ETV Bharat / state

ଦୁର୍ଘଟଣା ପରେ ଗାଡି ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ, ସମାଧାନ କରିବାକୁ ଯାଇ ମହିଳା ASIଙ୍କ ଜୀବନ ଗଲା

author img

By ETV Bharat Odisha Team

Published : Oct 2, 2023, 8:05 AM IST

Updated : Oct 2, 2023, 1:58 PM IST

ବସ କାର ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳର ସମାଧାନ କରିବାକୁ ଯାଇ କାର୍ଯ୍ୟରତ ମହିଳା ASIଙ୍କ ପ୍ରାଣ ହାନୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ । ବସ ଉପରେ ଆକ୍ରମଣ ରୋକିବାକୁ ଯାଇ ନିଜେ ଆକ୍ରମଣର ହୋଇଥିଲେ ଶିକାର ।

ଆକ୍ରମଣର ଶିକାର ହୋଇ ଜୀବନ ହାରିଲେ ମହିଳା ଏଏସଆଇ
ଆକ୍ରମଣର ଶିକାର ହୋଇ ଜୀବନ ହାରିଲେ ମହିଳା ଏଏସଆଇ

ଦୁର୍ଘଟଣା ପରେ ଗାଡି ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ

ରାଉରକେଲା: ବସ କାର ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳର ସମାଧାନ କରିବାକୁ ଯାଇ କାର୍ଯ୍ୟରତ ମହିଳା ଏଏସଆଇଙ୍କ ଜୀବନ ଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ । ତେବେ ବସ ଉପରେ ଆକ୍ରମଣ ହେଉଥିବା ବେଳେ ଏହାକୁ ରୋକିବାକୁ ଯାଇ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ ଏଏସଆଇ ଜଣକ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିବା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ରବିବାର ଅପରାହ୍ନ ପାଖାପାଖି 3ଟା ବେଳେ ଏକ କାର ଓ ବସ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଯାହାକୁ ନେଇ 2 ଗାଡି ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ଦେଖାଯାଇଥିଲା । ଏନେଇ ଉଦିତନଗର ଥାନାରେ କାର୍ଯ୍ୟରତ ମହିଳା ଏଏସଆଇ ଇଲିସ ଲୁଗୁନ ଖବର ପାଇବା ପରେ ଏହି ବିବାଦର ସମାଧାନ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ସେହି ସମୟରେ ତାଙ୍କ ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିବା ସୂଚନା ରହିଛି । ସେଠାରେ ଗୁରୁତର ଭାବେ ଆହତ ହେବା ପରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ରବିବାର ଅପରାହ୍ନ 3ଟା ସୁଦ୍ଧା ରାଜା ଗୋଲ୍ଡ଼ ନାମକ ଏକ ଘରୋଇ ବସ ରାଜଗାଙ୍ଗପୁରରୁ ରାଉରକେଲା ଅଭିମୁଖେ ଆସୁଥିଲା । ଏହି ସମୟରେ ରାଉରକେଲା ଅଗ୍ରସେନ ଭବନ ନିକଟରେ ଗଳି ଭିତରୁ ଏକ କାର ବାହାରି ଆସି ଓଭରଟେକ କରିବାକୁ ଚେଷ୍ଟା କରୁଥିବା ବେଳେ ବସ ଓ କାର ମଧ୍ୟରେ ଧକ୍କା ହୋଇଥିଲା । ତେବେ କାରଟି ଜଣେ ନାବାଳକ ଚଳାଉଥିବା ନେଇ ପ୍ରାଥମିକ ସୂଚନା ରହିଛି । ସେଠାରେ ଦୁର୍ଘଟଣା ହେବା ପରେ କାରରେ ବସିଥିବା ନାବାଳକର ବାପା ଓ ବସ୍‌ ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ବସ୍‌ ମାଲିକ କ୍ଷତିପୂରଣ ଦେବାକୁ ମଧ୍ୟ ରାଜି ହୋଇଯାଇଥିଲେ ।

ଏହାମଧ୍ୟ ପଢନ୍ତୁ.. Nuapada Accident: ଭାରସାମ୍ୟ ହରାଇ ପାଣି ଟାଙ୍କିକୁ ଧକ୍କା ଦେଲା ବାଇକ୍, 3 ମୃତ

କିନ୍ତୁ କାରରେ ବସିଥିବା ନାବାଳକ ଡ୍ରାଇଭରର ବାପାଙ୍କ ରାଗ ଶାନ୍ତ ହୋଇନଥିଲା । ସେ କିଛି ଦୁର୍ବୃତ୍ତଙ୍କୁ ଉଦିତନଗର ମୁନିସିପାଲଟି ଛକ ନିକଟରେ ଛିଡ଼ା କରିଥିଲେ । ବସ ସେଠାକୁ ପହଞ୍ଚିବା ମାତ୍ରେ ବସକୁ ଅଟକାଇ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ ଏବଂ ବସ୍‌ରେ ପାସେଞ୍ଜର ଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ବସ ମାଲିକ ମହମ୍ମଦ ଜାଫିର ଏବଂ ବସ ମାଲିକଙ୍କ ପୁଅ ମହମ୍ମଦ ନଜିର ସହ ଡ୍ରାଇଭର ଏବଂ ହେଲ୍ପରଙ୍କୁ ମାଡ଼ ମାରି ଗୁରୁତର କରିଦେଇଥିଲେ ଦୁର୍ବୃତ୍ତ । 4 ଜଣଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ, ମାନବିକତା ଦେଖାଇଲେ କନେଷ୍ଟବଳ

ଅନ୍ୟପଟେ ବସ କାର ମଧ୍ୟରେ ଗଣ୍ଡଗୋଳ ଖବର ପାଇ ଉଦିତନଗର ଥାନାରେ କାର୍ଯ୍ୟରତ ମହିଳା ଏଏସଆଇ ଇଲିସ ଲୁଗୁନ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ସେହି ସମୟରେ ବସ୍‌କୁ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ତାଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଏଏସଆଇଙ୍କ ପରିବାର ଲୋକେ ଅଭିଯୋଗ କରିବା ସହ ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Oct 2, 2023, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.