ETV Bharat / state

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ, ମାନବିକତା ଦେଖାଇଲେ କନେଷ୍ଟବଳ

author img

By ETV Bharat Odisha Team

Published : Sep 30, 2023, 1:14 PM IST

Updated : Sep 30, 2023, 1:29 PM IST

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ

ଅଜଣା ଗାଡି ଧକ୍କାରେ 2 ବାଇକ ଆରୋହୀଙ୍କ ମୃତ୍ୟୁ । ୫୩ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମାନବିକତା ଦେଖାଇ ଚର୍ଚ୍ଚାରେ କନେଷ୍ଟବଳ ।

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ

କେନ୍ଦ୍ରାପଡା: ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ 2 ବାଇକ ଆରୋହୀଙ୍କ ମୃତ୍ୟୁ । ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟ ୫୩ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ମାନବିକତା ଦେଖାଇ ଚର୍ଚ୍ଚାରେ କନେଷ୍ଟବଳ ।

କେନ୍ଦ୍ରାପଡା ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ(RTO ଅଫିସ) ନିକଟ ୫୩ନଂ ଜାତୀୟ ରାଜପଥରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ରାତି ପ୍ରାୟ ସାଢେ 11ଟା ସମୟରେ କୌଣସି ଅଜଣା ଗାଡି ଧକ୍କା ଦେବା ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତ ବାଇକ ଆରୋହୀ ସଦର ଥାନା ଅନ୍ତର୍ଗତ କଷୋଟୀ ଗ୍ରାମର ଭଞ୍ଜ କିଶୋର ମଲ୍ଲିକ ଓ ମନୋଜ ସିଂହ ବୋଲି ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ: ଶିକ୍ଷକ ମୃତ, ୪୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜ କିଶୋର ମଲ୍ଲିକ ଲକ୍ଷ୍ମୀନାରାୟଣପୁର ସ୍ଥିତ ନିଜ ଝିଅ ଶାଶୁ ଘରକୁ ଯାଇ ବାଇକ ଯୋଗେ ଘରକୁ ଫେରୁଥିଲେ । ତାଙ୍କ ସହିତ ନିଜ ଗାଁର ମନୋଜ ମନୋଜ ସିଂହ ମଧ୍ୟ ଉକ୍ତ ବାଇକରେ ଥିଲେ । ଘରେ ପହଁଞ୍ଚିବା ପାଇଁ ଆଉ ମାତ୍ର କିଛି ବାଟ ଥିବା ବେଳେ ଆରଟିଓ କାର୍ଯ୍ୟାଳୟ ନିକଟରେ ଜାତୀୟ ରାଜପଥରେ କୌଣସି ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏହାମଧ୍ୟ ପଢନ୍ତୁ..ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା 3 ଜୀବନ

ଅନ୍ୟପଟେ ଘଟଣାସ୍ଥଳରେ ଉଭୟଙ୍କ କ୍ଷତବିକ୍ଷତ ଶରୀର ପଡିଥିବା ଦେଖି ଲୋକେ ସଦର ଥାନା ପୋଲିସକୁ ଖବର ଦେଇଥିଲେ । ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ କେହି କ୍ଷତବିକ୍ଷତ ମୃତଦେହକୁ ନ ଉଠାଇବା ଓ ଜନ ଅସନ୍ତୋଷ ବଢ଼ୁଥିଲା ବେଳେ ପୋଲିସ ଏକ ପ୍ରକାର ଅସହାୟ ହୋଇପଡ଼ିଥିଲା । ତେବେ ସଦର ଥାନାରେ କାର୍ଯ୍ୟରତ କନେଷ୍ଟବଳ କଳ୍ପତରୁ ଜେନା କ୍ଷତବିକ୍ଷତ ଦୁଇ ମୃତଦେହକୁ ଉଠାଇ ଆମ୍ବୁଲାନ୍ସରେ ରଖିଥିଲେ ଓ ମାଂସ ପିଣ୍ଡୁଳା ଗୁଡିକୁ ରାସ୍ତାରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ତାଙ୍କ ମାନବିକତା ଓ ସାହସିକତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି ।


ଇଟିଭି ଭାରତ,କେନ୍ଦ୍ରାପଡା

Last Updated :Sep 30, 2023, 1:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.