ETV Bharat / state

Padmapur Bypoll: ପଦ୍ମପୁରରେ ବର୍ଷିଲେ ତୋମାର, ଫସଲ ବୀମାକୁ ନେଇ ରାଜ୍ୟ ସରକାରଙ୍କୁ କଲେ ଦୋଷାରୋପ

author img

By

Published : Nov 27, 2022, 9:16 PM IST

Padmapur Bypoll: ପଦ୍ମପୁରରେ ବର୍ଷିଲେ ତୋମାର, ଫସଲବୀମାକୁ ନେଇ ରାଜ୍ୟ ସରକାରଙ୍କୁ କଲେ ଦୋଷାରୋପ
Padmapur Bypoll: ପଦ୍ମପୁରରେ ବର୍ଷିଲେ ତୋମାର, ଫସଲବୀମାକୁ ନେଇ ରାଜ୍ୟ ସରକାରଙ୍କୁ କଲେ ଦୋଷାରୋପ

ପ୍ରଚାର ପାଇଁ ଆସିଥିବା କେନ୍ଦ୍ର କୃଷି ମନ୍ତ୍ରୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଫସଲବୀମାକୁ ନେଇ ସେ ରାଜ୍ୟ ସରକାରଙ୍କୁ ଦୋଷାରୋପ କରିଛନ୍ତି । ଅଧିକ ପଢନ୍ତୁ

ବରଗଡ଼: ପଦ୍ମପୁର ଉପନିର୍ବାଚନ (Padmapur Bypoll) ପାଇଁ ସ୍ଥାନୀୟ ପାଇକମାଳ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ବିଜେପିର ସାଧାରଣ ସଭାରେ ଯୋଗଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (Union Agriculture Minister Narendra Singh Tomar) । ଫସଲବୀମାକୁ ନେଇ ସେ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । କେନ୍ଦ୍ର ଫସଲବୀମା ଅର୍ଥକୁ ଦେଇସାରିଥିବାବେଳେ, ରାଜ୍ୟ ସରକାର ଚାଷୀଙ୍କୁ ଭୁଆଁ ବୁଲାଉଥିବା ସେ କହିଛନ୍ତି ।

Padmapur Bypoll: ପଦ୍ମପୁରରେ ବର୍ଷିଲେ ତୋମାର, ଫସଲବୀମାକୁ ନେଇ ରାଜ୍ୟ ସରକାରଙ୍କୁ କଲେ ଦୋଷାରୋପ

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍ ମଧ୍ୟ ଚାଷୀଙ୍କ ଫସଲବୀମା ଉପରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, "ଚାଷୀଙ୍କ ଫସଲ ବୀମା ରାଶି କେନ୍ଦ୍ରସରକାର ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଛି । ମାତ୍ର ରାଜ୍ୟ ସରକାର ତାହା ଚାଷୀଙ୍କୁ ପ୍ରଦାନ କରୁନାହିଁ । ରାଜ୍ୟ ସରକାର ନିଜେ ଫସଲ ବୀମା କମ୍ପାନୀ ଚୟନ କରିଥାଏ ଏବଂ ଫସଲବୀମା କମ୍ପାନୀ କ୍ଷତିପୂରଣ ପ୍ରଦାନ ନକଲେ ରାଜ୍ୟ ସରକାର କେନ୍ଦ୍ରକୁ ଦୋଷାରୋପ କରି ନିଜ ଦୋଷ ଛଡାଇବାକୁ ଚେଷ୍ଟା କରିଥାଏ । ମାତ୍ର ଏଥର ମିଛ ଧରାପଡିଗଲା" ବୋଲି ସେ ଏଠାକାର ଚାଷୀଙ୍କୁ କହିଛନ୍ତି ।

ଏହା ବି ପଢନ୍ତୁ- Padmapur Bypoll: ରାଜ୍ୟ ସରକାରଙ୍କୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଟାର୍ଗେଟ, କହିଲେ କାଲି ଜାଗା ଦିଅ ପରଦିନ କାମ ହେବ

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାର ପ୍ରସାର ପାଇଁ ଆଜି ଦୁଇ କେନ୍ଦ୍ର ମନ୍ତ୍ରୀ ପଦ୍ମପୁରକୁ ଆସି ସାଧାରଣ ସଭାରେ ଯୋଗଦେଇ ଉଦଭୋଧନ ଦେଇଥିଲେ । ପଦ୍ମପୁର ଅଞ୍ଚଳରେ ଚାଷୀଙ୍କ ଫସଲ ବୀମା ସମସ୍ୟା, ପଦ୍ମପୁର ଜିଲ୍ଲା ଦାବି ଓ ବରଗଡରୁ ପଦ୍ମପୁର ଦେଇ ନୂଆପଡା ରେଳପଥ ନିର୍ମାଣ ବର୍ତ୍ତମାନର ମୁଖ୍ୟ ରାଜନୈତିକ ପ୍ରସଙ୍ଗ ହୋଇଥିବା ବେଳେ କେନ୍ଦ୍ରରୁ ଉଭୟ ରେଳ ମନ୍ତ୍ରୀ ଓ କୃଷି ମନ୍ତ୍ରୀ ପଦ୍ମପୁରକୁ ପହଞ୍ଚି ରାଜ୍ୟ ସରକାରଙ୍କ ମିଥ୍ୟା ଆରୋପ ବିରୋଧରେ ବର୍ଷିଥିଲେ ।

ଏହା ବି ପଢନ୍ତୁ- Padmapur ByPoll: ମହିଳାଙ୍କ ବିରୋଧରେ ଜୟ ନାରାୟଣଙ୍କ ଅଶାଳୀନ ମନ୍ତବ୍ୟ ! ସିଇଓଙ୍କୁ ଭେଟିଲା ବିଜେଡି

କେନ୍ଦ୍ର ରେଳମନ୍ତ୍ରୀ ମଧ୍ୟ ମନ୍ତ୍ରୀ ଟୁକୁନି ସାହୁ ଓ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଡା ଜବାବ ଦେଇଥିଲେ । ରାଜ୍ୟର ଅନେକ ସ୍ଥାନରେ ରେଳପଥ ନିର୍ମାଣ ହୋଇସାରିଥିବାବେଳେ, ବରଗଡରୁ ନୂଆପଡା ରେଳପଥ ନିର୍ମାଣ ଯୋଜନା ଆଜିଯାଏ ପଡିରହିଛି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । କାରଣ ଏଠାକାର ସରକାର ରେଳପଥ ପାଇଁ ଜାଗା ଦେଇପାରୁନାହାନ୍ତି ବୋଲି ରାଜ୍ୟ ସରକାରଙ୍କ ଉପରେ ସେ ଆରୋପ ଲଗାଇଥିଲେ ।

ବିଜେଡି ବିଜେପି ଆରୋପ ପ୍ରତ୍ୟାରୋପ ମଧ୍ୟରେ ପଦ୍ମପୁର ଉପନିର୍ବାଚନ ଲାଗି ପ୍ରଚାର ମଧ୍ୟ ଜୋର ଧରିଛି । ତେବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି, "୩୫ବର୍ଷ ତଳେ ମୋ ଭିତରେ ଯେଉଁ ଯୋସ ଥିଲା ଆଜି ବି ଅଛି । ନିର୍ବାଚନ ପାଇଁ ବହୁତ ଲୋକ ଆସୁଛନ୍ତି ଆଶୀର୍ବାଦ ଦେବା ଲାଗି । ଲୋକେ ମୋର ଯୋସ ବଢାଉଛନ୍ତି ।" ଏପରି ଆଶୀର୍ବାଦ ରଖି ତାଙ୍କୁ ବିଜୟୀ କରିବାକୁ ସେ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.