ETV Bharat / state

ଅନୁଗୋଳରେ ମାତିଛନ୍ତି ଲୁଟେରା, CCTV ଭାଙ୍ଗି ମନ୍ଦିରରେ ବୁଲାଇଲେ କଳାକନା

author img

By

Published : Feb 28, 2023, 7:08 AM IST

ଅନୁଗୋଳ ଜିଲ୍ଲାରେ ବଢିବାକୁ ଲାଗିଛି ଲୁଟେରାଙ୍କ ଉତ୍ପାତ । ନାଲକୋ ଥାନା ଅନ୍ତର୍ଗତ ଏକ ମନ୍ଦିରର ସିସିଟିଭି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣ ଓ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

theft from temple in angul
theft from temple in angul

ଅନୁଗୋଳରେ ମାତିଛନ୍ତି ଲୁଟେରା

ଅନୁଗୋଳ: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରି ଆଉ ରାହାଜାନୀ । ଦିନ ଦ୍ବିପ୍ରହରରେ ପୋଲିସକୁ ଆଖିଠାର ମାରି ଖୁଲମଖୁଲା ଲୁଟ ଘଟଣା ଘଟାଇ ଚାଲିଛନ୍ତି ଦୁର୍ବୃତ୍ତ । ଗତ ଦୁଇ ଦିନ ତଳେ ଅନୁଗୋଳ ସହରରେ ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ବେଳେ ପୁଣି ଏକ ମନ୍ଦିରରେ ଦୁର୍ବୃତ୍ତ କଳାକାନା ବୁଲାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: CM in Mumbai: ମୁକେଶ ଆମ୍ବାନୀଙ୍କୁ ଭେଟିଲେ, ହକି ଆଇକନ ସମ୍ମାନରେ ହେବେ ସମ୍ମାନିତ

ଅନୁଗୋଳ ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ସିଦ୍ଧେଶ୍ଵର ଓ ଐଶାନେଶ୍ବର ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ସୂଚନା ମିଳିଛି । ମନ୍ଦିରରେ ବିରାଜମାନ ଥିବା ମାଆ ଦୂର୍ଗାଙ୍କ ସୁନା ଗହଣା, ତିନୋଟି ହୁଣ୍ଡିରୁ ଲକ୍ଷାଧିକ ଟଙ୍କା, ମାଇକ ମେସିନ ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ମନ୍ଦିର କମିଟିର ସଭାପତି ଚକ୍ରଧର ମହାପାତ୍ର ନାଲକୋ ଥାନରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Odisha Assembly: ସରକାର କିଏ ଚଳାଉଛି: ବିରୋଧୀ ଦଳନେତା, ଜବାବ ରଖିଲେ ପ୍ରମିଳା

ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି । ଅନ୍ୟପଟେ ଦୁର୍ବୃତ୍ତମାନେ ମନ୍ଦିରରୁ ଚୋରି କରୁଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମନ୍ଦିର କମିଟି ପକ୍ଷରୁ ଦିଆଯାଇଥିବା ଏତଲା ଓ ସିସିଟିଭି ଫୁଟେଜ ଆଧାରରେ ନାଲକୋ ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ଧରା ପଡ଼ିନଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: DRDO Data Leak: ତଦନ୍ତରେ IAF ଓ ଆନ୍ଧ୍ରପ୍ରଦେଶ ଇଣ୍ଟେଲିଜେନ୍ସ ଟିମ୍‌ର ଏଣ୍ଟ୍ରି, ପୋଲିସ ହାତରେ ଲାଗିଲା ବଡ ତଥ୍ୟ

ବିଗତ ଦିନରେ ମଧ୍ୟ ଏହି ମନ୍ଦିରରୁ ଚୋରି ହୋଇଥିଲା । ଏହି ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପରେ ମନ୍ଦିର କମିଟିର ସଦସ୍ୟମାନେ ଏକ ବୈଠକ କରି ମନ୍ଦିରର ଚାରିପାଖରେ CCTV କ୍ୟାମେରା ଲଗାଇଥିଲେ । ହେଲେ କ୍ୟାମେରାକୁ ଖାତିର ନକରି ପୁଣି କିଛି ଦୁର୍ବୃତ୍ତ ମନ୍ଦିର ଭିତରେ ପ୍ରବେଶ କରି ଲୁଟ କରିଛନ୍ତି । ଅନ୍ୟପଟେ ବଳାରାମପ୍ରସାଦ ଅଞ୍ଚଳରେ କ୍ରମାଗତ ଭାବେ ଚୋରି ରାହାଜାନୀ ବଢି ଚାଲିଥିବା ବେଳେ ନାଲକୋ ପୋଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ ହେଉନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ତେଣୁ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.