ETV Bharat / state

ପଦ୍ମପୁରରେ ପାୱାର ରାଜନୀତି, କେନ୍ଦ୍ରୀୟ ଏଜେନ୍ସିର ରେଡ୍ ପରେ ବିଜେଡିର ପ୍ରତିଶୋଧ !

author img

By

Published : Nov 28, 2022, 7:36 PM IST

Updated : Nov 28, 2022, 9:13 PM IST

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଧାନସଭାମଣ୍ଡଳୀରେ ଆରମ୍ଭ ହୋଇଛି ପଲିଟିକାଲ ରେଡ୍ ! ଏଠାରେ ରାଜ୍ୟ ବନାମ କେନ୍ଦ୍ର ରାଜନୀତି ଜୋର ଧରିଛି । କେନ୍ଦ୍ରୀୟ ଏଜେନ୍ସିର ରେଡ ପରେ ପ୍ରତିଶୋଧ ନେଇଛି ବିଜେଡି । ଅଧିକ ପଢନ୍ତୁ

ପଦ୍ମପୁରରେ ପାୱାର ରାଜନୀତି, କେନ୍ଦ୍ରୀୟ ଏଜେନ୍ସିର ରେଡ ପରେ ବିଜେଡିର ପ୍ରତିଶୋଧ
ପଦ୍ମପୁରରେ ପାୱାର ରାଜନୀତି, କେନ୍ଦ୍ରୀୟ ଏଜେନ୍ସିର ରେଡ ପରେ ବିଜେଡିର ପ୍ରତିଶୋଧ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଜୋର ଧରିଛି ସରକାରୀ ଏଜେନ୍ସିର ରେଡ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଆଜି ସକାଳେ ପଦ୍ମପୁରର ୩ ଜଣ ବିଜେଡ଼ି କର୍ମୀଙ୍କ ଘରେ କେନ୍ଦ୍ରୀୟ ଏଜେନ୍ସି ଓ ଆୟକର ବିଭାଗର ରେଡ଼ ପରେ ବିଜେଡିର ପ୍ରତିଶୋଧ ଦେଖିବାକୁ ମିଳିଛି । ବର୍ତ୍ତମାନ ପଦ୍ମପୁରରେ ରାଜ୍ୟ ବନାମ କେନ୍ଦ୍ର ରାଜନୀତିରେ ଦଳୀୟ କର୍ମୀଙ୍କ ଉପରେ ଭୟର ବାତାବରଣ ଖେଳିଯାଇଛି ।

ପଦ୍ମପୁରରେ ପାୱାର ରାଜନୀତି, କେନ୍ଦ୍ରୀୟ ଏଜେନ୍ସିର ରେଡ୍ ପରେ ବିଜେଡିର ପ୍ରତିଶୋଧ !

ରାଜ୍ୟ ଜିଏସଟି ବିଭାଗ ପଦ୍ମପୁରରେ ଥିବା ଏକ ଲୁଗା ଦୋକାନ ଓ ପେଟ୍ରୋଲ ପମ୍ପ ସୁନା ଦୋକାନରେ ରେଡ କରୁଛି । ଏତତ ବ୍ୟତୀତ ପାଇକମାଲ ଓ ଝାରବନ୍ଧରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ରେଡ କରୁଛି । ଆଜି ସକାଳୁ ଆୟକର ବିଭାଗର ଅଧିକାରୀ ମାନେ ପଦ୍ମପୁରର ବିଭିନ୍ନ ସ୍ଥାନରେ ତଥା ୩ ଜଣ ବ୍ୟବସାୟୀଙ୍କ ଘରେ ରେଡ ଜାରି ରଖିଛନ୍ତି । ଏହି ରେଡ ଜାରି ରହିଥିବା ବେଳେ ସନ୍ଧ୍ୟାରେ ଜିଏସଟି ବିଭାଗ ପକ୍ଷରୁ ସେହି ପଦ୍ମପୁରରେ ଅଚାନକ ରେଡ ଚାଲିଛି । ଫଳରେ ପଦ୍ମପୁରରରେ ପାୱାର ରାଜନୀତି ଆରମ୍ଭ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି ।

ପଦ୍ମପୁର ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜେନ୍ଦ୍ର ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରାଯାଇଥିବା ବେଳେ ଏହାକୁ ନେଇ ଏବେ ରାଜନୈତିକ ଆକ୍ରୋଶ ବଢ଼ିଚାଲିଛି । ରାଜ୍ୟ GST ବିଭାଗ ଦ୍ବାରା ପଦ୍ମପୁରରେ ବିଜେପି ସମର୍ଥିତ ପ୍ରତିଷ୍ଠିତ ବ୍ୟବସାୟୀ ରାଜେଶ ସାହୁ, ସୁନୀଲ ଅଗ୍ରୱାଲ ଓ ପାଇକମାଲର ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ଓ ବ୍ୟବସାୟୀ ସ୍ଥଳୀରେ GST ବିଭାଗର ଚଢ଼ାଉ ଜାରି ରହିଛି । ପଦ୍ମପୁର ରାଜେଶ ସାହୁଙ୍କ ଉଦ୍ଦୀପକ ଇଣ୍ଡେନ ଗ୍ୟାସ ଦୋକାନରେ ଓ ଘରେ ରେଡ ହୋଇଛି ।

ଏହା ବି ପଢନ୍ତୁ-ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ 3 ବ୍ୟବସାୟୀଙ୍କ ଘରେ ରେଡ୍‌

ସେହିପରି ସୁନୀଲ ଅଗ୍ରୱାଲଙ୍କର ଜଗଦମ୍ବା କପଡ଼ା ଦୋକାନରେ ଓ ଘରେ, ପାଇକମାଳର ଗୋବର୍ଦ୍ଧନ ଅଗ୍ରୱାଲଙ୍କର ପେଟ୍ରୋଲ ପମ୍ପ ଠାରେ ଓ ଘରେ ଏକକାଳୀନ ଚଢ଼ାଉ ଚାଲିଥିବା ବେଳେ ବରଗଡର ଅଶୋକ ମେଡ଼ିକାଲ ଠାରେ ମଧ୍ୟ ଏକକାଳୀନ GST ବିଭାଗର ଚଢ଼ାଉ ଜାରିରହିଛି । ବର୍ତ୍ତମାନ ଏହି ଘଟଣାକୁ ନେଇ ସାରା ବରଗଡ଼ ଜିଲ୍ଲାରେ ରାଜ୍ୟ ବନାମ କେନ୍ଦ୍ରର ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ବରଗଡ଼

Last Updated :Nov 28, 2022, 9:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.