ETV Bharat / state

Padmapur By Poll: ମତଦାନ ପୂର୍ବରୁ ରେଡ୍ ରାଜନୀତି, ବିଜେଡି-ବିଜେପି ଛକାପଞ୍ଝା

author img

By

Published : Nov 29, 2022, 9:08 PM IST

Etv Bharat
Etv Bharat

ପଦ୍ମପୁରରେ IT ଓ GST ରେଡକୁ ନେଇ ମୁହାଁମୁହାଁ ବିଜେଡି-ବିଜେପି । ବିଜେଡି ପ୍ରେସମିଟ କରି କହିଛି, ପଦ୍ମପୁରରେ ବିଜେପି ହିଁସା ରାଜନୀତି କରୁଛି । ପ୍ରତିକ୍ରିୟା ରଖିଛି ବିଜେପି । ଅଧିକ ପଢନ୍ତୁ

ଭୁବନେଶ୍ବର: ପଦ୍ମପୁରରେ IT ଓ GST ରେଡକୁ ନେଇ ମୁହାଁମୁହାଁ ବିଜେଡି-ବିଜେପି । ଆରୋପ ପ୍ରତ୍ୟାରୋପ ଜୋରଦାର ହୋଇଛି । ପରସ୍ପର ବିରୋଧରେ ଗର୍ଜିଛନ୍ତି ଉଭୟ ଦଳର ନେତା । ଆଜି ବିଜେଡି ପ୍ରେସମିଟ କରି କହିଛି ପଦ୍ମପୁରରେ ବିଜେପି ହିଁସା ରାଜନୀତି କରୁଛି ।

ମତଦାନ ପୂର୍ବରୁ ରେଡ ରାଜନୀତି, ବିଜେଡି ବିଜେପି ମୁହାଁମୁହିଁ

ଗତକାଲି ରେଡ ବେଳେ ଜିଏସଟି କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ମହିଳା ଅଧିକାରୀଙ୍କୁ ବି ଛାଡି ନାହାଁନ୍ତି ବିଜେପି କର୍ମୀ । ନିର୍ବାଚନୀ ହିଂସା ଚରମ ସୀମାରେ ପହଞ୍ଚିଛି ବୋଲି ଅଭିଯୋଗ ଆଣିଛି ବିଜେଡି । ଏଥିସହ ଜିଏସଟି ରେଡ ବେଳେ ବାଧା ସୃଷ୍ଟି କରିଥିବା 4ଜଣ ବିଜେପି ନେତା ଠାକୁର ରଞ୍ଜିତ ଦାସ, ପିଙ୍କି ପ୍ରଧାନ, କାଳନ୍ଦୀ ସାମଲ ଓ କୁସୁମ ଟେଟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଏହାସହ ଏହି ନେତା ମାନଙ୍କୁ ପଦ୍ମପୁରର ତଡିପାର କରିବା ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ୟୁପି ଓ ବିହାର ଭଳି ବିଜେପି ଆଚରଣ କରୁଛି ବୋଲି ଅଭିଯୋଗ ଆଣିଛି ବିଜେଡି ।

ଏହାବି ପଢନ୍ତୁ- ନିର୍ବାଚନୀ ରଣନୀତି ନୁହେଁ ତ, ବ୍ୟବସାୟୀଙ୍କ ଘରେ ଆଇଟି ରେଡ କାହିଁକି ?

ସେପଟେ ବିଜେଡିକୁ କଡା ଜବାବ ଦେଇଛି ବିଜେପି । ବିଧାୟକ ମୋହନ ମାଝୀ କହିଛନ୍ତି ଆଇଟି ବିଭାଗ ଏକ ନିରପେକ୍ଷ ସଂସ୍ଥା । ଯାହା କେନ୍ଦ୍ର ସରକାରଙ୍କ ଅଧିନରେ ରହିଛି । IT ରେଡ ପୂର୍ବ ନିର୍ଦ୍ଧାରିତ ହୋଇଥାଏ । କିନ୍ତୁ IT ରେଡ ପରେ GST ରେଡ ହେବା ସ୍ପଷ୍ଟ ହୋଇଛି ଯେ ଶାସକ ବିଜେଡି ପ୍ରତିଶୋଧ ପରାୟଣ ହୋଇପଡିଛି । ଧାମନଗର ପରାଜୟ ପରେ ରେ ବିଜେଡି ଭୟଭୀତ । ତେଣୁ GST ରେଡ କରିଛନ୍ତି ବୋଲି ମୋହନ କହିଛନ୍ତି ।

ସେହିପରି ପ୍ରସଙ୍ଗରେ କଂଗ୍ରେସ ଏଣ୍ଟ୍ରି ମାରି ଦଳୀୟ ବିଧାୟକ କହିଛନ୍ତି, , IT ଓ GST ରେଡ ନୁହେଁ, ଏହା ହେଉଛି ପଲିଟିକାଲ ରେଡ । ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଦଳ ନିଜ ନିଜ ଅସ୍ତ୍ରକୁ ବ୍ୟବହାର କରୁଛନ୍ତି । ବିଜେପି ED , CBI କୁ ବ୍ୟବହାର କରୁଛି । ବିଜେଡି ଜିଏସଟି ଓ ସ୍ପେଶାଲ ବ୍ରାଞ୍ଚକୁ ବ୍ୟବହାର କରୁଛି। ଲୋକେ ଏକଥା ଜାଣିଲେଣି । ପଦ୍ମପୁରରେ ଏହାର ପ୍ରଭାବ ପଡିବ । ୨୦୨୪ ରେ ଲୋକେ କଂଗ୍ରେସକୁ ଭୋଟ ଦେବେ ବୋଲି ତାରା କହିଛନ୍ତି ।

ଏହାବି ପଢନ୍ତୁ- ପଦ୍ମପୁରରେ ପାୱାର ରାଜନୀତି, କେନ୍ଦ୍ରୀୟ ଏଜେନ୍ସିର ରେଡ୍ ପରେ ବିଜେଡିର ପ୍ରତିଶୋଧ !

ଆସନ୍ତା 5 ତାରିଖରେ ଉପନିର୍ବାଚନ ପାଇଁ ଭୋଟ ପଡିବ । 3 ଦଳର ପ୍ରଚାର ଜୋରଦାର ଚାଲିଛି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଖୁବଶୀଘ୍ର ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର କରିପାରନ୍ତି । କଂଗ୍ରେସର ହେଭିୱେଟ ମଧ୍ୟ ପ୍ରଚାରକୁ ଶକ୍ତି ଯୋଗାଇଛନ୍ତି । ଏପରି ସ୍ଥଳେ ଏହି ରେଡ ରାଜନୀତି ଭୋଟରଙ୍କ ଉପରେ କଣ ପ୍ରଭାବ ପକାଉଛି, ଭୋଟର କଣ ନିଷ୍ପତି ନେଉଛନ୍ତି ଏବେ ଅପେକ୍ଷା ।

ଏହାବି ପଢନ୍ତୁ- Padmapur Bypoll: ପଦ୍ମପୁରରେ ବର୍ଷିଲେ ତୋମାର, ଫସଲ ବୀମାକୁ ନେଇ ରାଜ୍ୟ ସରକାରଙ୍କୁ କଲେ ଦୋଷାରୋପ

ସୂଚନାଯୋଗ୍ୟଯେ ଗତାକାଲି (ସୋମବାର) ଆୟକର ବିଭାଗ ପକ୍ଷରୁ ପଦ୍ମପୁରର 3 ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡି କର୍ମୀଙ୍କ ଘରେ ରେଡ କରାଯାଇଥିଲା । ହନୁମାନପଡାରେ ଥିବା ମହମ୍ମଦ ସାଜିଦ, ସାହୁପଡାରେ ଥିବା ମାନଭଞ୍ଜନ ସାହୁ ଏବଂ ଶାସ୍ତ୍ରୀ ଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ରେଡ କରିଥିଲା ଆଇଟି ବିଭାଗ । ଏହି 3 ବ୍ୟବସାୟୀ ଦିଂବଗତ ବିଧାୟକ ବିଜୟ ସିଂ ବରିହାଙ୍କ ଅନୁଗତ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ସଂଧ୍ୟାରେ ରାଜ୍ୟ ଜିଏସଟି (GST ) ବିଭାଗ ପକ୍ଷରୁ ପଦ୍ମପୁରରେ ବିଜେପି ସମର୍ଥିତ ପ୍ରତିଷ୍ଠିତ ବ୍ୟବସାୟୀ ରାଜେଶ ସାହୁ, ସୁନୀଲ ଅଗ୍ରୱାଲ ଓ ପାଇକମାଲର ଗୋବର୍ଧନ ଅଗ୍ରୱାଲଙ୍କ ଘରେ ଓ ବ୍ୟବସାୟୀ ସ୍ଥଳୀରେ GST ବିଭାଗ ଚଢାଉ କରିଥିଲା । ପଦ୍ମପୁର ରାଜେଶ ସାହୁଙ୍କ ଉଦ୍ଦୀପକ ଇଣ୍ଡେନ ଗେସ ଦୋକାନ, ସୁନୀଲ ଅଗ୍ରୱାଲ ଙ୍କର ଜଗଦମ୍ବା କପଡ଼ା ଦୋକାନ ଓ ଘର, ପାଇକମାଳର ଗୋବର୍ଦ୍ଧନ ଅଗ୍ରୱାଲଙ୍କର ପେଟ୍ରୋଲ ପମ୍ପ ଓ ଘରେ ଏକକାଳୀନ ଚଢ଼ାଉ କରିଥିଲା । ଯାହାକୁ ନେଇ ପଦ୍ମପୁର ସମେତ ପୁରା ରାଜ୍ୟ ରାଜନୀତି ସରଗରମ ହୋଇପଡିଛି ।

ଇଟିଭି ଭାରତ, ବରଗଡ/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.