ETV Bharat / state

ବହୁବିଧ ସମସ୍ୟା ଘେରରେ ବାଉଶୁଣୀ, ସମାଧାନ ପାଇଁ ଦାବି

author img

By ETV Bharat Odisha Team

Published : Oct 7, 2023, 10:02 AM IST

erosion continues in mahanadi
erosion continues in mahanadi

ବ୍ୟାପକ ସମସ୍ୟା ଘେରରେ ଜିଲ୍ଲାର ବାଉଶୁଣୀ ଗ୍ରାମ । ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

erosion continues in mahanadi

ବୌଦ୍ଧ: ସତ୍ତା ହରାଇବାକୁ ବସିଛି ବୌଦ୍ଧର ଅନ୍ୟତମ ପ୍ରାଚୀନ ତଥା ବାଣିଜ୍ୟିକ ପେଣ୍ଠସ୍ଥଳ ବାଉଶୁଣୀ ଗ୍ରାମ । ପ୍ରାଶାସନିକ ବୈମାତୃକ ମନୋଭାବ ଯୋଗୁଁ ଏହି ଗ୍ରାମ ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ଧୀରେ ଧୀରେ ବାଉଶୁଣୀ ଗ୍ରାମ ନିଜର ସତ୍ତା ହରାଇବାକୁ ବସିଥିବା ବେଳେ କୂଳ ଲଙ୍ଘୁଥିବା ମହାନଦୀ ଏହି ଅଞ୍ଚଳ ପାଇଁ ଅଭିଶାପ ପାଲଟିଛି । ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ସୂଚନା ଅନୁଯାୟୀ, ଜିଲ୍ଲାର ପ୍ରାଚୀନ ଜନବସତି ତଥା ବାଣିଜ୍ୟିକ ପେଣ୍ଠସ୍ଥଳ ବାଉଶୁଣୀ ଗ୍ରାମ ଉପରେ ପ୍ରାୟ 10 ଖଣ୍ଡ ପଞ୍ଚାୟତର ଅଧିବାସୀ ନିର୍ଭରଶୀଳ । ହେଲେ ଏହି ଜନପଦ ବର୍ତ୍ତମାନ ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ଏହି ବାଉଶୁଣୀ ଗ୍ରାମ ଉପରେ ପ୍ରାୟ ଦଶଟି ପଞ୍ଚାୟତର ଅଧିବାସୀ ଶିକ୍ଷା, ସ୍ବାସ୍ଥ୍ୟ, ଥାନା, ଦମକଳ, ବାଣିଜ୍ୟ ବ୍ୟବସାୟ ପାଇଁ ନିର୍ଭରଶୀଳ । ଦୀର୍ଘ ବର୍ଷ ହେଲା ବାଉଶୁଣୀ ଅଞ୍ଚଳକୁ ଏକ ପୌରାଞ୍ଚଳର ମାନ୍ୟତା ପାଇଁ ଦାବି ହୋଇ ଆସୁଥିବା ବେଳେ ଏଠାରେ ବାଏପାସ ନଥିବାରୁ ପ୍ରତ୍ୟେକ ଦିନ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସଡକ ଦୁର୍ଘଟଣା ଘଟୁଛି । ସେହିପରି ବାଘନଦୀ କୂଳରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ପ୍ରିୟ ଡ଼ାକବଙ୍ଗଳାରେ ବର୍ତ୍ତମାନ ଅସାମାଜିକ ତତ୍ତ୍ବ ରାଜୁତି କରୁଥିବା ବେଳେ ତାହା ଏବେ ଭୂତକୋଠି ପାଲଟିଛି ।

ଏହା ମଧ୍ୟ ପଢନ୍ତୁ- ସମସ୍ୟା ଘେରରେ ଗାଁ: ଗୁହାରି ଶୁଣୁନି ପ୍ରଶାସନ, ଆନ୍ଦୋଳନ ପାଇଁ ସଜବାଜ ଗ୍ରାମବାସୀ

ଏହା ମଧ୍ୟ ପଡନ୍ତୁ- ସମସ୍ୟା ଘେରରେ ଡିହଖଉରୁଣୀ ଗାଁ, ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଏଥିସହ ବାଉଶୁଣୀ ଗ୍ରାମ ମହାନଦୀ କୂଳରେ ରହିଥିବା ବେଳେ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଆଡ଼କୁ ଢଳି ରହିଛି । ଏହାଛଡା ବାଉଶୁଣୀର କେନ୍ଦୁଖୁପୁଲି ଅଞ୍ଚଳ ଏହାର ପ୍ରମୁଖ ସ୍ଥାନ ହୋଇଥିଲେ ମଧ୍ୟ ଏଠାରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ବାଉଶୁଣୀ ଅଞ୍ଚଳରେ ଜବରଦଖଲ ଏକ ମୁଖ୍ୟ ସମସ୍ୟା ଦର୍ଶାଇ କେବଳ ଲୋକ ଦେଖାଣିଆ କିଛି ଗରିବ ଖଟିଖିଆଙ୍କୁ ବାସଚ୍ୟୁତ କରାଗଲା । କିନ୍ତୁ ଉକ୍ତ କାର୍ଯ୍ୟକ୍ରମ ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ିଥିବା ବେଳେ କେବେ ବାଉଶୁଣୀ ଅଞ୍ଚଳର ବିକାଶ ହେବ ସେନେଇ ଉଠିଛି ପ୍ରଶ୍ନବାଚୀ । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.