ETV Bharat / state

Padmapur Bypoll: ରାଜ୍ୟ ସରକାରଙ୍କୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଟାର୍ଗେଟ, କହିଲେ କାଲି ଜାଗା ଦିଅ ପରଦିନ କାମ ହେବ

author img

By

Published : Nov 27, 2022, 5:19 PM IST

Updated : Nov 27, 2022, 8:22 PM IST

Padmapur Bypoll: ରାଜ୍ୟ ସରକାରଙ୍କୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଟାର୍ଗେଟ, କହିଲେ କାଲି ଜାଗା ଦିଅ ପରଦିନ କାମ ହେବ
Padmapur Bypoll: ରାଜ୍ୟ ସରକାରଙ୍କୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଟାର୍ଗେଟ, କହିଲେ କାଲି ଜାଗା ଦିଅ ପରଦିନ କାମ ହେବ

ପଦ୍ମପୁର ଉପନିର୍ବାନଚରେ ରେଳ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଖୋଲା ଚ୍ୟାଲେଞ୍ଜ ଦେଇ କହିଲେ ରେଳ ଲାଇନ ପାଇଁ କାଲି ଜାଗା ଦିଅ ପରଦିନ କାମ ହେବ । ଅଧିକ ପଢନ୍ତୁ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ (Padmapur Bypoll) ପ୍ରଚାର କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପାଇକମାଳ ଠାରେ ଜନସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ (Union Railway minister open challenge to State Govt) । ରାଜ୍ୟ ସରକାର ଜାଗା ଦେଉନଥିବାରୁ ରେଳକାମ ଅଟକି ରହିଛି । ତେବେ କାଲି ଜାଗା ଦେଲେ ପରଦିନ କାମ ଆରମ୍ଭ ହେବ ବୋଲି କହି ନିର୍ବାଚନ ମଣ୍ଡଳୀରେ ଗର୍ଜିଛନ୍ତି ଅଶ୍ବିନୀ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶାର ମନ୍ତ୍ରୀ ଟୁକୁନି ସାହୁ ଓ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଡା ଜବାବ ଦେଇଛନ୍ତି ।

Padmapur Bypoll: ରାଜ୍ୟ ସରକାରଙ୍କୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଟାର୍ଗେଟ, କହିଲେ କାଲି ଜାଗା ଦିଅ ପରଦିନ କାମ ହେବ

ରାଜ୍ୟର ଅନେକ ସ୍ଥାନରେ ରେଳପଥ ନିର୍ମାଣ ହୋଇସାରିଥିବା ବେଳେ ବରଗଡରୁ ନୂଆପଡା ରେଳପଥ ନିର୍ମାଣ ଯୋଜନା ଆଜିଯାଏ ପଡିରହିଛି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । କାରଣ ଏଠାକାର ସରକାର ରେଳପଥ ପାଇଁ ଜାଗା ଦେଇପାରୁନାହାନ୍ତି ସେ କହିଛନ୍ତି । "ଓଡିଶା ସରକାର କାଲି ଜାଗା ଦିଅନ୍ତୁ କେନ୍ଦ୍ର ସରକାର ପରଦିନ ରେଳପଥ ନିର୍ମାଣ କାମ ଆରମ୍ଭ କରିବ । ସମସ୍ତେ ଜାଣିଛନ୍ତି ଯେ ଜାଗା ନହେଲେ କାମ ହୋଇପାରିବ ନାହିଁ ଏବଂ ଜାଗା ଚିହ୍ନଟ କରିବା ଦାୟିତ୍ଵ ରାଜ୍ୟ ସରକାରଙ୍କର । କିନ୍ତୁ ଉପନିର୍ବାଚନରେ ପଦ୍ମପୁରବାସୀଙ୍କୁ ମିଛ କହି ଭୋଟ ହାତେଇବାକୁ ରେଳପତ୍ର ନିର୍ମାଣ କାମ କେନ୍ଦ୍ର ବା ବିଜେପି ସରକାର କରୁନାହିଁ ବୋଲି କହୁଛନ୍ତି । ତେବେ ପଦ୍ମପୁରରେ ଆସନ୍ତା ୫ ତାରିଖରେ ପଦ୍ମ ଚିହ୍ନକୁ ଭୁଲିବେ ନାହିଁ ଏବଂ ପ୍ରଦୀପ ପୁରୋହିତଙ୍କୁ ଆଶୀର୍ବାଦ କରି ଏହି ଅଞ୍ଚଳର ବିକାଶ ପାଇଁ ଲୋକେ ଆଗେଇ ଆସନ୍ତୁ" ବୋଲି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଆହୁରି କହିଛନ୍ତି, "ଓଡ଼ିଶା ରେଳ ପ୍ରକଳ୍ପ ପାଇଁ ମୋଦି ସରକାର ୧୦ ହଜାର କୋଟି ମଞ୍ଜୁର କରିଛନ୍ତି । ଓଡ଼ିଶାର ସବୁ ଜିଲ୍ଲାରେ ରେଳ ଲାଇନ ବିଛାଇବାକୁ ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ୟ ରଖିଛନ୍ତି । ଗତ ବର୍ଷ ଓଡ଼ିଶାରେ ୧୮୦ କିମି ନୂଆ ରେଳ ଲାଇନ ତିଆରି ହୋଇଛି । ଚଳିତ ବର୍ଷ ଆହୁରି ୪ ମାସ ବାକିଥିଲା ବେଳେ ୨୩୦ କିମି କାମ ସରିଲାଣି । ମାତ୍ର ରାଜ୍ୟ ସରକାର ଜାଗା ଦେଉନଥିବାରୁ କାମ ଅଟକି ରହିଛି । ଜାଗା ଦେଲେ ସିନା ଷ୍ଟେସନ, ବ୍ରିଜ୍ ଓ ନୂଆ ଲାଇନ ନିର୍ମାଣ ହେବ ।"

ଏହା ବି ପଢନ୍ତୁ- Padmapur ByPoll: ମହିଳାଙ୍କ ବିରୋଧରେ ଜୟ ନାରାୟଣଙ୍କ ଅଶାଳୀନ ମନ୍ତବ୍ୟ ! ସିଇଓଙ୍କୁ ଭେଟିଲା ବିଜେଡି

ପଦ୍ମପୁର ଉପନିର୍ବାଚନ ପାଇଁ ସ୍ଥାନୀୟ ପାଇକମାଳ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ବିଜେପିର ସାଧାରଣ ସଭାରେ ଯୋଗ ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗଦେଇ ଏପରି ମନ୍ତବ୍ୟ ରଖିଛନ୍ତି । ନିର୍ବାଚନରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ସାମିଲ ହୋଇଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାର ପ୍ରସାର ପାଇଁ ଆଜି ଦୁଇ କେନ୍ଦ୍ର ମନ୍ତ୍ରୀ ପଦ୍ମପୁରକୁ ଆସି ସାଧାରଣ ସଭାରେ ଯୋଗଦେଇ ଉଦଭୋଧନ ଦେଇଥିଲେ । ପଦ୍ମପୁର ଅଞ୍ଚଳରେ ଚାଷୀଙ୍କ ଫସଲ ବୀମା ସମସ୍ୟା, ପଦ୍ମପୁର ଜିଲ୍ଲା ଦାବି ଓ ବରଗଡରୁ ପଦ୍ମପୁର ଦେଇ ନୂଆପଡା ରେଳ ପଥ ନିର୍ମାଣ ବର୍ତ୍ତମାନର ମୁଖ୍ୟ ରାଜନୈତିକ ପ୍ରସଙ୍ଗ ହୋଇଥିବାବେଳେ, କେନ୍ଦ୍ରରୁ ଉଭୟ ରେଳମନ୍ତ୍ରୀ ଓ କୃଷି ମନ୍ତ୍ରୀ ପଦ୍ମପୁରକୁ ପହଞ୍ଚି ରାଜ୍ୟ ସରକାରଙ୍କ ମିଥ୍ୟା ଆରୋପ ବିରୋଧରେ ବର୍ଷିଥିଲେ ।

ସେହିପରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଚାଷୀଙ୍କ ଫସଲବୀମା ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ ଏବଂ ଚାଷୀଙ୍କ ଫସଲ ବୀମା ରାଶି କେନ୍ଦ୍ରସରକାର ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଛି ମାତ୍ର ରାଜ୍ୟ ସରକାର ତାହା ଚାଷୀଙ୍କୁ ପ୍ରଦାନ କରୁନାହିଁ ବୋଲି ରାଜ୍ୟ ସରକାରଙ୍କୁ ଦୋଷାରୋପ କରିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ । ରାଜ୍ୟ ସରକାର ନିଜେ ଫସଲ ବୀମା କମ୍ପାନୀ ଚୟନ କରିଥାଏ ଏବଂ ଫସଲବୀମା କମ୍ପାନୀ କ୍ଷତିପୂରଣ ପ୍ରଦାନ ନକଲେ ରାଜ୍ୟ ସରକାର କେନ୍ଦ୍ରକୁ ଦୋଷାରୋପ କରି ନିଜ ଦୋଷ ଛଡାଇବାକୁ ଚେଷ୍ଟା କରିଥାଏ । ମାତ୍ର ଏଥର ମିଛ ଧରାପଡିଗଲା ବୋଲି ସେ ଏଠାକାର ଚାଷୀଙ୍କୁ ଜଣାଇଥିଲେ । ଆଜିର ଏହି ବିରାଟ ସାଧାରଣ ସଭାରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସାଂସଦ ସୁରେଶ ପୁଜାରୀ, ସଂଗୀତା ସିଂଦେଓ, ବସନ୍ତ ପଣ୍ଡା, ବିଧାୟକ ନାଉରୀ ନାୟକଙ୍କ ସହ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ ।

ଇଟିଭି ଭାରତ, ବରଗଡ଼

Last Updated :Nov 27, 2022, 8:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.