ETV Bharat / state

ନିର୍ବାଚନୀ ରଣନୀତି ନୁହେଁ ତ, ବ୍ୟବସାୟୀଙ୍କ ଘରେ ଆଇଟି ରେଡ କାହିଁକି ?

author img

By

Published : Nov 28, 2022, 8:55 PM IST

ପଦ୍ମପୁର ଫାଇଟରେ ନୂଆ ମୁଦ୍ଦା । ଚାଷୀ, ଫସଲ ବୀମା ଓ ରେଳ ଲାଇନକୁ ନେଇ ଲଢେଇ ଭିତରେ ଏଣ୍ଟ୍ରି ମାରିଲା ଆୟକର ବିଭାଗ । ପଦ୍ମପୁରରେ ଜଣାଶୁଣା ବ୍ୟବସାୟୀଙ୍କ ଘରେ ଆଜି ଖେଳତାଡ କରିଛି ଆୟକର ଟିମ୍ (raid on business man house in Padmapur)। ଅଧିକ ପଢ଼ନ୍ତୁ

Congress and BJD targets BJP after Income Tax department raid on business man house in Padmapur by poll
ନିର୍ବାଚନୀ ରଣନୀତି ନୁହେଁ ତ, ବ୍ୟବସାୟୀଙ୍କ ଘରେ ଆଇଟି ରେଡ କାହିଁକି ?

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପୂର୍ବରୁ 3 ପ୍ରମୁଖ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ । ଉପ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ କାହିଁକି ଏହି 12 ଜଣିଆ ଟିମର ରେଡକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ରାଜନୈତିକ ବ୍ୟକ୍ତି ବିଶେଷ । ଶାସ୍ତ୍ରୀ ନଗରର ଗଜୁ ଅଗ୍ରଓ୍ବାଲ, ହନୁମାନପଡାର ମହମ୍ମଦ ସାଜିଦ ଏବଂ ସାହୁ ପଡାର ମାନଭଞ୍ଜନ ସାହୁଙ୍କ ଘରେ ରେଡ୍‌ କରିଛି ଆଇଟି ବିଭାଗ । ଏହି 3 ବ୍ୟବସାୟୀ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଅନୁଗତ ଥିବା ଜଣାପଡିଛି (raid on business man house in Padmapur)।

ନିର୍ବାଚନୀ ରଣନୀତି ନୁହେଁ ତ, ବ୍ୟବସାୟୀଙ୍କ ଘରେ ଆଇଟି ରେଡ କାହିଁକି ?

ଟାର୍ଗେଟ୍‌ କଲା ବିଜେପି

ପଦ୍ମପୁରରେ ବ୍ୟବସାୟୀଙ୍କ ଘରେ IT ରେଡ୍‌ ପରେ ପ୍ରତିକ୍ରିୟା ରଖି ବେଜିପିକୁ ଟାର୍ଗେଟ୍‌ କରିଛି । ବିଜେଡିର ବରିଷ୍ଠ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, " କେଉଁଠି ରେଡ୍‌ ହେବ ସେ ସୂଚନା ସଂସ୍ଥା ପାଖରେ ଆଗରୁ ଥିବ । ଯଦି କେନ୍ଦ୍ରୀୟ ସଂସ୍ଥା ଚଢ଼ାଉ କରିବାର ଥିଲା ତେବେ ଆଗରୁ କଣ ପାଇଁ କରାଗଲାନି । କିନ୍ତୁ ବର୍ତ୍ତମାନ ନିର୍ବାଚନ ସମୟରେ ରେଡ୍‌ କରିବା ଅନେକ ସନ୍ଦେହ ସୃଷ୍ଟି କରୁଛି । ବିଜେପି ପରାଜୟ ଭୟରେ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି । ବିଜେପି ପଦ୍ମପୁର ହାରିବ ବୋଲି ବହୁ ପୂର୍ବରୁ ଜାଣିଥିଲା । ତେଣୁ ଜାଣି ଶୁଣି ଏପରି କରୁଛି । ଲୋକେ ଏହାର ଜବାବ ଦେବେ ।"

ଛାଡ଼ିଲାନି କଂଗ୍ରେସ

ବିଜେଡିର ଅଭିଯୋଗ ହେଲା କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଆଗକୁ ଉପନିର୍ବାଚନ ଥିବାରୁ ଏହି ରେଡ କରାଯାଇଛି । ଏହାପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଗଣମାଧ୍ୟମରୁ ସୂଚନା ମିଳୁଛି ସମ୍ପୃକ୍ତ ବ୍ୟବସାୟୀ ବିଜେଡି ସହ ଜଡ଼ିତ । ବୋଧ ହୁଏ ବିଜେଡି ସେଠାରେ ତାଙ୍କ ଟଙ୍କା ରଖିଥିଲେ । ଏହାପରେ ସେମାନେ ରେଡ୍‌ କରିଥିବେ । ନିଶ୍ଚିତ ଭାବରେ ଏହା ନିର୍ବାଚନକୁ ଆଖି ଆଗରେ ରଖି କରାଯାଉଛି । ଏଥିରେ କୌଣସି ସନ୍ଦେହ ନାହିଁ । ବିଜେଡି ମଧ୍ୟ ତାର ତଦନ୍ତକାରୀ ସଂସ୍ଥା ଲଗାଇ ଗିରଫ ଆରମ୍ଭ କରି ଦେଇପାରେ ।"

ଅଭିଯୋଗ ପରେ ବିଜେପିର ପ୍ରତିକ୍ରିୟା

ବିଜେପି ବିରୋଧରେ ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ ଆଣିବା ପରେ ପ୍ରତିକ୍ରିୟା ରଖିଛି ଦଳ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ କହିଛନ୍ତି, "ଆଇନ ତା ବାଟରେ ଯାଉଛି । ଯଦି କେହି କଳାବଜାରି କରିଥିଲେ ତେବେ ସେ ଆଇନରୁ ଆଖିରୁ ବର୍ତ୍ତି ପାରିବେ ନାହିଁ । ଏହାକୁ ନିର୍ବାଚନ ସହିତ ଯୋଡା ନଯାଉ । ବିଜେଡି ଏହାକୁ ନିର୍ବାଚନ ସହ ଯୋଡି ରାଜନୀତି କରୁଛି ।"

ପଦ୍ମପୁର ଉପନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବା ବେଳେ 3 ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍‌ ରାଜ୍ୟ ରାଜନୀତିକୁ ସରଗରମ କରିଛି । ବିଜେଡି ଓ କଂଗ୍ରେସ ଏଥିପାଇଁ ବିଜେପିକୁ ଦାୟୀ କରୁଥିବା ବେଳେ ବିଜେପି ସିଧାସିଧା କହିଛି ଆଇନ ତା ବାଟରେ ଯାଉଛି । ଏହାର ପ୍ରଭାବ ଭୋଟରଙ୍କ ଉପରେ କେତେ ପଡ଼ିବ ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.