ETV Bharat / state

Raid Impact: ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା

author img

By

Published : Nov 28, 2022, 9:15 PM IST

Etv Bharat
Etv Bharat

ଆସନ୍ତାକାଲି (ମଙ୍ଗଳବାର) 12 ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଲା ସ୍ଥାନୀୟ ବଣିକ ସଂଘ । ଉଦ୍ଦେଶ୍ୟ ମୂଳକ ଭାବେ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରାଜ୍ୟ ଜିଏସଟି ବିଭାଗର ରେଡର ପ୍ରତିବାଦରେ ବନ୍ଦ ଡାକରା ଦେଲା ବଣିକ ସଂଘ । ଅଧିକ ପଢନ୍ତୁ

ପଦ୍ମପୁର/ବରଗଡ: ଆସନ୍ତାକାଲି ( ମଙ୍ଗଳବାର) 12 ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଲା ସ୍ଥାନୀୟ ବଣିକ ସଂଘ (Padampur Traders Union calls for 12 hour Padampur bandh ) । ଉଦ୍ଦେଶ୍ୟ ମୂଳକ ଭାବେ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସଟି ଓ ଆୟକର ବିଭାଗର ରେଡର ପ୍ରତିବାଦରେ ବନ୍ଦ ଡାକରା ଦେଲା ବଣିକ ସଂଘ । ଏନେଇ ପଦ୍ମପୁର ବଣିକ ସଂଘ ସଭାପତି ପ୍ରତାପ ମିଶ୍ରଙ୍କ ସୂଚନା ।

ତେବେ ବନ୍ଦରେ କେବଳ ପଦ୍ମପୁର ବ୍ୟବସାୟୀ ସଂଘ ସାମିଲ ହେବେ । ସକାଳ 6 ଟାରୁ ସଂଧ୍ୟା 6 ଯାଏଁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ବନ୍ଦରୁ ବାଦ ପଡିଛି । କେବଳ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ସଂଘ କହିଛି ।

ଏହାବି ପଢନ୍ତୁ- ନିର୍ବାଚନୀ ରଣନୀତି ନୁହେଁ ତ, ବ୍ୟବସାୟୀଙ୍କ ଘରେ ଆଇଟି ରେଡ କାହିଁକି ?

ସୂଚନାଯୋଗ୍ୟ ଯେ ଆଜି ଆୟକର ବିଭାଗ ପକ୍ଷରୁ 3 ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡି କର୍ମୀଙ୍କ ଘରେ ରେଡ କରାଯାଇଥିଲା । ହନୁମାନପଡାରେ ଥିବା ମହମ୍ମଦ ସାଜିଦ, ସାହୁପଡାରେ ଥିବା ମାନଭଞ୍ଜନ ସାହୁ ଏବଂ ଶାସ୍ତ୍ରୀ ଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ରେଡ କରିଥିଲା ଆଇଟି ବିଭାଗ । ଏହି 3 ବ୍ୟବସାୟୀ ଦିଂବଗତ ବିଧାୟକ ବିଜୟ ସିଂ ବରିହାଙ୍କ ଅନୁଗତ ଥିଲେ ବୋଲି ଚର୍ଚ୍ଚା ହେଉଥିଲା ।

ଏହାବି ପଢନ୍ତୁ- ପଦ୍ମପୁରରେ ପାୱାର ରାଜନୀତି, କେନ୍ଦ୍ରୀୟ ଏଜେନ୍ସିର ରେଡ୍ ପରେ ବିଜେଡିର ପ୍ରତିଶୋଧ !

ତେବେ ସଂଧ୍ୟାରେ ରାଜ୍ୟ ଜିଏସଟି (GST ) ବିଭାଗ ପକ୍ଷରୁ ପଦ୍ମପୁରରେ ବିଜେପି ସମର୍ଥିତ ପ୍ରତିଷ୍ଠିତ ବ୍ୟବସାୟୀ ରାଜେଶ ସାହୁ, ସୁନୀଲ ଅଗ୍ରୱାଲ ଓ ପାଇକମାଲର ଗୋବର୍ଧନ ଅଗ୍ରୱାଲଙ୍କ ଘରେ ଓ ବ୍ୟବସାୟୀ ସ୍ଥଳୀରେ GST ବିଭାଗର ଚଢ଼ାଉ କରିଥିଲା । ପଦ୍ମପୁର ରାଜେଶ ସାହୁଙ୍କ ଉଦ୍ଦୀପକ ଇଣ୍ଡେନ ଗେସ ଦୋକାନ, ସୁନୀଲ ଅଗ୍ରୱାଲ ଙ୍କର ଜଗଦମ୍ବା କପଡ଼ା ଦୋକାନ ଓ ଘର, ପାଇକମାଳର ଗୋବର୍ଦ୍ଧନ ଅଗ୍ରୱାଲଙ୍କର ପେଟ୍ରୋଲ ପମ୍ପ ଓ ଘରେ ଏକକାଳୀନ ଚଢ଼ାଉ କରିଥିଲା ।

ଉଭୟ ରେଡକୁ ନେଇ ବଣିକ ସଂଘ ମଧ୍ୟରେ ଅସନ୍ତୋଷ ବଢିବା ସହ ଉଦ୍ଦେଶ୍ୟ ମୂଳକ ଭାବେ ରେଡ କରାଯାଇଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ ସଂଘ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.