ETV Bharat / state

ସମସ୍ୟା ଘେରରେ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ! ମାଳ ମାଳ ଅଭିଯୋଗ, ଖଣ୍ତନ କଲେ କର୍ତ୍ତୃପକ୍ଷ

author img

By ETV Bharat Odisha Team

Published : Oct 4, 2023, 7:26 PM IST

http://10.10.50.80:6060///finalout3/odisha-nle/finalout/04-October-2023/19679336_ctc.mp4
http://10.10.50.80:6060///finalout3/odisha-nle/finalout/04-October-2023/19679336_ctc.mp4

ବିପର୍ଯ୍ୟସ୍ତ ସ୍ଥିତିରେ କଟକ କଣ୍ଟାପଡ଼ା ବ୍ଲକ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ରୋଗୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ । ଅଧିକ ପଢନ୍ତୁ

ସମସ୍ୟା ଘେରରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର

ନିଆଳି: ସମସ୍ୟା ଘେରରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ରୋଗୀଙ୍କ ପାଇଁ କିଛି ସୁବିଧା ନଥିବା ବେଳେ ରୋଗୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ । ସକାଳ ସାତଟା ସମୟରୁ ଦିନ ୧୧ ଟା ପର୍ଯ୍ୟନ୍ତ ପାଣି ଯୋଗା ଯାଇନଥିବା ଅଭିଯୋଗ ହୋଇଛି । ଫଳରେ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ନେଇ ରୋଗୀ ଓ ସମ୍ପର୍କୀୟମାନ ଅଭିଯୋଗ କରିଛନ୍ତି । ସେହିପରି ରାଜ୍ୟରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁବାରେ ଲାଗିଛି । କିନ୍ତୁ ଡେଙ୍ଗୁ ପରୀକ୍ଷା ପାଇଁ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୁବିଧା ନଥିବା ଅଞ୍ଚଳବାସୀ ଅଭିଯୋଗ କରି ଅସନ୍ତୋଷ ପ୍ରକଟ କରିଛନ୍ତି । ସେପଟେ ହସ୍ପିଟାଲରେ ସବୁ ଠିକ୍ ଠାକ୍ ଚାଲିଛି ବୋଲି କହିଛନ୍ତି ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ତ୍ତୃପକ୍ଷ ।


ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ୧୬ ଶଯ୍ୟା ବିଶିଷ୍ଟ ସରକାରୀ ଡାକ୍ତରଖାନା । ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଚାରୋଟି ବ୍ଲକର ରୋଗୀମାନେ ନିର୍ଭର କରିଥାନ୍ତି । ବିଶେଷ କରି ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ମୁଖ୍ୟତଃ ଗ୍ରାମାଞ୍ଚଳର ରୋଗୀମାନେ ନିର୍ଭରଶୀଳ । ହେଲେ ଏଠାରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଡାକ୍ତରୀ ଉପକରଣର ଅଭାବଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସବୁ ଯୋଜନା ସତେ ଯେମିତି ଏଠି ଫେଲ ମାରିଛି । ସାଧାରଣରୁ ସାଧାରଣ ରୋଗ ପାଇଁ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡୁଛି । ସରକାରୀ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ରୋଗୀ । ଏବେ ଗ୍ରାମାଞ୍ଚଳରେ ଟାଇଫଟଡେ, ମ୍ୟାଲେରିଆ, ଜ୍ବର, କାଶ, ଥଣ୍ଡା ହେବା ସହ ଡେଙ୍ଗୁ ରୋଗ ବ୍ୟାପୁଛି । ଡେଙ୍ଗୁ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା କରୁନଥିବା କାରଣରୁ ରୋଗୀମାନେ ଏବେ ଅସୁବିଧାର ସମ୍ମୁଖୀନ ହେବା ସହ ଘରୋଇ ପାଥଲ୍ୟାବ ଉପରେ ନିର୍ଭର ହୋଇ ଶୋଷଣର ଶିକାର ହେଉଛନ୍ତି । ତା' ଛଡ଼ା ବାଧ୍ୟ ହୋଇ ରୋଗୀ ମାନେ କଟକ ଭୁବନେଶ୍ୱର ଯିବା ପାଇଁ ବାଧ୍ୟ ହେଉଛନ୍ତି । ଯେହେତୁ ଗ୍ରାମାଞ୍ଚଳରେ ଏବେ ଡେଙ୍ଗୁ ବ୍ୟାପୁଛି ରାଜ୍ୟ ସରକାର ବିଭିନ୍ନ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଡେଙ୍ଗୁ ପରୀକ୍ଷା ପାଇଁ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.