ETV Bharat / state

କଲେଜ ଫି ବୃଦ୍ଧି ନେଇ ଛାତ୍ର ଅସନ୍ତୋଷ; ତଦନ୍ତ ଆରମ୍ଭ

author img

By ETV Bharat Odisha Team

Published : Oct 8, 2023, 11:32 AM IST

Updated : Oct 8, 2023, 2:17 PM IST

କଲେଜ ଫି ବୃଦ୍ଧି ନେଇ ଛାତ୍ର ଅସନ୍ତୋଷ
କଲେଜ ଫି ବୃଦ୍ଧି ନେଇ ଛାତ୍ର ଅସନ୍ତୋଷ

ଫି ବୃଦ୍ଧିକୁ ନେଇ ବୌଦ୍ଧ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଅଧିକ ପଢନ୍ତୁ

କଲେଜ ଫି ବୃଦ୍ଧି ନେଇ ଛାତ୍ର ଅସନ୍ତୋଷ

ବୌଦ୍ଧ: କଲେଜ ଫି' ବୃଦ୍ଧିକୁ ନେଇ ଛାତ୍ର ଅଶାନ୍ତି । ଛାତ୍ରଛାତ୍ରୀ ରାଜରାସ୍ତା ଅବରୋଧ କରିବା ପରେ ତଦନ୍ତ ଆରମ୍ଭ କଲେ ଉପଜିଲ୍ଲାପାଳ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣା କଟକ ଠାରେ ଥିବା ଭୈରବୀ ଡିଗ୍ରୀ କଲେଜରେ ଏଭଳି ଛାତ୍ର ଅସନ୍ତୋଷ ପ୍ରକାଶ ପାଇଛି । ରି' ଆଡ଼ମିଶନ ବାବଦକୁ ୭୦ ଟଙ୍କା ବଦଳରେ ୫୦୦ ଟଙ୍କା ଆଦାୟ କରାଯାଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆସିବା ପରେ ବୌଦ୍ଧ ଉପଜିଲ୍ଲାପାଳ କଲେଜ ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ଶୋଷଣ କରାଯାଉଥିବା ଅଭିଯୋଗରେ ପ୍ରତିକ୍ରିୟା ରଖିଛନ୍ତି ଭୈରବୀ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ । କଲେଜ ପରିଚାଳନା କମିଟିର ଅନୁମୋଦନ କ୍ରମେ ଫିସ୍ ବୃଦ୍ଧି ହୋଇଥିବା ସେ କହିଛନ୍ତି । ତେବେ କଲେଜରେ ରହିଥିବା ସମସ୍ୟା ତଥା ଟଣାଓଟରା ରାଜନୀତି ଯୋଗୁଁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ: ସମସ୍ୟା ଘେରରେ ସାମ୍ପୋଚ ପଞ୍ଚାୟତ, ସ୍ଥାନୀୟ ବାସିନ୍ଦା ଅସନ୍ତୋଷ

ସୂଚନା ମୁତାବକ, ଗତ କିଛି ଦିନ ତଳେ ଭୈରବୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଠାରୁ ରି' ଆଡ଼ମିଶନ ବାବଦକୁ ୭୦ ଟଙ୍କା ବଦଳରେ ୫୦୦ ଟଙ୍କା ଲେଖାଏଁ ବେଆଇନ ଭାବେ କଲେଜର ଜଣେ କର୍ମଚାରୀଙ୍କ ଦ୍ବାରା ଆଦାୟ କରାଯାଇଥିଲା । ଏହାକୁ ନେଇ ବ୍ୟାପକ ଛାତ୍ର ଅସନ୍ତୋଷ ଦେଖାଦେଇଥିଲା । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ବେଆଇନ ଭାବେ ଅର୍ଥ ଆଦାୟକୁ ବିରୋଧ କରି ପୁରୁଣା କଟକ ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହି ଘଟଣା ପରେ ବୌଦ୍ଧ ଉପଜିଲ୍ଲାପାଳ କଲେଜରେ ଏଭଳି ଆର୍ଥିକ ଅନିୟମିତତାର ତଦନ୍ତ ଆରମ୍ଭ କରିଥିଲେ । ଏହାରିି ଭିତରେ ପୁଣିଥରେ ଛାତ୍ରଛାତ୍ରୀଙ୍କଠାରୁ ବର୍ଦ୍ଧିତ କଲେଜ ଫିସ୍ ଆଦାୟ କରାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ: ମରଣଯନ୍ତା ପାଲଟିଛି ରାସ୍ତା, ମରାମତି ପାଇଁ ଅଞ୍ଚଳବାସୀଙ୍କ ଆନ୍ଦୋଳନ

ଏକଦା ଶିକ୍ଷା ଓ ଫଳାଫଳକୁ ନେଇ ସଫଳତାର ଶୀର୍ଷ ଛୁଇଁଥିବା ଭୈରବୀ ମହାବିଦ୍ୟାଳୟ ଛାତ୍ର ଅଶାନ୍ତି ସହିତ ଆହୁରିମଧ୍ୟ ନାନା ସମସ୍ୟା ଭିତରେ ଛନ୍ଦି ହୋଇ ରହିଛି । ମହାବିଦ୍ୟାଳୟର ଉନ୍ନତି ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ରାଶି ଖର୍ଚ୍ଚ ହେଉଛି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କଲେଜର ସୁରକ୍ଷା ପାଚେରୀ ନିର୍ମାଣ ହୋଇପାରି ନାହିଁ । ଫଳରେ ବର୍ତ୍ତମାନ ଉକ୍ତ ଶିକ୍ଷାନୁଷ୍ଠାନ ପରିସର ମଦ୍ୟପ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated :Oct 8, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.