ETV Bharat / state

ମନମୁଖୀ କାର୍ଯ୍ୟକୁ ବିରୋଧ କରି ମିଶନ ଶକ୍ତି ଗୃହରେ ତାଲା ପକାଇଲେ ମହିଳା

author img

By ETV Bharat Odisha Team

Published : Oct 19, 2023, 2:07 PM IST

ମିଶନ ଶକ୍ତି ଗୃହରେ ତାଲା ପକାଇଲେ ମହିଳା
ମିଶନ ଶକ୍ତି ଗୃହରେ ତାଲା ପକାଇଲେ ମହିଳା

ମିଶନ ଶକ୍ତି କାର୍ଯ୍ୟକ୍ରମ ଠିକ ଭାବରେ କାର୍ଯ୍ୟକାରୀ ହେଉନଥିବା ବେଳେ ପିସି ଅଭିଯୋଗକୁ କେନ୍ଦ୍ର କରି ମିଶନ ଶକ୍ତି ଗୃହରେ ଚାବି ପକାଇଲେ ମହିଳା । ଅଧଇକ ପଢନ୍ତୁ

ମିଶନ ଶକ୍ତି ଗୃହରେ ତାଲା ପକାଇଲେ ମହିଳା

ଭଦ୍ରକ: ବ୍ଲକ ପ୍ରୋଜେକ୍ଟ ମ୍ୟାନେଜରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ । ମିଶନ ଶକ୍ତି କାର୍ଯ୍ୟକ୍ରମ ଠିକ ଭାବରେ ହେଉ ନଥିବା ଏବଂ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ମହିଳାମାନେ ଆର୍ଥିକ ସହାୟତାରୁ ବଞ୍ଚିତ ହେଉଛନ୍ତି । ଏଭଳି ଅଭିଯୋଗ ଆସିଛି ଭଦ୍ରକ ବ୍ଲକ ଅଧିନସ୍ଥ ଅଣ୍ଡେଇପଲ୍ଲୀ ପଞ୍ଚାୟତରୁ । ତେବେ ଏହାର ପ୍ରତିବାଦ କରି ସରପଞ୍ଚ, ସମିତି ସଭ୍ୟା ଏବଂ ମହିଳାମାନେ ମିଶି ମିଶନ ଶକ୍ତି ଗୃହରେ ତାଲା ପକାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାସ୍ତା ସମସ୍ୟାର ହେଲାନି ସମାଧାନ, ସରପଞ୍ଚଙ୍କୁ ୫ ଘଣ୍ଟା ତାଲା ପକାଇଲେ ଗ୍ରାମବାସୀ

ସୂଚନା ମୁତାବକ, ଏହି ପଞ୍ଚାୟତର ମିଶନ ଶକ୍ତି ମହିଳାମାନଙ୍କୁ ଓଡ଼ିଶା ଜୀବିକା ମିଶନ ସହାୟତାରେ ଯେଉଁ ଆର୍ଥିକ ସହାୟତା ଜୀବନ ଜୀବିକା ପାଇଁ ଦିଆଯାଉଛି । ତାହା ସମସ୍ତଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ଜଣାପଡିଛି । ତେବେ ନିର୍ଦ୍ଦିଷ୍ଟ କେତେକ ମହିଳାଙ୍କୁ ଧରି BPM(Block Project Manager) ମନମୁଖୀ ଭାବେ ସମସ୍ତ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଫଳରେ ଏହି ପଞ୍ଚାୟତର ଗରିବ ମହିଳାମାନେ ଜୀବିକା ନପାଇ ହଇରାଣ ହରକତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଚାରି ଦିନିଆ ବରଗଡ଼ ଗସ୍ତରେ ମିଶନ ଶକ୍ତି ଉପଦେଷ୍ଟା, କାଫେ ବୁଲିବା ସହ ମହିଳାଙ୍କ ସହ କଲେ ଆଲୋଚନା

ଏହା ମଧ୍ୟ ପଢନ୍ତୁ - ମିଶନ ଶକ୍ତି ସ୍କୁଟି ଯୋଜନାରେ ଚାନ୍ଦା ଆଦାୟ କରି ବିବାଦରେ ମହାସଂଘ, ଭିଡିଓ ଭାଇରାଲ

ତେବେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଜାଣିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜୀବିକା ମିଶନର ଜିଲ୍ଲା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଫଳରେ ଏହି ପଞ୍ଚାୟତର ମିଶନ ଶକ୍ତିର ମହିଳାମାନେ ଏକତ୍ରିତ ହୋଇ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ନେତୃତ୍ୱରେ ମିଶନ ଶକ୍ତି ଗୃହରେ ଚାବି ପକାଇ ଦେଇଛନ୍ତି । ଏପରିକି ଗରିବ ମହିଳାମାନଙ୍କୁ ଓଡ଼ିଶା ଜୀବିକା ମିଶନଙ୍କ ପାଖରୁ ଯେ ପର୍ଯ୍ୟନ୍ତ ସହାୟତା ନମିଳିଛି ସେପର୍ଯ୍ୟନ୍ତ ଏହି ମିଶନ ଶକ୍ତି ଗୃହରେ ତାଲା ଝୁଲିବ ବୋଲି ରୋକଠୋକ ଭାବେ ସରପଞ୍ଚ ଏବଂ ସମିତି ସଭ୍ୟ କହିଛନ୍ତି । ଯାହାକୁ ନେଇ ଏବେ ବିବାଦ ଭିତରେ ପଞ୍ଚାୟତର ମିଶନ ଶକ୍ତି କାର୍ଯ୍ୟକ୍ରମ । ଏନେଇ ସରପଞ୍ଚ ଗୌରୀ ମଲ୍ଲିକ କହିଛନ୍ତି ଯେ, "ମିଶନ ଶକ୍ତି କାମ ଠିକ ସେ ହେଉନି । ସେଥିରେ ଅଭିଯୋଗ କରୁଛନ୍ତି ଆମେ ପିସି ମାଗୁଛୁ । ତେଣୁ ତାହା ପ୍ରମାଣ ନହେବା ଯାଏଁ ମୁଁ ତାଲା ଖୋଲିବି ନାହିଁ ।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.