ETV Bharat / state

ଚାରି ଦିନିଆ ବରଗଡ଼ ଗସ୍ତରେ ମିଶନ ଶକ୍ତି ଉପଦେଷ୍ଟା, କାଫେ ବୁଲିବା ସହ ମହିଳାଙ୍କ ସହ କଲେ ଆଲୋଚନା

author img

By ETV Bharat Odisha Team

Published : Oct 13, 2023, 9:11 AM IST

Updated : Oct 13, 2023, 1:14 PM IST

4ଦିନିଆ ବରଗଡ଼ ଗସ୍ତରେ ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର । ମିଶନ ଶକ୍ତି ଗୋଷ୍ଠୀଙ୍କ ସହିତ ସାକ୍ଷାତ କରିବା ସହ ମହିଳାମାନେ ମିଶନ ଶକ୍ତି ଜରିଆରେ ଆହୁରି ଅନେକ କ୍ଷେତ୍ରରେ ଯେପରି ସ୍ୱାବଲମ୍ବୀ ହୋଇପାରିବେ ସେନେଇ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

ଚାରି ଦିନିଆ ବରଗଡ଼ ଗସ୍ତରେ ମିଶନ ଶକ୍ତି ଉପଦେଷ୍ଟା
ଚାରି ଦିନିଆ ବରଗଡ଼ ଗସ୍ତରେ ମିଶନ ଶକ୍ତି ଉପଦେଷ୍ଟା

ଚାରି ଦିନିଆ ବରଗଡ଼ ଗସ୍ତରେ ମିଶନ ଶକ୍ତି ଉପଦେଷ୍ଟା, କାଫେ ବୁଲିବା ସହ ମହିଳାଙ୍କ ସହ କଲେ ଆଲୋଚନା

ବରଗଡ: 4ଦିନିଆ ବରଗଡ଼ ଗସ୍ତରେ ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର । ମୁ୍ଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ଜିଲ୍ଲା ପରିଦର୍ଶନରେ ଆସିଥିବା ବେଳେ ବିଭିନ୍ନ ବ୍ଲକରେ ମିଶନ ଶକ୍ତି ଗୋଷ୍ଠୀଙ୍କ ସହିତ ସାକ୍ଷାତ କରିବା ସହ ମହିଳାମାନେ ମିଶନ ଶକ୍ତି ଜରିଆରେ ଆହୁରି ଅନେକ କ୍ଷେତ୍ରରେ ଯେପରି ସ୍ୱାବଲମ୍ବୀ ହୋଇପାରିବେ ସେନେଇ ଆଲୋଚନା କରିଛନ୍ତି । ପ୍ରଥମ ଦିନରେ ସେ ବରଗଡର ଅତାବିରା ବ୍ଲକ, ଭେଡେନ୍‌ ବ୍ଲକ ଏବଂ ବରଗଡ଼ ବ୍ଲକ ପରିଦର୍ଶନ କରିବା ସହ ମିଶନ ଶକ୍ତିର ମାମାନଙ୍କ ଅଭିବୃଦ୍ଧି କିପରି ହେବ ସେନେଇ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ବରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି ମିଶନ ଶକ୍ତି ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍ସି ପାତ୍ର । ପ୍ରଥମ ଦିନରେ ସେ ଜିଲ୍ଲାର ଅତାବିରା, ଭେଡେନ, ବରଗଡ଼ ବ୍ଲକ ବୁଲି ମିଶନଶକ୍ତି ମାଆମାନଙ୍କ ସହ ଆଲୋଚନା କରିଥିଲେ । ସେମାନେ କିଭଳି ଆହୁରୀ ସ୍ବାବଲମ୍ବୀ ହୋଇପାରିବେ ସେନେଇ ଆଲୋଚନା କରିଛନ୍ତି । ଆଜି ମଧ୍ୟ ଅନ୍ୟ ବ୍ଲକଗୁଡିକୁ ଯାଇ ସେଠାରେ ମିଶନ ଶକ୍ତି ଗୋଷ୍ଠୀ ମହିଳାମାନଙ୍କ ସହ ଆଲୋଚନା କରିବେ ।

ଏହାମଧ୍ୟ ପଢନ୍ତୁ.. ମିଶନ ଶକ୍ତି ସ୍କୁଟି ଯୋଜନାରେ ଚାନ୍ଦା ଆଦାୟ କରି ବିବାଦରେ ମହାସଂଘ, ଭିଡିଓ ଭାଇରାଲ

ତେବେ ଜିଲ୍ଲାରେ ମିଶନ ଶକ୍ତି ମହିଳାଙ୍କ ଦ୍ବାରା ପରିଚାଳିତ ମିଶନ ଶକ୍ତି କାଫେ କିପରି ଚାଲିଛି, ଏହାର କଣ ସମସ୍ୟା ରହିଛି ଓ ସେହି ସମସ୍ୟାର ନିରାକରଣ ପାଇଁ କଣ କରାଯାଇପାରିବ ତାହାର ସମୀକ୍ଷା କରିବା ସହ ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ ମିଶନ ଶକ୍ତିର ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା ଜରିଆରେ ମହିଳାମାନଙ୍କୁ ସ୍କୁଟର ପ୍ରଦାନ କରାଯାଇଥିବା ଦ୍ଵାରା ଅନେକ ମହିଳା ଉପକୃତ ହୋଇଥିବା ଏବଂ ପରିବହନରେ ଖର୍ଚ୍ଚ କମି ଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ମିଶନ ଶକ୍ତି କାଫେର ମହିଳାମାନେ । ତେବେ ଚାରି ଦିନିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ବରଗଡ ଜିଲ୍ଲାର ବିଭିନ୍ନ କାଫେ ବୁଲି ମିଶନ ଶକ୍ତିର ସଫଳ କାର୍ଯ୍ୟକାରିତାକୁ ଦେଖି ବେଶ ଖୁସି ହୋଇଥିଲେ ।

ତେବେ କିଛି ଦିନ ପୂର୍ବେ ବରଗଡ ଜିଲ୍ଲା ଗସ୍ତ କରିଥିଲେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ସେହି ସମୟରେ ସେ ବରଗଡ ସହରରେ ମିଶନ ଶକ୍ତିର ମାଆମାନଙ୍କ ସ୍ଵାବଲମ୍ବୀ ପାଇଁ ମିଶନ ଶକ୍ତି କାଫେ ଉଦ୍ଘାଟନ କରିବା ସହିତ SHG ମହିଳାଙ୍କ ଦ୍ଵାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀ ବିକ୍ରି ପାଇଁ ଖୋଲାଯାଇଥିବା "ସର୍ବାଣି"କୁ ଉଦଘାଟନ କରିଥିଲେ ।

ଇଟିଭି ଭାରତ, ବରଗଡ଼

Last Updated : Oct 13, 2023, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.