ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା 3 ଜୀବନ

By ETV Bharat Odisha Team

Published : Sep 29, 2023, 9:50 PM IST

thumbnail

କେନ୍ଦୁଝର:  ଦିନକୁ ଦିନ ବଢ଼ୁଛି ଦୁର୍ଘଟଣାର ହାର। ପୁଣି ଲିଭିଗଲା 3 ଜୀବନ ଦୀପ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନାର 53ନମ୍ବର ରାଜ୍ୟ ରାଜପଥ ପଦ୍ମପୁର ଗେଟ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ 3 ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି ମୟୁରଭଞ୍ଜ ବାତପଲାସାର  ଅର୍ଜୁନ ବେହେରା। 
 

ତେବେ ଦୁଇଟି ମୋଟର ସାଇକେଲରେ ଚାରି ଜଣ ଠାକୁରମୁଣ୍ଡା ଆଡକୁ ଯାଉଥିଲା ବେଳେ ବିପରୀତ ଦିଗରୁ ଦ୍ରୁତ ବେଗରେ  ଆସୁଥିବା ଏକ ଭ୍ୟାନ ଉଭୟ ବାଇକକୁ ଧକ୍କା ଦେଇ ଚଢି ଯାଇଥିଲା । ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛି । ସେପଟେ ଗୁରୁତର ଓ ମୃତକଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୂର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି। ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। 

ଏହା ମଧ୍ୟ ପଢ଼ନ୍ତୁ...ଟେମ୍ପୋକୁ ଧକ୍କା ଦେଲା ବସ: 5 ମୃତ, ଏକାଧିକ ଆହ

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.