ETV Bharat / state

ମିଶନ ଶକ୍ତି ସ୍କୁଟି ଯୋଜନାରେ ଚାନ୍ଦା ଆଦାୟ କରି ବିବାଦରେ ମହାସଂଘ, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Oct 12, 2023, 2:05 PM IST

ମିଶନ ଶକ୍ତି ସ୍କୁଟି ଯୋଜନାରେ ଚାନ୍ଦା ଆଦାୟ କରି ବିବାଦରେ ଏକ ମହାସଂଘ ସମ୍ପାଦିକା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ମିଶନ ଶକ୍ତି ସ୍କୁଟି ଯୋଜନାରେ ଚାନ୍ଦା ଆଦାୟ କରି ବିବାଦରେ ମହାସଂଘ
ମିଶନ ଶକ୍ତି ସ୍କୁଟି ଯୋଜନାରେ ଚାନ୍ଦା ଆଦାୟ କରି ବିବାଦରେ ମହାସଂଘ

ମିଶନ ଶକ୍ତି ସ୍କୁଟି ଯୋଜନାରେ ଚାନ୍ଦା ଆଦାୟ କରି ବିବାଦରେ ମହାସଂଘ

ରାଇରଙ୍ଗପୁର: ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ 2 ଲକ୍ଷ ମିଶନ ଶକ୍ତି ମାଆଙ୍କୁ ସ୍କୁଟର କିଣିବା ପାଇଁ ଋଣ ପ୍ରଦାନ କରାଯିବ । ଏହାର ସୁଧ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏହି ସ୍କୁଟି ଯୋଜନାରେ ଚାନ୍ଦା ଆଦାୟ କରି ବିବାଦକୁ ଆସିଛି ଏକ ମହାସଂଘ । ଚାନ୍ଦା ମାଗୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି ।

ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ ଗତକାଲି (ବୁଧବାର) ରାଜ୍ୟ ସରକାର ମିଶନ ଶକ୍ତି ସ୍କୁଟି ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହି କ୍ରମରେ ବ୍ୟାଙ୍କ ତରଫରୁ ଋଣରେ ୧୬ଟି ସ୍କୁଟି ଅଧିକାରୀଙ୍କ ସମ୍ମୁଖରେ ଠାକୁରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ମହିଳାଙ୍କୁ ହସ୍ତାନ୍ତର କରା ଯାଇଥିଲା । ତେବେ ସ୍କୁଟି ନେଇ ମହିଳାମାନେ ଯାଉଥିବା ବେଳେ ଜିପିଓ କାର୍ଯ୍ୟାଳୟ ସାମ୍ନାରେ ଏକ ମହାସଂଘ ସମ୍ପାଦିକା ସୁଶୀଳା ସାହୁ ସେମାନଙ୍କୁ ଅଟକାଇଥିଲେ । ସେମାନଙ୍କୁ ୧୦୦ ଟଙ୍କା ଲେଖାଏଁ ଚାନ୍ଦା ମାଗିଥିବା ଦେଖିବାକୁ ମିଳିଥିଲା । ଚାନ୍ଦା ଟଙ୍କାରେ ଅଫିସରଙ୍କୁ ମିଠା ଦିଆଯିବ ବୋଲି ଭିଡିଓରେ ସମ୍ପାଦିକା ଜଣକ କହୁଥିବା ଦେଖିବାକୁ ମିଳିଥିଲା ।

ସ୍କୁଟି ନେଇ ଯାଉଥିବା ମହିଳା ଟଙ୍କା ନାହିଁ ବୋଲି କହିବାରୁ ଗାଡି ନେଉଛ ୧୦୦ ଟଙ୍କା ନାହିଁ ବୋଲି ତାତ୍ସଲ୍ୟ କରି କହିଥିଲେ ସମ୍ପାଦିକା ଜଣକ । ଏ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଧମକ ଦେଇଥିଲେ ସମ୍ପାଦିକା । ମୁଁ କିଏ ଜାଣିନ ବୋଲି କହିଥିଲେ ସମ୍ପାଦିକା ଜଣକ ।

ଏହା ବି ପଢନ୍ତୁ...ରାୟଗଡା଼ରେ ଶୁଭାରମ୍ଭ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା, ପ୍ରଥମ ପର୍ଯ୍ୟାୟରେ ମିଳିଲା 77 ସ୍କୁଟର

ଏହା ବି ପଢନ୍ତୁ...'ସ୍କୁଟର' ଯୋଜନାର ଶୁଭାରମ୍ଭ, ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ମହିଳା ପାଇଲେ ସ୍କୁଟର

ମିଶନ ଶକ୍ତି ଅଧିକାରୀଙ୍କ କଥାରେ ଚାନ୍ଦା ଆଦାୟ ହେଉଥିଲା ନା ସମ୍ପାଦିକା ଉତ୍ସାହିତ ହୋଇ ଏହି କାମ କରୁଛନ୍ତି ତାହା ଅନୁସନ୍ଧାନ ସାପେକ୍ଷ । ବ୍ଲକ୍‌ ସ୍ତରୀୟ ଏବଂ ଗ୍ରାମପଞ୍ଚାୟତ ସ୍ତରୀୟ ଫଣ୍ଡରୁ ଋଣ ଦେବା ବେଳେ ଏଭଳି ଚାନ୍ଦା ଆଦାୟ ହେଉଛି କି ନାହିଁ ସେ ସମ୍ପର୍କରେ ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି । ତେବେ ଏ ସମ୍ପର୍କରେ ଠାକୁରମୁଣ୍ଡା ସିଡିପିଓ ପ୍ରେମଲତା ସେଠୀଙ୍କୁ ପଚାରିବାରୁ ସେ କିଛି କହିନାହାନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.