ETV Bharat / state

ଗଞ୍ଜାମ ଆରଟିଓ ଅଫିସରୁ ୪ ଦଲାଲ ଗିରଫ

author img

By ETV Bharat Odisha Team

Published : Nov 15, 2023, 11:47 AM IST

ଆର୍‌ଟିଓ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ
ଆର୍‌ଟିଓ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ

ଆର୍‌ଟିଓ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରୟାସ । ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ପରିସରରୁ 4 ଜଣ ଦଲାଲ ଗିରଫ l ଅଧିକ ପଢନ୍ତୁ

ଆର୍‌ଟିଓ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ

ବ୍ରହ୍ମପୁର: ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ (RTO) କାର୍ଯ୍ୟାଳୟରେ ପୋଲିସର ଚଢାଉ । ଚଢ଼ାଉ ବେଳେ 4 ଜଣ ଦଲାଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ପାଲିଆ ଛତ୍ରପୁରର ଜଗନ୍ନାଥ ସାହୁ, କୁମାରବେଗପଲ୍ଲୀ ଗାଁର ରବୀନ୍ଦ୍ର କୁମାର ଗୌଡ, ବ୍ରହ୍ମପୁର ଅଞ୍ଚଳର ପି.ଚନ୍ଦ୍ର ଶେଖର ଏବଂ ଛତ୍ରପୁର ଜାତୀୟ ରାଜପଥରେ ରହିଆସୁଥିବା ଏମ. ଡି ଆହ୍ଲାଉଧିନ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରଟିଓ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରୟାସ କରାଯାଉଛି । ଏଥିପାଇଁ ବିଭିନ୍ନ ସମୟରେ ଆରଟିଓରେ ଅତର୍କିତ ଚଢାଉ ହେଉଛି । ଏହି କ୍ରମରେ ଛତ୍ରପୁର ଆରଟିଓ କାର୍ଯ୍ୟାଳୟରେ ଚଢାଉ କରାଯାଇ ସେଠାରୁ 4 ଦଲାଲଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଆଦର୍ଶ ଥାନା ପୋଲିସ l ଏନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛତ୍ରପୁର SDPO ଗୌରହରି ସାହୁ ।

ତେବେ ଗତ କିଛି ଦିନ ଧରି ଛତ୍ରପୁର ଆରଟିଓ ଅଫିସରେ ଦଲାଲଙ୍କ ପାର୍ଦୁଭାବ ବଢ଼ି ଚାଲିଥିଲା l ଜନସାଧାରଣ ସରକାରୀ କାର୍ଯ୍ୟାଳୟକୁ ଆସି ସେମାନଙ୍କ କବଜାରେ ପଡି ଲୁଟର ଶିକାର ହେଉଥିଲେ । ଏଥିସହ ସରକାରୀ ନିର୍ଦ୍ଧାରିତ ଅର୍ଥ ଠାରୁ ସେମାନେ ଅତ୍ୟଧିକ ଅର୍ଥ ହଡପ କରୁଥିବା ଖୋଦ୍ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ - ଅନ୍ୟଜମିକୁ ନିଜ ନାଁରେ ଦର୍ଶାଇ ଠକିଥିଲେ ଲକ୍ଷାଧିକ ଟଙ୍କା, 2 ଜମି ଦଲାଲ ଗିରଫ

ଏହି ଅଭିଯୋଗ ଆଧାରରେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗଞ୍ଜାମ ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଆଦର୍ଶ ଥାନାଧିକାରୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଆରଟିଓ ଅଫିସରେ ଚଢାଉ କରାଯାଇଥିଲା । ଏହି ସମୟରେ ୪ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ l ତେବେ ଗିରଫ ଦଲାଲଙ୍କ ନିକଟରୁ ୧୨ ଗୋଟି ଡିଏଲ , ସାତୋଟି ଆର୍ ସି , ୮ଟି ଏଲଏଲ , ଗାଡ଼ି ସଂକ୍ରାନ୍ତୀୟ ଆର୍ଥିକ ନେଣଦେଣ କାରବାର ୨ଟି ନଥିପତ୍ର ସହ ମୋବାଇଲ ୪ ଗୋଟି ଓ ବାଇକ୍ ୪ ଗୋଟି ଜବତ କରାଯାଇଛି । ଏଥିସହ ଗିରଫ ଚାରି ଜଣଙ୍କ ବିରୋଧରେ ଛତ୍ରପୁର ଥାନାରେ ୭୬୪/୨୦୨୩ ମାମଲା ରୁଜୁ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି l

ଏହା ମଧ୍ୟ ପଢନ୍ତୁ- ପୁରୀରେ ସକ୍ରିୟ ଦଲାଲ, ସରକାରୀ ହବିଷ୍ୟାଳୀ ଶିବିରରେ ରଖାଇ ଦେବାକୁ କହି ଲୁଟ ଉଦ୍ୟମ

ଇଟିଭି ଭାରତ , ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.