ETV Bharat / state

ମରଣଯନ୍ତା ପାଲଟିଛି ରାସ୍ତା, ମରାମତି ପାଇଁ ଅଞ୍ଚଳବାସୀଙ୍କ ଆନ୍ଦୋଳନ

author img

By ETV Bharat Odisha Team

Published : Oct 7, 2023, 10:08 PM IST

ପାରାଦ୍ୱୀପ ଅଠର ବାଙ୍କୀଠାରୁ ଦୋ ଛକି ରାସ୍ତା ମରଣଯନ୍ତା ପାଲଟିଛି । ଏହାର ମରାମତି ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଞ୍ଚଳବାସୀ ।

locals protest over road problem
ରାସ୍ତା ପାଇଁ ଆନ୍ଦୋଳନ

ରାସ୍ତା ପାଇଁ ଆନ୍ଦୋଳନ

ପାରାଦ୍ବୀପ: ପାରାଦ୍ୱୀପରେ ରାସ୍ତା ପାଇଁ ଆନ୍ଦୋଳନ କରିଛନ୍ତି ଅଞ୍ଚଳବାସୀ । ପାରାଦ୍ୱୀପ ଅଠର ବାଙ୍କୀଠାରୁ ଦୋ ଛକି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ଯାତାୟତ କରୁଥିବା ଅନେକ ଯାତ୍ରୀଙ୍କ ଜୀବନ ଯାଉଛି । ଏହି ସମସ୍ୟାକୁ ନେଇ ପାରାଦ୍ୱୀପବାସୀ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ରାସ୍ତା ସମସ୍ୟାକୁ ନେଇ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବାରୁ ପ୍ରତ୍ୟେକ ଦିନ ନିରୀହ ଲୋକଙ୍କ ଜୀବନ ଯାଉଛି । ପାରାଦ୍ୱୀପ ଏକ ଶିଳ୍ପ ସମୃଦ୍ଧ ସହର ହୋଇଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ପଣ୍ୟ ବୋଝେଇ ଗାଡି ଏହି ରାସ୍ତା ଦେଇ ପାରାଦ୍ବୀପ ବନ୍ଦରକୁ ଯାତାୟାତ କରିଥାନ୍ତି। ହେଲେ ରାସ୍ତା ଖରାପ ଥିବାରୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ।

ଅଠରବାଙ୍କୀଠାରୁ ଦୋଛକି ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ଅଠରବାଙ୍କୀରୁ ଦୋଛକି ରାସ୍ତାରେ ବଡବଡ ଖାଲଖମା ହୋଇ ପଡିଥିବାରୁ ଦୁର୍ଘଟଣାରେ ଅନେକ ଧନଜୀବନ କ୍ଷୟକ୍ଷତି ହେଉଛି। ଏହି ରାସ୍ତାକୁ ପାରାଦ୍ବୀପ-ଚଣ୍ଡିଖୋଲ ଜାତୀୟ ରାଜପଥ ଓ କଟକ-ପାରାଦ୍ବୀପ ରାଜ୍ୟ ରାଜପଥ ସଂଯୋଗ କରୁଥିବାବେଳେ NHAIର ନିଘା ନଥିବା ଅଭିଯୋଗ ହୋଇଛି । ଏପରିକି ବାରମ୍ବାର ଅଭିଯୋଗ ସତ୍ତ୍ବେ ରାସ୍ତାର ସମସ୍ୟା ଦୂର ହୋଇପାରୁନି। ଯେଁଉଥିପାଇଁ ପାରାଦ୍ବୀପରେ ଟ୍ରାଫିକ ସମସ୍ୟା ଏବେ ସୀମା ଟପିଲାଣୀ । ପ୍ରତିଦିନ ନିରୀହ ଲୋକଙ୍କ ଜୀବନ ଯାଉଛି । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଞ୍ଚଳବାସୀ ।

ଏହା ବି ପଢନ୍ତୁ...ବାଟ ଓଗାଳୁଛି ରେଳପଥ: ଯାତାୟତ ପାଇଁ ଗାଁକୁ ନାହିଁ ରାସ୍ତା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଏହା ବି ପଢନ୍ତୁ...ପୂର୍ତ୍ତ ବିଭାଗର ଅବହେଳାରୁ ରାସ୍ତା ଅବସ୍ଥା ବେହାଲ ! ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ରାସ୍ତାରେ ଅନେକ ଦୁର୍ଘଟଣା ଘଟୁଛି । ଗତ କିଛି ଦିନ ମଧ୍ୟରେ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେବି କିଛି ଲୋକେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ପାରାଦ୍ବୀପରେ କାର୍ଯ୍ୟରତ ସାମ୍ବାଦିକ, ସ୍ୱେଚ୍ଛାସେବୀ ସଂଗଠନ ଓ ବିଭିନ୍ନ ଅନୁଷ୍ଠାନମାନେ ପ୍ରତିବାଦ ଆରମ୍ଭ କରିଛନ୍ତି । ସମସ୍ତେ ଏକତ୍ରିତ ହୋଇ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ରାସ୍ତା ମରାମତି ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଉ ଯଦି ଏହି ସମସ୍ୟାର ସମାଧାନ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରେ, ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.