ନବରାତ୍ର ପାଇଁ ଚଳଚଞ୍ଚଳ ବିରଜା ପୀଠ, ଆଜିଠୁ ରଥରେ ବିଜେ କରି ନଗର ପରିକ୍ରମା କରିବେ ମା’

By ETV Bharat Odisha Team

Published : Oct 15, 2023, 5:27 PM IST

thumbnail

ଯାଜପୁର: ଆରମ୍ଭ ହୋଇଯାଇଛି ନବରାତ୍ର । ମା’ଙ୍କ ଧାରା ଅଗମନକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠ । ମା’ଙ୍କ ଏହି ନବରାତ୍ରର ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଆଜି ଠାରୁ ମାଙ୍କ ନବ ଦିନାତ୍ମକ ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି । ଆଜି ଅପରାହ୍ନରେ ରଥ ପ୍ରତିଷ୍ଠା ହେବା ପରେ ମା’ଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳେ ନାହିଁ । ସେହିପରି ମା’ଙ୍କ ଷୋଡଶ ଉପଚାରରେ ପୂଜା ଜାରି ରହିଥିବା ବେଳେ ଏହି ନବରାତ୍ର ଅବସରରେ ମାଙ୍କ ଗର୍ଭଗୃହକୁ ଯାଇ ଶ୍ରଦ୍ଧାଳୁଙ୍କୁ ପାଦ ଦର୍ଶନ ଓ ମୁଖ ଦର୍ଶନର ସୁଯୋଗ ମିଳିଥାଏ । ସେପଟେ ଦୈନିକ ଶାସନ ବ୍ରାହ୍ମଣମାନେ ପବିତ୍ର ବୈତରଣୀରୁ ଜଳ ଆଣି ମା‘ଙ୍କୁ ସ୍ନାନ କରିଥାନ୍ତି । ମା‘ଙ୍କ ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି ଏବଂ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.