନିର୍ମାଣ କରାଯାଇଥାଏ ।

ମାଆ ବିରଜା ହେଉଛନ୍ତି ଦ୍ବିଭୂଜା । ପତିତଙ୍କୁ ଉଦ୍ଧାର କରିବା ସହ ସଂସାରରୁ କଳିକଳୂଷ ନାଶ କରିବା ପାଇଁ ମାଆଙ୍କ ଚଳନ୍ତି ପ୍ରତିମା ରଥାରୁଢା ହୋଇ ବେଢ଼ା ପରିକ୍ରମା କରନ୍ତି ବୋଲି ଶାସ୍ତ୍ରୀୟ ମତ ରହିଛି । ମାଆଙ୍କର ଏହି ରଥଯାତ୍ରା ଓ ସ୍ବତନ୍ତ୍ର ପୂଜାର୍ଚ୍ଚନାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା । ରଥଯାତ୍ରା ସମାପ୍ତ ପରେ ରାତ୍ରିରେ ରଥ ଉପରେ ଯଥା ରୀତିନୀତି ପୂଜାର୍ଚ୍ଚନା ହେବା ପରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରେ ମାଆଙ୍କ ବିଜେପ୍ରତିମାକୁ ଲାଖବିନ୍ଧା ପଡ଼ିଆକୁ ନିଆଯାଇଥିଲା । ସେଠାରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ଵାବଧାନରେ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେବା ପରେ ପରମ୍ପରା ଅନୁସାରେ ସମାଜରୁ ପାପ ନାଶ କରିବା ଉଦ୍ଦେଶ୍ୟରେ ଚତୁର୍ଦ୍ଦିଗକୁ ସର କ୍ଷେପଣ କରାଯାଇଥିଲା । ପରେ ନଅରପଦା ଦେଇ ମା'ଙ୍କ ବିଜେପ୍ରତିମାକୁ ଶୋଭାଯାତ୍ରାରେ ଅଣାଯାଇ ମନ୍ଦିର ପ୍ରବେଶ କରାଯାଇଥିଲା । ଏଭଳି ନିଆରା ପରମ୍ପରା ଅନ୍ୟ କୌଣସି ଦେବୀ ପୀଠରେ ଦେଖିବାକୁ ମିଳି ନଥାଏ । ମାଆଙ୍କ ଲାଖବିନ୍ଧା ପର୍ଵକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ..ନବରାତ୍ର ପାଇଁ ଚଳଚଞ୍ଚଳ ବିରଜା ପୀଠ, ଆଜିଠୁ ରଥରେ ବିଜେ କରି ନଗର ପରିକ୍ରମା କରିବେ ମା’

ମାଆ ବିରଜାଙ୍କ ରଥଯାତ୍ରା ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ଦେଖିବାକୁ ମିଳିଥାଏ । ରଥଯାତ୍ରା ସମୟରେ ମା ବିରଜାଙ୍କ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିଥାଏ ଲୋକବିଶ୍ବାସ ରହିଛି l ଅନ୍ୟପଟେ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ରଥ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଅନ୍ୟପଟେ ଶାରଦୀୟ ଦୁର୍ଗାତ୍ସୋବ ଉପଲକ୍ଷେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିରରେ ସ୍ବତନ୍ତ୍ର ରିତିନୀତିରେ କରାଯାଉଛି ମା'ଙ୍କର ଷୋଡ଼ଶ ଉପଚାର ପୂଜା । ଆଜି ବିରଜାଙ୍କ ପୀଠରେ ଦଶମୀ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି ।

ଇଟିଭି ଭାରତ, ଯାଜପୁର

Last Updated :Oct 23, 2023, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.