ETV Bharat / state

ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ: ଶିକ୍ଷକ ମୃତ, ୪୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

author img

By ETV Bharat Odisha Team

Published : Sep 27, 2023, 6:37 PM IST

Updated : Sep 27, 2023, 8:05 PM IST

ଚନ୍ଦାହାଣ୍ଡି ଘାଟିରେ ବସ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇ ଥିବାବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ଘାଟିରେ ଓଲଟିଲା ସ୍କୁଲ ବସ, ଜଣେ ଶିକ୍ଷକଙ୍କ ମୃତ, ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଆହତ
ଘାଟିରେ ଓଲଟିଲା ସ୍କୁଲ ବସ, ଜଣେ ଶିକ୍ଷକଙ୍କ ମୃତ, ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଆହତ

ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ

ନବରଙ୍ଗପୁର: ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ ବସ୍ । ବସଟି ଉମରକୋଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚନ୍ଦାହାଣ୍ଡିରେ ଚାଲିଥିବା ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଛି । ଫଳରେ ୪୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇ ଥିବାବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଶିକ୍ଷକ ଜଣକ ହେଲେ ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର କ୍ରୀଡା ଶିକ୍ଷକଙ୍କ ଶିକ୍ଷକ ପ୍ରଭାସ ଜେନା । ଏହି ବସରେ ଉମରକୋଟ ବ୍ଲକର ବଡ଼ଭରଣ୍ଡି, ଭାମିନି ଓ ନୟକଗୁଡ଼ା ବିଦ୍ୟାଳୟର ଛାତ୍ରଛତ୍ରୀ ଥିଲେ ।

ଚନ୍ଦାହାଣ୍ଡି ବ୍ଲକର ବଭିର୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିବା ସମୟରେ ବସଟି ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା । ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ୪୦ରୁ ଊର୍ଦ୍ଧ୍ବ ଆହତଙ୍କ ମଧ୍ୟରେ ୫ ଜଣ ଗୁରୁତର ଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ମୋ ବସ୍ ଓ କାର ମୁହାଁମୁହିଁ ଧକ୍କା, ଜଣେ ମୃତ 15 ଆହତ

ସୂଚନାଯୋଗ୍ୟ ଦୁର୍ଘଟଣାଗ୍ରସ୍ତ ବସଟି ଏକ ଘରୋଇ ବସ୍ ଥିଲା । ଏହାର କ୍ଷମତା ୩୫ ରହିଥିବା ବେଳେ ଏଥିରେ ମୋଟ ୫୮ ଜଣ ଛାତ୍ରଛାତ୍ରୀ ସହିତ ୫ ଜଣ କ୍ରୀଡା ଶିକ୍ଷକ ରହିଥିଲେ । ଘାଟି ରାସ୍ତାରେ ବସଟିର ଗତି ଅଧିକ ରହିଥିବାବେଳେ ବସଟିର ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ବସଟି ଦୁର୍ଘଟଣାର ଶିକାର ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଥିରେ କୌଣସି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟି ନଥିବା ବେଳେ ଜଣେ କ୍ରୀଡା ଶିକ୍ଷକଙ୍କ ପ୍ରାଣ ହରାଇଛନ୍ତି । ଝରିଗାଁ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରକୁ ନବରଙ୍ଗପୁର ସାଂସଦ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କ ଅବସ୍ଥା ବୁଝିଛନ୍ତି । ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ପୂର୍ବରୁ ଗତ ଜୁଲାଇ ୧୧ ତାରିଖରେ ମୟୂରଭଞ୍ଜର କରଞ୍ଜିଆ-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟିରେ ୩୦ ଫୁଟ ତଳକୁ ଖସି ପଡ଼ିଥିଲା ଏକ ବସ । ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଇଥିଲା ଚାଉଳ ବୋଝେଇ ଟ୍ରକ । ଫଳରେ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ଦୁର୍ଘଟଣା ଘଟିଥିଲା । ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା ।

ଇଟିଭି ଭାରତ,ନବରଙ୍ଗପୁର

Last Updated :Sep 27, 2023, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.