ETV Bharat / state

ବୌଦ୍ଧରେ ଯବାନ-ମାଓବାଦୀ ମୁହାଁମୁହିଁ, ନଲିକୁପା ଜଙ୍ଗଲରେ ଗୁଳି ବିନିମୟ

author img

By ETV Bharat Odisha Team

Published : Dec 14, 2023, 6:54 PM IST

Updated : Dec 14, 2023, 7:35 PM IST

Maoists and security forces face off
Maoists and security forces face off

gunfight in Nalikupa forest area of Boudh: ବୌଦ୍ଧ ନଲିକୁପା ଜଙ୍ଗଲ ଅଞ୍ଚଳରେ ମୁହାଁମୁହିଁ ମାଓବାଦୀ ଓ ଯବାନ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି । ଅଧିକ ପଢନ୍ତୁ

ବୌଦ୍ଧ: ଅଶାନ୍ତ ଜିଲ୍ଲାର ନଲିକୁପା ଜଙ୍ଗଲ ଅଞ୍ଚଳ । ଆଜି (ଗୁରୁବାର) ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏବେ ବି ଉଭୟ ପଟରୁ ଗୁଳି ବିନିମୟ ଜାରି ରହିଛି । ଜିଲ୍ଲାର କେତେକ ସ୍ଥାନରେ ମାଓ ଗତିବିଧି ସକ୍ରିୟ ଥିବା ହେତୁ ଜିଲ୍ଲା ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ହୋଇଥିଲା । ଯବାନଙ୍କ ଗୁଳିମାଡ଼ରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେଲା ମାଓ ଗତିବିଧି ସକ୍ରିୟ ରହିଛି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଫାଣ୍ଡିର ନଲିକୁପା ଗ୍ରାମ ନିକଟସ୍ଥ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଆଜି ସକାଳୁ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାର ସୀମାନ୍ତ ଯାହାକି କନ୍ଧମାଳ ଜିଲ୍ଲାକୁ ଲାଗି ରହିଛି । ସେସବୁ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସକ୍ରିୟ ରହିଛି । ଗତ କିଛି ତଳେ ମାଓବାଦୀମାନେ ବେଆଇନ ଗଞ୍ଜେଇ କାର୍ଯ୍ୟକୁ ବିରୋଧ କରି ମାଓ ପୋଷ୍ଟର ଲଗାଯାଇଥିଲା ।

ଏହା ବି ପଢନ୍ତୁ- କଳାହାଣ୍ଡି ପରେ ବୌଦ୍ଧ, ବନ୍ଦ ପାଳନ ପାଇଁ ପୋଷ୍ଟର ମାରିଲା ଲାଲବାହିନୀ

ଏହାଛଡା କିଛି ଦିନ ପୂର୍ବରୁ ଗୁନ୍ଦୁଳିଆ ପଞ୍ଚାୟତର ତିଲପଙ୍ଗା ଜଙ୍ଗଲ ନିକଟବର୍ତ୍ତୀ ରାବଣେଶ୍ବର ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ପ୍ରବଳ ଫାୟାରିଙ୍ଗ ହୋଇଥିବା ସୂଚନା ମିଳିଥିଲା । ଏନେଇ ବଉଦ ଏସପି ବିସ୍ତୃତ ଭାବରେ ସୂଚନା ଦେବା ସହିତ ଜବତ କରାଯାଇଥିବା ବିପୁଳ ମାଓ ସାମଗ୍ରୀକୁ ପ୍ରଦର୍ଶିତ କରାଯାଇଥିଲା । ଆଜି ପୁଣିଥରେ ନଲିକୁପା ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଫାୟାରିଙ୍ଗ ଜାରି ରହିଥିବା ସୂଚନା ମିଳିଛି । ତେବେ ଏନେଇ ଜିଲ୍ଲା ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଏହା ବି ପଢନ୍ତୁ- କଳାହାଣ୍ଡିରେ ମାଓ-ପୋଲିସ ଗୁଳି ବିନିମୟ ଘଟଣା, ପୋଷ୍ଟର ମାରିଲା ଲାଲବାହିନୀ

ସୂଚନା ଥାଉ କି ଗତ ଜାନୁଆରୀରେ ଜିଲ୍ଲାରେ ଲାଲ ବାହିନୀ ନିଜ ସ୍ଥିତି ଜାହିର କରିଥିଲେ । ଜିଲ୍ଲାର ସୀମାନ୍ତ ପଞ୍ଚାୟତ ଖୁଣ୍ଟିଗୋରାରେ ଲାଗିଥିଲା ମାଓବାଦୀଙ୍କ ପୋଷ୍ଟର । କଳାହାଣ୍ଡିରେ ୩ ଜଣ ମାଓବାଦୀଙ୍କ ଏନକାଉଣ୍ଟର ବିରୋଧରେ କେକେବିଏନ ମାଓ ଡିଭିଜନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇ ଏଭଳି ପୋଷ୍ଟର ଲଗାଯାଇଥିଲା । ଖୁଣ୍ଟିଗୋରାରେ ମାଓବାଦୀଙ୍କ ନାଁରେ ଧମକପୂର୍ଣ୍ଣ ପୋଷ୍ଟର ଲାଗିଥିବା ବେଳେ ଉକ୍ତ ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

Last Updated :Dec 14, 2023, 7:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.