ETV Bharat / state

ସମସ୍ୟା ଘେରରେ ସାମ୍ପୋଚ ପଞ୍ଚାୟତ, ସ୍ଥାନୀୟ ବାସିନ୍ଦା ଅସନ୍ତୋଷ

author img

By ETV Bharat Odisha Team

Published : Oct 7, 2023, 1:26 PM IST

Updated : Oct 7, 2023, 2:03 PM IST

ସମସ୍ୟା ଘେରରେ ରହିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସାମ୍ପୋଚ ପଞ୍ଚାୟତ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ସମସ୍ୟା ଘେରରେ ସାମ୍ପୋଚ ପଞ୍ଚାୟତ
ସମସ୍ୟା ଘେରରେ ସାମ୍ପୋଚ ପଞ୍ଚାୟତ

ସମସ୍ୟା ଘେରରେ ସାମ୍ପୋଚ ପଞ୍ଚାୟତ

ବୌଦ୍ଧ: ପଞ୍ଚାୟତ କାର୍ଯ୍ୟାଳୟକୁ ନାହିଁ ସବୁଦିନିଆ ରାସ୍ତା । ସମସ୍ୟା ଘେରରେ ରହିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପ୍ରମୁଖ ସାମ୍ପୋଚ ପଞ୍ଚାୟତ । ସବୁଦିନିଆ ରାସ୍ତା ଖଣ୍ଡିଏ ନ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବର୍ଷା ଦିନେ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛନ୍ନ ହେବା ଭଳି ମନେ ହେଉଛି ଏହି ପଞ୍ଚାୟତ । ସମ୍ପୋଚ ପଞ୍ଚାୟତରୁ ଦୁଇ ଦୁଇ ଜଣ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷ ପଦବୀକୁ ଅକ୍ତିଆର କରିଥିଲେ ହେଁ ଅଞ୍ଚଳରେ ମାଳ ମାଳ ମୌଳିକ ସମସ୍ୟା ନେଇ ଅଭିଯୋଗ ଆସିଛି ।

ପଞ୍ଚାୟତ କାର୍ଯ୍ୟାଳୟକୁ ସବୁଦିନିଆ ରାସ୍ତା ଅଭାବରୁ ଲୋକେ ଖୁବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଚାରଣ ଭୂମି ଭଳି ହୋଇଛି ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା । ଯେଉଁଠିକୁ ବର୍ଷର ଅନ୍ୟ ଦିନରେ ଯେମିତି ସେମିତି ଚଳିଯାଏ, କିନ୍ତୁ ବର୍ଷା ଦିନ ଆସିଲେ ଜାତୀୟ ରାଜପଥ କଡ଼ରେ ଥିବା ପଞ୍ଚାୟତ ଏକ ପ୍ରକାର ବିଚ୍ଛିନ୍ନ ହେଲାଭଳି ମନେ ହୁଏ । ଜାତୀୟ ରାଜପଥ କଡ଼ରୁ ନେଇ ମହାନଦୀ ପର୍ଯ୍ୟନ୍ତ ବିସ୍ତୃତ ସାମ୍ପୋଚ ପଞ୍ଚାୟତରୁ ଲଗାତାର ଭାବରେ ଦୁଇ ଦୁଇ ଜଣ ନିର୍ବାଚିତ ହୋଇ ହରଭଙ୍ଗା ବ୍ଲକର ଅଧ୍ୟକ୍ଷ ପଦରେ ଆସିନ ହୋଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଦୀର୍ଘ ୧୫ ବର୍ଷ ହେଲା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ମାଟି ମୁଠାଏ ପଡ଼ିନାହିଁ । ସାମ୍ପୋଚ ରାସ୍ତାଟି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି ।

ଏହା ମଧ୍ୟ ପଢନ୍ତୁ- ବହୁବିଧ ସମସ୍ୟା ଘେରରେ ବାଉଶୁଣୀ, ସମାଧାନ ପାଇଁ ଦାବି

ଏହା ମଧ୍ୟ ପଡନ୍ତୁ-ସମସ୍ୟା ଘେରରେ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ! ମାଳ ମାଳ ଅଭିଯୋଗ, ଖଣ୍ତନ କଲେ କର୍ତ୍ତୃପକ୍ଷ

ସେହିପରି ପଞ୍ଚାୟତ କାର୍ଯ୍ୟାଳୟକୁ ସବୁଦିନିଆ ରାସ୍ତା ଖଣ୍ଡିଏ ନଥିବାରୁ ଗରିବ ହିତାଧିକାରୀମାନେ ରାସନ ଓ ବିଭିନ୍ନ କାର୍ଯ୍ୟ ପାଇଁ ଆସିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ମହାନଦୀ କୂଳରେ ଅବସ୍ଥିତ ସାମ୍ପୋଚଠାରେ ଏକ ବୃହତ ଉଠା ଜଳସେଚନ ପଏଣ୍ଟ ପାଇଁ ପ୍ରସ୍ତାବ ବାତିଲ ହେବା ପରେ ଉକ୍ତ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସେହିପରି ଅଧିକାଂଶ ସମୟରେ ପଞ୍ଚାୟତରେ ରାସନ ଚାଉଳର କୃତ୍ରିମ ଅଭାବ ଦର୍ଶାଇ ଗରିବଙ୍କ ଚାଉଳ ବାଟମାରଣା ହେଉଥିବା ବେଳେ ଅନେକ ଗରିବ ହିତାଧିକାରୀଙ୍କ ମୁଣ୍ଡ ଉପରେ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାର ଛାତ ଖଣ୍ଡିଏ ନାହିଁ । ଯାହାକୁ ନେଇ ସେମାନେ ଜରିପାଲ ଟଣା ଅସ୍ଥାୟୀ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Oct 7, 2023, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.