ETV Bharat / state

କଳାହାଣ୍ଡି ପରେ ବୌଦ୍ଧ, ବନ୍ଦ ପାଳନ ପାଇଁ ପୋଷ୍ଟର ମାରିଲା ଲାଲବାହିନୀ

କଳାହାଣ୍ଡିରେ ମାଓବାଦୀ ଓ ପୋଲିସ ଗୁଳି ବିନିମୟରେ ତିନି ମାଓବାଦୀ ନିହତ ହେବା ଘଟଣା । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇ ବୌଦ୍ଧ ସୀମାନ୍ତରେ ପୋଷ୍ଟର ଲଗାଇଲା ଲାଲବାହିନୀ । ଅଧିକ ପଢ଼ନ୍ତୁ

mao poster spotted in boudh
ଖୁଣ୍ଟିଗୋରାରେ ପୋଷ୍ଟର ମାରିଲା ଲାଲବାହିନୀ
author img

By

Published : Jun 25, 2023, 10:38 PM IST

ଖୁଣ୍ଟିଗୋରାରେ ପୋଷ୍ଟର ମାରିଲା ଲାଲବାହିନୀ

ବୌଦ୍ଧ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ନିଜର ସ୍ଥିତି ଜାହିର କଲେ ଲାଲବାହିନୀ । ଜିଲ୍ଲାର ସୀମାନ୍ତ ପଞ୍ଚାୟତ ଖୁଣ୍ଟିଗୋରାରେ ଲାଗିଲା ମାଓବାଦୀଙ୍କ ପୋଷ୍ଟର । କଳାହାଣ୍ଡିରେ ତିନି ଜଣ ମାଓବାଦୀଙ୍କ ଏନକାଉଣ୍ଟର ବିରୋଧରେ କେକେବିଏନ ମାଓ ଡିଭିଜନ ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇ ଏଭଳି ପୋଷ୍ଟର ଲଗାଯାଇଛି । ଗତ ପ୍ରାୟ ତିନି ମାସ ପୂର୍ବରୁ ଖୁଣ୍ଟିଗୋରାରେ ମାଓବାଦୀଙ୍କ ନାରେ ଧମକ ପୂର୍ଣ୍ଣ ପୋଷ୍ଟର ଲାଗିଥିବା ବେଳେ ରବିବାର ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

କଣ୍ଟାମାଳ ବ୍ଲକର ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟିଗୋରାର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ମାଓ ପୋଷ୍ଟର ଲାଗିଥିବା ରବିବାର ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।ରବିବାର ଲାଲବାହିନୀ ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା ଦେବା ସହିତ ଏହାକୁ ସଫଳ କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ବାନ ଦିଆଯାଇଛି । ତେବେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ବେଳେ ଏସବୁ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ କରାଯାଉଛି ।

ସୂଚନା ମୁତାବକ, ଗତ ମେ ମାସ 9 ତାରିଖରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରିଙ୍ଗ ଗ୍ରାମରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ତିନିଜଣ ମାଓବାଦୀ ନିହତ ହୋଇଥିଲେ । ଯାହାକୁ ପୋଲିସର ବର୍ବରୋଚିତ କାଣ୍ଡ ବୋଲି ମାଓବାଦୀ ପକ୍ଷରୁ ଅଭିଯୋଗ କରାଯାଇଥିଲା । ନିହତ ହୋଇଥିବା ତିନି ଜଣ ମାଓବାଦୀ ଲଳିତ, ରିତୁ ଓ ସନ୍ଦେସର ନାମ ତଥା ଫଟୋଚିତ୍ର ଥାଇ ଗୋଟିଏ ପୋଷ୍ଟର ଓ ଆଉ ଗୋଟିଏ ମାଓ ଡିଭିଜନର ଲେଖାଥାଇ ବୌଦ୍ଧ ଜିଲ୍ଲାର ଖୁଣ୍ଟିଗୋରା ଠାରେ ଲଗାଯାଇଛି ।

ବୌଦ୍ଧ ଜିଲ୍ଲାରେ କେକେବିଏନ ଡିଭିଜନର ମାଓ ଗତିବିଧି ସକ୍ରିୟ ରହିଥିବା ବେଳେ ଗତ କିଛି ବର୍ଷ ତଳେ ଏହାକୁ ମାଓମୁକ୍ତ ଜିଲ୍ଲା ଭାବରେ ଘୋଷଣା କରାଯାଇଛି । ତେବେ ବୌଦ୍ଧ- କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ବାରମ୍ବାର ମାଓବାଦୀଙ୍କ ଉପସ୍ଥିତି ରହୁଥିବା ଖବର ସାମ୍ନାକୁ ଆସେ । ଗତ ବୁଧବାର ଦିନ ମଧ୍ୟ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିନ୍ଧିପଖାଳ ଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଥିଲା । ଏବେବି ଜିଲ୍ଲାର ସୀମାନ୍ତ ପଞ୍ଚାୟତ ଗୁଡ଼ିକରେ ମାଓ ଗତିବିଧି ସକ୍ରିୟ ଥିବା ବେଳେ ଜିଲ୍ଲା ପୋଲିସ ଏନେଇ ସତର୍କ ଦୃଷ୍ଟି ରଖିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.