ETV Bharat / state

Road Mishap: ଶୋଇଥିବା ବେଳେ ଚଢିଗଲା ଟ୍ରକ, ଚାଲିଗଲା ମାଆ-ପୁଅଙ୍କ ଜୀବନ

author img

By ETV Bharat Odisha Team

Published : Oct 10, 2023, 10:44 AM IST

Updated : Oct 10, 2023, 12:56 PM IST

ଯାତ୍ରା ପଡିଆରେ ଶୋଇଥିବା ବେଳେ ମାଆ ପୁଅଙ୍କ ଉପରେ ଚଢିଗଲା ଟ୍ରକ । ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରା ପଡିଆରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଗକୁ ପଢନ୍ତୁ

ଶୋଇଥିବା ବେଳେ ଚଢିଗଲା ଟ୍ରକ, ଚାଲିଗଲା ମା ଓ 7 ବର୍ଷିୟ ପୁଅ ଜୀବନ
ଶୋଇଥିବା ବେଳେ ଚଢିଗଲା ଟ୍ରକ, ଚାଲିଗଲା ମା ଓ 7 ବର୍ଷିୟ ପୁଅ ଜୀବନ

Road Mishap: ଶୋଇଥିବା ବେଳେ ଚଢିଗଲା ଟ୍ରକ, ଚାଲିଗଲା ମାଆ-ପୁଅଙ୍କ ଜୀବନ

ଢେଙ୍କାନାଳ: ଯାତ୍ରା ପଡିଆରେ ଶୋଇଥିବା ବେଳେ ମାଆ ପୁଅଙ୍କ ଉପରେ ଚଢିଗଲା ଟ୍ରକ । ଦୁର୍ଘଟଣାରେ ଉଭୟ ମାଆ ଓ ୭ ବର୍ଷୀୟ ନାବାଳକ ପୁଅର ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରା ପଡିଆରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ରୁନୁ ପ୍ରଧାନ ଓ ତାଙ୍କର ପୁଅ ଲିପୁ ପ୍ରଧାନ । ତେବେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇ ଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ..Bahanaga train tragedy: ଅଚିହ୍ନା 28 ମୃତଦେହର ହେବ ସଂସ୍କାର, SOP ଜାରି କଲା BMC

ଢେଙ୍କାନାଳ ଜିଲ୍ଲାର ମହାବିରୋଡ଼ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରା ପଡିଆରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମାଆ କୋଳରେ ଶୋଇଥିବା ବେଳେ ଟ୍ରକ ଚଢିଯିବାରୁ 7 ବର୍ଷିୟ ପୁଅ ସହ ମାଆର ମୃତ୍ୟୁ ଘଟିଛି । ଗତକାଲି ଯାତ୍ରା ପଡିଆରେ ବିଳମ୍ବିତ ରାତିରେ ରୁନୁ ପ୍ରଧାନ, ତାଙ୍କ ମାଆ ଚିତ୍ର ପ୍ରଧାନ, ୨ଟି ଛୁଆ ଓ କିଛି ଦୂରରେ ସ୍ବାମୀ ତ୍ରିନାଥ ପ୍ରଧାନ ଶୋଇଥିଲେ । ମାତ୍ର ଏହି ପଡିଆରେ ଏକ ଟ୍ରକ ପଛେଇ ଆସି ଅସାବଧାନତା ବଶତଃ ଶୋଇଥିବା ମାଆ ଓ ପୁଅଙ୍କ ଉପରେ ଚଢିଯାଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ପରଜଙ୍ଗ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ମାଆର ମୃତ୍ୟୁ ଘଟିଥିଲା । ନାବାଳକ ପୁଅକୁ ପରଜଙ୍ଗ ହସ୍ପିଟାଲରୁ କାମାକ୍ଷାନଗର ହସ୍ପିଟାଲରକୁ ସ୍ଥାନାନ୍ତର କରାଯାଉଥିବା ବେଳେ କାମାକ୍ଷାନଗରଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ..ଟ୍ରକ ଚାପାରେ ଲିଭିଗଲା କୁନି ପୁଅର ଜୀବନ ଦୀପ, ପୋଲିସକୁ ପିଟିଲେ ଉତ୍ତ୍ୟକ୍ତ ଲୋକେ

ଏହାମଧ୍ୟ ପଢନ୍ତୁ..ଦୁର୍ଘଟଣା ପରେ ଗାଡି ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ, ସମାଧାନ କରିବାକୁ ଯାଇ ମହିଳା ASIଙ୍କ ଜୀବନ ଗଲା

ଏହି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିବା ମୃତକଙ୍କ ଘର କାମାକ୍ଷାନଗର ଥାନା ବେଲବସନ୍ତ ଗ୍ରାମରେ ବୋଲି ଜଣାପଡିଛି । ଏମାନେ ମହ୍ଲାର ସମ୍ପ୍ରଦାୟର ହୋଇଥିବାରୁ ବିଭିନ୍ନ ଗ୍ରାମକୁ ଯାଇ ମହୁ ସଂଗ୍ରହ କରି କିମ୍ବା ଘର ଘର ବୁଲି ମାଗି କରି ଚଳିଥାନ୍ତି । ଦୁର୍ଘଟଣା ଘଟିବା ଦିନ ରାତିରେ ସେମାନେ ଗ୍ରାମରୁ ମାଗି ସାରିବା ପରେ ରାତ୍ରିଯାପନ ପାଇଁ କୁଟୁରିଆ ଯାତ୍ରା ପଡିଆଠାରେ ଶୋଇଥିଲେ । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Oct 10, 2023, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.